ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରାଜନୈତିକ ପଶାପାଲି ରେ ଚାପି ହୋଇଯାଇଛି ଧର୍ମଗଡ ଆଇଟିଆଇ

 ଆଡମିନିଷ୍ଟ୍ରେଟିଭ ଆପୃଭାଲ କୁ ୩ ବର୍ଷ
ଏଗ୍ରୀମେଣ୍ଟ ୬ମାସ ମଧ୍ୟରେ ବାଲି ମୁଠାଏ ପଡ଼ି ନାହିଁ
ନିର୍ବାଚନ ଲଲି ପପ ଥିଲା କି ଆଇଟିଆଇ

ଧର୍ମଗଡ-୧୦/୫/୨୨:-୨୦୧୯ ସାଧାରଣ ନିର୍ବାଚନ ରେ ନବୀନ ସରକାର ଚତୁର୍ଥ ଥର ପାଇଁ ଶାସନ କୁ ଆସିଥିଲେ । ଶାସନ କୁ ଆସିବା ପୂର୍ବରୁ ଧର୍ମଗଡ ଠାରେ ଏକ ଆଇଟିଆଇ ସ୍ଥାପନ କରାଯିବା ନେଇ ସ୍ଥାନିୟ ଜନସାଧରଣ ଙ୍କୁ ପ୍ରତିଶୃତି ଦିଆଯାଇଥିଲା ଶିକ୍ଷିତ ଯୁବକ ଯୁବତୀ ଆଇଟିଆଇ ରେ ଶିଳ୍ପ ତାଲିମ ନେବେ, ଦକ୍ଷ ହେବେ ସରକାରୀ ଚାକିରୀ କରିବେ , ସ୍ୱବାଲମ୍ବି ହେବେ ଏହିଭଳି ଅନେକ ସ୍ୱପ୍ନ ଦେଖି ଥିଲେ । ହେଲେ ଇତିମଧ୍ୟ ରେ ଦିର୍ଘ ୩ ବର୍ଷ ରୁ ଉର୍ଦ୍ଦ ସମୟ ଅତିବାହିତ ହୋଇଯାଇଥିଲେ ମଧ୍ୟ ଆଇଟିଆଇ ସ୍ଥାପନ କେବଳ କାଗଜ କଲମ ରେ ସିମିତ ହୋଇ ରହିଯାଇଛି । ନିର୍ବାଚନୀ ଲଲିପପ୍ ଥିଲା କି ଆଇଟିଆଇ ବୋଲି ଲୋକେ କୁହାକୁହି ହେଉଛନ୍ତି ।

