ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀ କଳାହାଣ୍ଡି ଜିଲ୍ଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀ କଳାହାଣ୍ଡି ଜିଲ୍ଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ

କଳାହାଣ୍ଡି ଜିଲ୍ଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ରୂପେ ମାନ୍ୟବର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀ ଙ୍କୁ ମାନ୍ୟବର ମୂଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମନୋନୀତ କରିଛନ୍ତି। ଆଜି ଏନେଇ ବିଧିବଦ୍ଧ ଭାବେ ରାଜ୍ୟ ସରକାର ଘୋଷଣା କରିଛନ୍ତି। ଶ୍ରୀ ପଟ୍ଟଯୋଶୀ ଙ୍କ କଳାହାଣ୍ଡି ଜିଲ୍ଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଘୋଷଣା ହେବା ପରେ ଜିଲ୍ଲାରେ ଖୁସିର ଲହରୀ ଖେଳିଯାଇଛି।

ବିଧାୟକ ଙ୍କ ଦୂରଦୃଷ୍ଟି ସମ୍ପନ୍ନ ଚିନ୍ତାଧାରା କଳାହାଣ୍ଡି ଜିଲ୍ଲାର ଉନ୍ନୟନ କୁ ଗତିଶୀଳ କରିବା ସଙ୍ଗେ ସଙ୍ଗେ ରାଜ୍ୟ ସରକାରଙ୍କ ଲୋକାଭିମୁଖୀ ଯୋଜନା ଗୁଡିକକୁ ସଫଳ ରୂପାୟନ କରିବା ରେ ସହାୟକ ହେବ। ଶ୍ରୀ ପଟ୍ଟଯୋଶୀ ଙ୍କ ନୂତନ ନିଯୁକ୍ତି କୁ ଜିଲ୍ଲା ବିଜେପି ସଭାପତି ଯୁଗଳ କିଶୋର ପୋଢ଼, ପୂର୍ବତନ ଜିଲ୍ଲା ସଭାପତି ଦେବେନ୍ଦ୍ର ମହାନ୍ତି, ପୂର୍ବତନ ମନ୍ତ୍ରୀ ପ୍ରଦୀପ୍ତ କୁମାର ନାଏକ, ହିମାଂଶୁ ଶେଖର ମେହେର, ପୂର୍ବତନ ଜିଲ୍ଲା ସଭାପତି ଆର୍ତ୍ତତ୍ରାଣ ମହାପାତ୍ର, ବିଜେପି ଆଇ ଟି ସେଲ୍ ର ହୃଷିକେଶ ମିଶ୍ର, ପୂର୍ବତନ ଜିଲ୍ଲା ସଭାପତି ଧନଞ୍ଜୟ ପାତ୍ର, ଜିଲ୍ଲା ସାଧାରଣ ସଂପାଦକ ହିମାଂଶୁ ପଣ୍ତା, ଅନୁସୂଚିତ ଜାତି ମୋର୍ଚ୍ଚା ର ରାଜ୍ୟ ସମ୍ପାଦକ ଅପ୍ରେଶ୍ ସ୍ବାଇଁ, ବିଜେପି ନେତା ଲକ୍ଷ୍ମୀକାନ୍ତ ବାଗ, ହେମନ୍ତ କୁମାର ମାଝୀ, ହରେକୃଷ୍ଣ ପଣ୍ତା ପ୍ରମୁଖ ସ୍ଵାଗତ କରିବା ସହ ଶ୍ରୀ ପଟ୍ଟଯୋଶୀଙ୍କ ନେତୃତ୍ୱରେ କଳାହାଣ୍ଡି ଜିଲ୍ଲାର ଉନ୍ନୟନ ତ୍ଵରାନିତ ହେବ ବୋଲି ପ୍ରକାଶ କରିଛନ୍ତି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ଧର୍ମଗଡ ରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିର

Sunil Chandra Nayak

ପତାଞ୍ଜଳି ଯୋଗ ଶିବିରରେ ଭାଗବତ କଥାମୃତ ଓ ଅତିବଡ଼ି ଙ୍କ ଜୟନ୍ତୀ ପାଳନ 

Sunil Chandra Nayak

ରାଇରଙ୍ଗପୁର ଠାରେ ଉପଖଣ୍ଡ ସ୍ତରୀୟ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର

Sunil Chandra Nayak

Leave a Comment

error: Content is protected !!