ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସୁନ୍ଦରଗଡ଼ ଜିଲ୍ଲା ପତଂଜଳି ଯୋଗ ପରିବାର ଆନୁକୁଲ୍ୟରେ ପବିତ୍ର ରାମନବମୀ ଓ ସ୍ବାମୀଜୀଙ୍କ ସନ୍ନ୍ୟାସ ଦୀକ୍ଷାନ୍ତ ଦିବସ ପାଳିତ

ସୁନ୍ଦରଗଡ଼ ଜିଲ୍ଲା ପତଂଜଳି ଯୋଗ ପରିବାର ଆନୁକୁଲ୍ୟରେ ପବିତ୍ର ରାମନବମୀ ଓ ସ୍ବାମୀଜୀଙ୍କ ସନ୍ନ୍ୟାସ ଦୀକ୍ଷାନ୍ତ ଦିବସ ପାଳିତ

.ରାଉରକେଲା : ସୁନ୍ଦରଗଡ଼ ଜିଲ୍ଲା ପତଞ୍ଜଳି ଯୋଗ ପରିବାର ଆନୁକୁଲ୍ୟରେ ପବିତ୍ର ଶ୍ରୀରାମ ନବମୀ ଉତ୍ସବ ଓ ପରମ ପୂଜ୍ୟ ସ୍ୱାମୀଜୀ ମହାରାଜାଙ୍କ ସନ୍ନ୍ୟାସ ଦୀକ୍ଷାନ୍ତ ଦିବସ ରାଉରକେଲାର ସେକ୍ଟର – ୧୯ ସ୍ଥିତ ଶାରଳା ମନ୍ଦିର ଯୋଗ କେନ୍ଦ୍ର ପରିସରରେ ପାଳନ କରାଯାଇଥିଲା । ମୁଖ୍ୟ ଅତିଥି ଭାବେ ସହ ରାଜ୍ୟ ପ୍ରଭାରୀ ଅକ୍ରୁର ମାର୍ଥା ଦୀପ ପ୍ରଜ୍ବଳନ ପୂର୍ବକ ବୈଦିକ ରୀତି ଅନୁଯାୟୀ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ପ୍ରାରମ୍ଭରେ ବରିଷ୍ଠ ଯୋଗ ଶିକ୍ଷୟତ୍ରୀ ତପସ୍ୱିନୀ ସାହୁଙ୍କ ପୌରହିତ୍ୟରେ ୧୧ କୁଣ୍ଡୀୟ ଯଜ୍ଞ କରାଯାଇ ସମସ୍ତଙ୍କ ମଙ୍ଗଳ କାମନା କରାଯାଇ ଥିଲା । ଉପସ୍ଥିତ ସମସ୍ତ ଯୋଗ ଶିକ୍ଷକ, ସାଧକ ସାଧିକା ଭାଇ ଓ ଭଉଣୀମାନେ ଯଜ୍ଞରେ ସାକଲ୍ୟ ଓ ଆହୁତି ପ୍ରଦାନ କରିଥିଲେ । ଏହି ଅବସରରେ ମୁଖ୍ୟ ଅତିଥି ଶ୍ରୀ ମାର୍ଥା ପବିତ୍ର ଶ୍ରୀରାମନବମୀର ତାତ୍ପର୍ଯ୍ୟ ଉପରେ ଆଲୋକପାତ କରିଥିଲେ । 

