ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜଳୁଛି ଭାଟି :ବଢ଼ୁଛି ତାତି

ଜଳୁଛି ଭାଟି :ବଢ଼ୁଛି ତାତି

କଣ୍ଟାବାଞ୍ଜି : ମାଟି ତିଆରି ଇଟାକୁ ନିଷିଦ୍ଧ କରାଯାଇଥିବା ବେଳେ ବଲାଙ୍ଗିରରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି । ଜିଲାର ଗାଁ ଗାଁରେ ଇଟାଭାଟି ତିଆରି କରି ବ୍ୟବସାୟୀ ଲାଭବାନ ହେଉଥ‌ିବା ବେଳେ ସରକାରଙ୍କ ନିୟମ ଉଲ୍ଲଙ୍ଘନ ହେଉଛି । ସବୁ ଜାଣି ମଧ୍ୟ ପ୍ରଶାସନ ନିରବ ରହୁଥ‌ିବା ବେଳେ ଗ୍ରୀଷ୍ମଋତୁରେ ଜଳୁଥିବା ଇଟାଭାଟି ତାପମାତ୍ରା ବୃଦ୍ଧିର ଏକ ପ୍ରମୁଖ କାରଣ ପାଲଟିଥିବା ପରିବେଶବିତ ଅଭିଯୋଗ କରିଛନ୍ତି ।

ଦିନ‌କୁ ଦିନ ଜନସଂଖ୍ୟା ବୃଦ୍ଧି ସହ ଗାଁ ଓ ସହରାଞ୍ଚଳରେ କଳେବର ବୃଦ୍ଧି ପାଉଛି । ଦୈନନ୍ଦୀନ ଚାରିଆଡ଼େ ନୂଆ ଘର, ଦୋକାନ ଓ ସରକାରୀ ବେସରକାରୀ କାର୍ଯ୍ୟାଳୟ ଆଦି ନିର୍ମାଣ କରାଯାଉଛି । ବିଭିନ୍ନ ସରକାରୀ କୋଠାବାଡ଼ି ନିର୍ମାଣ କାର୍ଯ୍ୟରେ ମାଟିଇଟା ବଦଳରେ ପାଉଁଶ ଇଟା ବ୍ୟବହାର କରାଯାଉଥିଲେ ହେଁ ବେସରକାରୀ କୋଠାବାଡ଼ି ଓ ଘର ଆଦି ତିଆରି ପାଇଁ ମାଟି ତିଆରି ଇଟା ଚାହିଦା ଅଧିକ ରହିଛି । ବଜାରରେ ମାଟିଇଟା ହଜାର ପ୍ରତି ୭-୮ ହଜାର ଟଙ୍କାରେ ବିକ୍ରି ହେଉଥ‌ିବା ଜଣାପଡ଼ିଛି । ବଲାଙ୍ଗିର ଜିଲାରେ ଇଟାଭାଟି କୁଟୀରଶିଳ୍ପରେ ପରିଣତ ହୋଇଛି । ଜିଲାର କଣ୍ଟାବାଞ୍ଜି ସହ ଛୋଟ ଛୋଟ ସହରାଞ୍ଚଳରେ ବେଆଇନ ଭାବେ ଇଟାଭାଟି ଗଢ଼ି ଉଠିଥ‌ିବା ଦେଖିବାକୁ ମିଳିଛି । କଣ୍ଟାବାଞ୍ଜି ର ବିଭିନ୍ନ ଅଞ୍ଚଳରେ ବର୍ଷ ତମାମ ଇଟାଭାଟି ଗଢ଼ା ଚାଲିଥିବା ବେଳେ ଗ୍ରୀଷ୍ମଋତୁରେ ଇଟାଭାଟିର ନିଆଁ ଓ ଧୂଆଁ ତାପମାତ୍ରା ବୃଦ୍ଧି ସହ ବାୟୁମଣ୍ଡଳକୁ ପ୍ରଦୂଷିତ କରୁଛି । ଜିଲାର ବଲାଙ୍ଗିର, ପୁଇଁନ୍ତଲା, ଲୋଇସିଂହା, ଆଗଲପୁର,ଦେଓଗାଁ, ସଇଲା, ଟିଟିଲାଗଡ଼,କଣ୍ଟାବାଞ୍ଜି, ପାଟଣାଗଡ଼,ବେଲପଡ଼ା,ଖପ୍ରାଖୋଲ ଆଦି ତହସିଲ ଅଞ୍ଚଳରେ ବେଆଇନ ଇଟାଭାଟି ଗଢ଼ି ଉଠିଥ‌ିବା ଦେଖିବାକୁ ମିଳିଛି । ଏନେଇ ପ୍ରଶାସନ ଦୋଷ ମେଣ୍ଟାଇବାକୁ ନାଁକୁ ଚଢ଼ଉ କରି ଜୋରିମାନା ଆଦାୟ ପରେ ଦାୟିତ୍ୱ ସାରି ଦେଉଛି । ଜୋରିମାନା ଦାଖଲ ପରେ ବ୍ୟବସାୟୀ ବେଆଇନ ଇଟାଭାଟି ବ୍ୟବସାୟରୁ ବିରତ ନ ହୋଇ ପୁଣି ଇଟା ବ୍ୟବସାୟ ଜାରି ରଖୁଥ‌ିବା ଦେଖିବାକୁ ମିଳିଛି । ସରକାରୀ ଆଇନ ଉଲଙ୍ଘନ କରି ଅବୈଧ ଭାବେ ଇଟାଭାଟି ବ୍ୟବସାୟ ପରେ ଆଖୁଦୃଶିଆ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନ ଥିବାରୁ ବେଆଇନ ଇଟାଭାଟି ଉପରେ ପ୍ରଶାସନର ନିୟନ୍ତ୍ରଣ ରହୁ ନ ଥିବା ପ୍ରକାଶ ପାଇଛି । ଏପରିକି ବିଭିନ୍ନ ସ୍ଥାନରେ ଜଙ୍ଗଲରୁ ମୂଲ୍ୟବାନ ଗଛ କାଟି ଇଟାଭାଟିରେ ଜାଳେଣି ଭାବେ ବ୍ୟବହାର କରାଯାଉ ଥିବାରୁ ଜଙ୍ଗଲ ନଷ୍ଟ ହେଉଛି । ରାଜସ୍ୱ, ଖଣି ଓ ବନ ବିଭାଗ ମଧ୍ୟରେ ସମନ୍ଵୟ ଅଭାବ ଯୋଗୁଁ ବେଆଇନ ଇଟାଭାଟି ତିଆରି ବନ୍ଦ ହେଉ ନ ଥିବା ଅଭିଯୋଗ ହେଉଛି ।

ମୀନକେତନ ନିଆଲ ଙ୍କ ରିପୋର୍ଟ୍ 

Related posts

ଲଙ୍କେଶ୍ୱରୀ କ୍ଳବରେ ସାଧାରଣତନ୍ତ୍ର ଦିବସ ପାଳିତ

Sunil Chandra Nayak

ଇମ୍ଫାରେ ବିଶ୍ଵ ପରିବେଶ ଦିବସ ପାଳିତ

masiha

ବିଶିଷ୍ଟ ସାହିତ୍ୟିକ ସାତକୋଡ଼ି ହୋତା ଙ୍କ ବିୟୋଗରେ ଜୁନାଗଡ଼ ସାମ୍ବାଦିକ ସଂଘର ଶୋକସଭା

masiha

Leave a Comment

error: Content is protected !!