ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭଞ୍ଜନଗର ଓକିଲ ସଂଘ ନିର୍ବାଚନ  ସନ୍ତୋଷ ନାୟକ ସଭାପତି,ଧୀରେନ ସ୍ୱାଇଁ ସମ୍ପାଦକ 

ଭଞ୍ଜନଗର ଓକିଲ ସଂଘ ନିର୍ବାଚନ 

ସନ୍ତୋଷ ନାୟକ ସଭାପତି,ଧୀରେନ ସ୍ୱାଇଁ ସମ୍ପାଦକ 

ଭଞ୍ଜନଗର, ତା ୨୯/୦୩ ଭଞ୍ଜନଗର ଓକିଲ ସଂଘର ନିର୍ବାଚନ ଶନିବାର ଅନୁଷ୍ଠିତ ହୋଇଯାଇଛି । ଏଥିରେ ସଭାପତି,ଉପସଭାପତି ଓ ସମ୍ପାଦକ ପଦବୀ ପାଇଁ ନିର୍ବାଚନ ହୋଇଥିବା ବେଳେ ଅନ୍ୟ ସମସ୍ତେ ଏକମାତ୍ର ପ୍ରାର୍ଥି ଭାବେ ର୍ନିଦ୍ବନ୍ଦ ଭାବେ ବିଜୟୀ ଘୋଷିତ ହୋଇଛନ୍ତି। ଆଇନଜୀବୀ ସନ୍ତୋଷ କୁମାର ନାୟକ ସଭାପତି ଭାବେ ନିର୍ବାଚିତ ହୋଇଥିବା ‌ବେଳେ ଉପସଭାପତି ଭାବେ ରଜତ କୁମାର ଦାଶ,ସମ୍ପାଦକ ଭାବେ ଧୀରେନ୍‌ କୁମାର ସ୍ବାଇଁ ବିଜୟ ହାସଲ କରିଛନ୍ତି। ଏଥିସହ ଆଇନଜୀବୀ ସ୍ନିଗ୍ଧା ଦାସ ଯୁଗ୍ମ ସମ୍ପାଦକ ଏବଂ ମଧୁସୂଦନ ପଣ୍ଡା କୋଷାଧ୍ୟକ୍ଷ ଭାବେ ର୍ନିଦ୍ବନ୍ଦରେ ନିର୍ବାଚିତ ହୋଇଥିବା ନିର୍ବାଚନ ଅଧିକାରୀ ଲଡୁ କିଶୋର ଆଳିତିଆ ସୂଚନା ଦେଇଛନ୍ତି। ଏହି ନିର୍ବାଚନରେ ୩ ଟି ପଦବୀ ପାଇଁ ପ୍ରତିଦ୍ବନ୍ଦିତା ହୋଇଥିଲା। ନିର୍ଦ୍ଧାରିତ ସମୟ ମଧ୍ୟରେ ମୋଟ ୨୧୪ ଜଣ ମତଦାତା ଭୋଟ ଦେଇଥିଲେ। ଅପରାହ୍ନ ୪ ଟା ପରେ ଗଣତି ଆରମ୍ଭ ହୋଇଥିଲା। ସଭାପତି ପ୍ରାର୍ଥୀ ସନ୍ତୋଷ ନାୟକ ୩୭ ଖଣ୍ଡ ଭୋଟରେ ବିଜୟୀ ହୋଇଥିବା ବେଳେ ଉପ ସଭାପତି ପଦରେ ରଜତ କୁମାର ଦାଶ ୨୪ ଖଣ୍ଡ ଭେଟରେ ବିଜୟୀ ‌ଘୋଷିତ ହୋଇଛନ୍ତି। ସେହିପରି ସମ୍ପାଦକ ଭାବେ ଧୀରେନ ସ୍ବାଇଁ ୧୧ ଟି ଭୋଟରେ ବିଜୟୀ ହୋଇଥିବା ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି। ଏଥିରେ ନିର୍ବାଚନ ଅଧିକାରୀ ଭାବେ ଶ୍ରୀ ଆଳତିଆଙ୍କ ସମେତ ସମେତ ତ୍ରିନାଥ ମଳିକ,ବିମ୍ବାଧର ଷଢଙ୍ଗୀ,ଗିରିଜା ଶଙ୍କର ଭୂୟାଁ,ଧ୍ରୁବ ପ୍ରସାଦ ତ୍ରିପାଠୀ,ଅଭାଗୀନୀ ବିଷୋୟୀ,ରଜେଶ୍ବର ଆଚାରୀ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ।

Related posts

କଟକ ରେ ଗଞ୍ଜାମ ର ଛଅ ଜଣ ସାହିତ୍ୟ ଅନୁଷ୍ଠାନ ର ସମ୍ପାଦକଙ୍କୁ ସମ୍ବର୍ଦ୍ଧନା

ଚୁକ୍ତିଭିତିକ ଉଚ୍ଛେଦ ପାଇଁ ପୋଷ୍ଟ କାର୍ଡ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଲେ କନିଷ୍ଠ ଶିକ୍ଷକ

Sunil Chandra Nayak

ଇମ୍ଫା ର ୬୩ ତମ ବାର୍ଷିକୋତ୍ସବ ମହାସମାରୋହରେ ପାଳିତ

masiha

Leave a Comment

error: Content is protected !!