ଶ୍ରୀରାମଙ୍କ ଜନ୍ମ ତିଥି ଏବଂ ଏହା ଭାରତୀୟମାନଙ୍କ ପାଇଁ ଅତି ପବିତ୍ର ଦିବସ । ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀ ରାମ ଜଣେ ଆଦର୍ଶ, ଧର୍ମ ପ୍ରାଣ , ପିତୃ ଭକ୍ତ ଥିଲେ । ଭାରତୀୟ ସଂସ୍କୃତି ଓ ସମାଜରେ ଶ୍ରୀରାମ ହେଇଛନ୍ତି ମର୍ଯ୍ୟାଦା ପୁରୁଷୋତ୍ତମ । ତାଙ୍କର ଆଦର୍ଶରେ ଅନୁପ୍ରାଣିତ ହେଲେ ଆମେ ରାମରାଜ୍ୟ ପ୍ରତିଷ୍ଠା କରିପାରିବା ବୋଲି ପ୍ରକାଶ କରିଥିଲେ । ଏହା ମଧ୍ୟ ପରମପୂଜ୍ୟ ସ୍ୱାମୀଜୀ ମହାରାଜଙ୍କ ସନ୍ନ୍ୟାସ ଦୀକ୍ଷାନ୍ତ ଦିବସ । ଏହି ଦିବସରେ ସମସ୍ତେ ଶପଥ ପାଠ କରିଥିଲେ । ଏହି କାର୍ଯ୍ୟକ୍ରମରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ତଥା ଜିଲ୍ଲା ମହିଳା ପ୍ରଭାରୀ ନିତମ୍ଵିନି ସ୍ୱାଇଁ ସମସ୍ତଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ସହିତ ଶ୍ରୀରାମ ନବମୀ ଉପରେ ଆଲୋକପାତ କରିଥିଲେ । ଜିଲ୍ଲା ବି ଏସ ଟି ପ୍ରଭାରୀ ନରେନ୍ଦ୍ର କୁମାର ବେହେରା, ଜିଲ୍ଲା ମିଡିଆ ପ୍ରଭାରୀ ଗଙ୍ଗାଧର ଦାଶ, ଜିଲ୍ଲା ବି ଏସ ଟି ମହାମନ୍ତ୍ରୀ ଆରତୀ ସାହୁ ଆଦି ପଦାଧିଧାରୀଙ୍କ ସହିତ ଜିଲ୍ଲା ମହିଳା ମହାମନ୍ତ୍ରୀ ରଞ୍ଜିତା ପାଣିଗ୍ରାହୀ, ଜିଲ୍ଲା ବି ଏସ ଟି ସହ ପ୍ରଭାରୀ ମାନସ ରଞ୍ଜନ ସାହୁ, ଜିଲ୍ଲା ସଂଗଠନ ମନ୍ତ୍ରୀ ସନ୍ଧ୍ୟାରାଣୀ ସାହୁ, ଜିଲ୍ଲା ସମ୍ବାଦ ପ୍ରଭାରୀ କୌଶଲ୍ୟା ପୃଷ୍ଟି, ବରିଷ୍ଠ ଯୋଗ ଶିକ୍ଷକ ଅନୁସୁୟା ବାରିକ, କୁନ୍ତଳା ସ, କଳ୍ପନା ପଣ୍ଡା, ଗୀତାଞ୍ଜଳି ବେହେରା, ମମତା ରାଉତ, ବିଜୟଲକ୍ଷ୍ମୀ ମହାନ୍ତ, କନକ ଲତା ଜେନା, ସୁନତୀ ପ୍ରଧାନ ଙ୍କ ସମେତ ବହୁ ଉପସ୍ଥିତ ଥିଲେ । ଏହି ଯୋଗ କେନ୍ଦ୍ରର ଯୋଗ ଶିକ୍ଷୟତ୍ରୀ ଓ ସାଧିକା ବୃନ୍ଦ ସହଯୋଗ କରିଥିଲେ । ଜିଲ୍ଲା ସଂଗଠନ ମନ୍ତ୍ରୀ ସନ୍ଧ୍ୟା ରାଣୀ ସାହୁ ଧନ୍ୟବାଦ୍ ଅର୍ପଣ କରିଥିଲେ । 

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ବେଦବ୍ୟାସ ବିକାଶ ମଞ୍ଚର ନଦୀବନ୍ଧ ଓ ଜଳଭଣ୍ଡାର ଦାବି

Sunil Chandra Nayak

ଅପରାହ୍ନର କାଳବୈଶାଖୀ ତାଣ୍ଡବରେ ଭାଙ୍ଗିଲା ବିରାଟ ଗଛ ଓ ଦୋକାନର ବୋର୍ଡ

Youth Social Worker Drx.Dibyanshu Acharya awarded.

masiha

Leave a Comment

error: Content is protected !!