ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଦୀର୍ଘ ୪୦ ବର୍ଷ ପରେ କେସିଙ୍ଗା ମହାବିଦ୍ୟାଳୟକୁ ମିଳିଲା  ପଟ୍ଟା

କେସିଙ୍ଗା– କେସିଙ୍ଗା ଅଞ୍ଚଳର ପୂରାତନ ଓ ବର୍ତ୍ତମାନର ଛାତ୍ରଛାତ୍ରୀ ତଥା ବୁଦ୍ଧିଜୀବୀମାନଙ୍କ ଦୀର୍ଘ ଦିନର ଦାବି ଆଜି ପୂରଣ ହୋଇଛି। ସରକାରଙ୍କ ବିଭିନ୍ନ ଆଇନ୍ କାନୁନ୍ ରେ ଛନ୍ଦି ହୋଇ ଦୀର୍ଘ ୪୦ ବର୍ଷ ହେଲା କେସିଙ୍ଗା ମହାବିଦ୍ୟାଳୟ ଯେଉଁ ଜାଗାରେ ସ୍ଥାପିତ ହୋଇଥିଲା ତାହାର ପଟ୍ଟା ପାଇବାରେ ବଞ୍ଚିତ ରହିଥିଲା। ତେବେ ବର୍ତ୍ତମାନର କାର୍ଯ୍ୟରତ ତହସିଲଦାର ଜ୍ୟୋତିମୟ କର ସମସ୍ତ କାଗଜପତ୍ର ତନଖି ସହ ବାଧାବିଘ୍ନ ଦୂର କରି କେସିଙ୍ଗା ମହାବିଦ୍ୟାଳୟ ପାଇଁ ୬.୯୩୦ ଏକର ଓ +୨ କଲେଜ ପାଇଁ ୩.୭୮୦ ଏକର ଜମିର ପଟ୍ଟା ମହାବିଦ୍ୟାଳୟର ପ୍ରିନ୍ସିପାଲ କୈଳାସ ଚନ୍ଦ୍ର ସାହା, ବରିଷ୍ଠ ଅଧ୍ୟାପକ ସୁଶାନ୍ତ କୁମାର ପାଢ଼ୀଙ୍କ ସମେତ କଲେଜର ଅନ୍ୟାନ୍ୟ ଅଧ୍ୟାପକଙ୍କ ଉପସ୍ଥିତରେ ପ୍ରଦାନ କରିଛନ୍ତି।

    କେସିଙ୍ଗା ରୁ  ଚନ୍ଦ୍ରମଣି ସ୍ବାଇଁ ଙ୍କ ରିପୋର୍ଟ।

Related posts

କାଣିଗୁମା ଗ୍ରାମପଞ୍ଚାୟତର ନବନିର୍ବାଚିତ ପ୍ରତିନିଧିଙ୍କୁ ଗ୍ରାମ ବିକାଶ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧନା

ଡୁଡୁକାଠେଙ୍ଗା ଗ୍ରାମ ପଞ୍ଚାୟତ ଷ୍ଟାଣ୍ଡିଂ କମିଟି ଗଠିତ

Sunil Chandra Nayak

ବଜ୍ର କାପ୍ତ୍ତା ଉଦ୍ଧାର, ଆଉ ଜଣେ ଗିରଫ , ସୁସ୍ଥ ବଜ୍ର କାପ୍ତ୍ତା କୁ ନନ୍ଦନକାନନ ପଠାଯିବ

Leave a Comment

error: Content is protected !!