କଳାହାଣ୍ଡି ଜିଲ୍ଲା ଧର୍ମଗଡ ସହର ରେ ଏକ ଶିଳ୍ପ ତାଲିମକେନ୍ଦ୍ର (ଆଇଟିଆଇ) ସ୍ଥପାନ ହେବ ବୋଲି ୨୦୧୯ ସାଧାରଣ ନିର୍ବାଚନ ପୂର୍ବ ରୁ ମୂଖ୍ୟମନ୍ତ୍ରୀ ଭର୍ଚୁଆଲ ମୋଡ ରେ ଏହାର ଶିଳାନ୍ୟାସ କଲେ । ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପକ୍ଷ ରୁ ଏହାର ଆଡମିନିସଟ୍ରେଟିଭ ଆପ୍ରୁଭାଲ ମଧ୍ୟ ହେଲା । ଆପୃଭାଲ ରେ ସ୍ପଷ୍ଟ ଭାବେ ଧର୍ମଗଡ ଠାରେ ଏହା କରାଯିବ ବୋଲି ଉଲ୍ଲେଖ ରହିଛି । ୯ କୋଟି ୫୦ ଲକ୍ଷ ଟଙ୍କା ବ୍ୟୟ ଅଟକଳ ରେ ଏହା ନିର୍ମାଣ ହେବା ପାଇଁ ସ୍ଥିର କରାଗଲା । ଧର୍ମଗଡ ସହର ଓାର୍ଡ ନଂ-୧୩ ବିଜୁ ଏକ୍ସପ୍ରେସ ରାସ୍ତା କଡ ରେ ଏଥି ପାଇଁ ଜାଗା ମଧ୍ୟ ଚିହ୍ନଟ ହେଲା । ଟେଣ୍ଡର କଲ ନୋଟିସ ନଂ-୩୨୭/୨୦୨୧-୨୨ ରେ ପୂର୍ତ୍ତ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ଏହାର ଟେଣ୍ଡର ମଧ୍ୟ ଡାକିଲେ । ସଂଶୋଧିତ ବ୍ୟୟ ଅଟକଳ ୮,୧୭,୦୬,୨୩୪ ଟଙ୍କା ହୋଇଥିବା ବେଳେ ୩.୩୦ପ୍ରତିଶତ ଲେସ ରେ ଭାଇକୃପା ରିସୋର୍ସ ଏମ.ଡି. ଗୌତମ କୁମାର ଅଗ୍ରଓାଲ ଟେଣ୍ଡର କ୍ୱାଲିଫାୟ କରିଥିଲେ । ବିଭାଗ ଓ ଏଜେନ୍ସି ମଧ୍ୟ ରେ ପି-୧ ଏଗ୍ରିମେଂଟ ମଧ୍ୟ ହେଲା । ଏଗ୍ରିମେଂଟ ଭେଲ୍ୟୁ ଜିଏସଟି ସମେତ ୮କୋଟି୮୪ଲକ୍ଷ ୯୧ ହଜାର ୧୧୯ ଟଙ୍କା ରହିଛି । ଏଗ୍ରିମେଂଟ ଅନୁଯାୟି କାର୍ଯ୍ୟାରମ୍ଭ ତାରିଖ ୨୪-୧୧-୨୦୨୧ ହୋଇଥିବା ବେଳେ ଉକ୍ତ ଦିନ ଧର୍ମଗଡ ବିଧାୟକ ମୌାଷଧି ବାଗ ଆଇଟିଆଇ ପାଇଂ ଚିହ୍ନଟ ହୋଇଥିବା ସ୍ଥାନ ରେ ପୂଜାର୍ଚ୍ଚନା ପୂର୍ବକ କାର୍ଯ୍ୟାରମ୍ଭ କରିଥିଲେ । ଏଗ୍ରମେଂଟ ଅନୁଯାୟି ଆଇଟିଆଇ ର ନିର୍ମାଣ କାର୍ଯ୍ୟ ୨୪-୧୧-୨୧ ରେ ଆରେମ୍ଭ ହୋଇ ୧୮ କ୍ୟାଲେଣ୍ଡର ମାସ ଅର୍ଥାତ ୨୩-୦୫-୨୦୨୩ ରେ ସରିବା କଥା । ତେବେ ଇତିମଧ୍ୟ ରେ ଦିର୍ଘ ୫ ମାସ ରୁ ଅଧିକା ସମୟ ଅତିବାହିତ ହୋଇଯାଇଥିଲେ ମଧ୍ୟ ଏଠାରେ ଇଟା ଖଣ୍ଡେ ପଡି ନାହିଁ କିମ୍ବା କୈଣସି କାର୍ଯ୍ୟାରମ୍ଭ ମଧ୍ୟ ହୋଇନାହି । ନିର୍ମାଣ କାର୍ଯ୍ୟ ବିଳମ୍ବ ହେଉଥିବାରୁ ଆଇଟିଆଇ ଧର୍ମଗଡ ଠାରେ ହେବ ନା ଧର୍ମଗଡ ଇଲେକ୍ଟ୍ରି ଡିଭିଜନ ଅନ୍ୟତ୍ର ସ୍ଥାନାନ୍ତର ହେବା ପରି ଏହା ମଧ୍ୟ ଅନ୍ୟତ୍ର ସ୍ଥାନାନ୍ତର ହୋଇଯିବ ତାହା କୁ ନେଇ ସାଧାରଣ ରେ ଆଶଂକା ପ୍ରକାଶ ପାଇଛି ।

ଧର୍ମଗଡ଼ ରୁ ବୈଦ୍ୟ ନାଥ ବେହେରା ଙ୍କ ରିପୋର୍ଟ।

Related posts

ନଳିନୀ ପ୍ରଭା ମିଶ୍ର ଙ୍କ କବିତା ପ୍ରାବୃଟ

Sunil Chandra Nayak

ରାଜ୍ୟ ଖାଦ୍ୟ ସୁରକ୍ଷା କମିଶନର ମେରକାପଙ୍କ ଦିନିକିଆ ରାୟଗଡା ଗସ୍ତ

Sunil Chandra Nayak

ତହସିଲଦାରଙ୍କ ଉପସ୍ଥିତିରେ ପ୍ରେମି ଯୁଗଳଙ୍କ ବିବାହ

Leave a Comment

error: Content is protected !!