ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ଗୋପୀନାଥ ସ୍ୱାମୀ ଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ 

ଗୋପୀନାଥ ସ୍ୱାମୀ ଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ 

ଆସିକା, ୩/୪/୨୬ ( ଶିବ ଶଙ୍କର ମିଶ୍ର ) ଧରାକୋଟ ବ୍ଲକର ବଳରାମପୁର ଗ୍ରାମ ରେ ନୂତନ ଭାବରେ ନିର୍ମିତ ଶ୍ରୀ ଶ୍ରୀ ଗୋପୀନାଥ ସ୍ୱାମୀ ଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ ଦୀର୍ଘ ଏକ ସପ୍ତାହ ଧରି ଅନୁଷ୍ଠିତ ହୋଇଯାଇଛି । ଗତ ଶନିବାର ଦିନ ଦୀକ୍ଷା ଗ୍ରହଣ, ଅଙ୍କୁରାରୋପଣ ପରେ ରବିବାର ଦିନ ଜଳଯାତ୍ରା,ମଣ୍ଡଳ କରଣ ସୋମବାର ଦିନ କର୍ମ ଆରମ୍ଭ କରି ସୂର୍ଯ୍ୟ ପୂଜା, ଶାଲା ସଂସ୍କାର,ଅଗ୍ନି ସ୍ଥାପନା,ଘୃତ ଯଜ୍ଞ, ଅର୍ଣ ଯଜ୍ଞ,ବ୍ରାହ୍ମଣ ସେବା, ଗୋ ପୂଜା, ବନଜାଗ,ରତ୍ନମୁଦ ପରେ ଗୁରୁବାର ଦିନ ସଟକର୍ମ, ଜୀବନ୍ୟାସ,ପ୍ରାଣ ପ୍ରତିଷ୍ଠା ପରେ ଶୁକ୍ରବାର ନଗର ପରିକ୍ରମା,ଶିଳା ସ୍ଥାପନ,ଧ୍ଵଜା ପରିକ୍ରମା ପରେ ଦେବତାଙ୍କ ସିଂହାସନ ଆରୋହଣ ପରେ ପୂର୍ଣ୍ଣାହୂତି ହୋଇଥିଲା । ଦୀର୍ଘ ସାତ ଦିନ ଧରି ଚାଲିଥିବା ଏହି ପ୍ରତିଷ୍ଠା ଉତ୍ସବ ରେ ଅଞ୍ଚଳର ହଜାର ହଜାର ଲୋକ ସାମିଲ ହୋଇଥିଲେ।

Related posts

ବଳରାମଙ୍କ ଚନ୍ଦନ ଲାଗି ବେଶ ଚାଲୁରହିଛି 

Sunil Chandra Nayak

ରାଇରଙ୍ଗପୁର ରେ ୨୯ ତମ କାର୍ତ୍ତିକେଶ୍ବରଙ୍କ ପୂଜା ଧୂମଧାମରେ ପାଳିତ 

masiha

ବାଲିଗୁଡାରେ ଗଣେଷ ପୂଜା ପାଳିତ: ନୂତନ ଛାତ୍ର ଛାତ୍ରୀ ଖଡ଼ି ଛୁଆଁଇଲେ : ଚର୍ଚ୍ଚାରେ ୧୭ଫୁଟିଆ ଗଣେଷ ମୂର୍ତ୍ତି ପୂଜା

masiha

Leave a Comment

error: Content is protected !!