ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

୩୫ ବର୍ଷ ର ଶତ୍ରୁତା ନେଇ ବୃଦ୍ଧଙ୍କୁ ହତ୍ୟା ଅଭିଯୁକ୍ତ ଯୁବକକୁ କୋର୍ଟ ଚାଲାଣ 

୩୫ ବର୍ଷ ର ଶତ୍ରୁତା ନେଇ ବୃଦ୍ଧଙ୍କୁ ହତ୍ୟା ଅଭିଯୁକ୍ତ ଯୁବକକୁ କୋର୍ଟ ଚାଲାଣ 

ବନ୍ଧୁଗାଁ ତା ୬/୪/୨୬, ବନ୍ଧୁଗାଁ ବ୍ଲକ କୁଟ୍ରାବେଡା ପଞ୍ଚାୟତ ଦେବଦଳା ଗାଁର ଜଣେ ଲୋକଙ୍କୁ ଗତ ଶୁକ୍ରବାର ଦିନ ଜାଗୁଗୁଡା ଗାଁକୁ ଯିବା ପାଦ ଚଲା ରାସ୍ତା ନିକଟରେ ହତ୍ୟା କରାଯାଇ ଥିଲା। ସୁଚନା ଅନୁଯାୟୀ ଶୁକ୍ରବାର ଦିନ ଦେବଦଳା ଗ୍ରାମରେ ଆଦିବାସୀ ଙ୍କ ହୀରେଇ ପରବ ଚାଲି ଥିଲା,। ଏଥି ପାଇଁ ଗାଁର ଗାଙ୍ଗାନା ମେଲେକା ୬୦ ବର୍ଷ ପରମ୍ପରା ଅନୁସାରେ ଗାଁ ର କିଛି ଲୋକ ଙ୍କ ସହିତ ମିଶି ଜାଗୁଗୁଡା ଗ୍ରାମକୁ ଚାଉଳ ମାଗିବାକୁ ଯାଇ ଥିଲେ। ସନ୍ଧ୍ୟାରେ ସେ ନିଜ ଘରକୁ ଫେରି ଆସିବା ବେଳେ ଦେବଦଳା ଗାଁ ରୁ ପ୍ରାୟ ୫୦୦ ମିଟର ଦୂରରେ ଥିବା କଣ୍ଡାମାତା ନାମକ ସ୍ଥାନରେ ଗାଙ୍ଗାନା ମେଲେକା ଙ୍କୁ ଟାଙ୍ଗିଆ ରେ ବେକ ପଛ ପଟୁ ହାଣିବା ପରେ ପଥରରେ କପାଳରେ ଛେଚି ହତ୍ୟା କରାଯାଇଛି। ପୁଅ ମେଲେକା ମାଚାନା ୨୫ ବର୍ଷ ବାପା ରାତ୍ରରେ ଘରକୁ ଫେରି ନ ଥିବାରୁ ଖୋଜିବାକୁ ଯାଇ ବାପା ଙ୍କୁ ରକ୍ତାକ୍ତ ଅବସ୍ଥାରେ ହତ୍ୟା କରିଥିବା ଜାଣି ଗାଁ କୁ ଫେରି ଆସି ଥିଲେ। ପରେ ଗାଁ ର କିଛି ଭଦ୍ର ଲୋକଙ୍କ ସହ ମେଲେକା ମାଚାନା ବନ୍ଧୁଗାଁ ଥାନା କୁ ଆସି ଲିଖିତ ଅଭିଯୋଗ କରିବା ପରେ ଥାନା ଆଇଆଇସି ସିନ୍ଧୁ ସାରାକା ଓ ନାରାୟଣପାଟଣା ଥାନା ଆଇଆଇସି ମମତା ପଣ୍ଡା ଘଟଣା ସ୍ଥଳରେ ପହଞ୍ଚି ଅଧିକ ତଦନ୍ତ କରିବା ସହ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ବନ୍ଧୁଗାଁ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣି ଶବକୁ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ। ପୋଲିସ ତଦନ୍ତ ପରେ ରଞ୍ଜିତ ମେଲେକା ୩୫ ବର୍ଷ ପୂର୍ବ ଶତ୍ରୁତା ନେଇ ହତ୍ୟା କରିଥିବା ସ୍ୱୀକାର କରିବା ପରେ ଆଜି ତାକୁ କୋର୍ଟ କୁ ପଠେଇ ଦେଇଛନ୍ତି।

 ସଞ୍ଜିବ କୁମାର ବାଙ୍ଗାରୀ ରିପୋର୍ଟର 

Related posts

ମହିଳାଙ୍କ ରକ୍ତ ଜୁଡୁ ବୁଡୁ ମୃତଦେହ

masiha

ନିଖୋଜ ଯୁବକର ମୃତ ଦେହ ଠାବ- ହତ୍ୟା ସନ୍ଦେହ ,  ଶବ ଆଣିବାକୁ ଉପ ଜିଲ୍ଲାପାଳ ଙ୍କ ଦ୍ବାରସ୍ଥ ହେଲେ ପରିବାର

Sunil Chandra Nayak

ନର୍ଲା ଥାନା ଅନ୍ତର୍ଗତ ପୁଜୁଗୁର୍ହା ଜଙ୍ଗଲରେ ମାଓ କ୍ୟାମ୍ପ ଠାବ , ସିଆରପିଏଫ ର ଚଢ଼ାଉ ବେଳେ ମାଓବାଦୀ ଙ୍କ ଛତ୍ର ଭଙ୍ଗ

Sunil Chandra Nayak

Leave a Comment

error: Content is protected !!