ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କଣ୍ଟାବାଞ୍ଜିରେ ସରକାରୀ ଜମି ଜବରଦଖଲ ଅଭିଯୋଗ ଜୋରଦାର

କଣ୍ଟାବାଞ୍ଜିରେ ସରକାରୀ ଜମି ଜବରଦଖଲ ଅଭିଯୋଗ ଜୋରଦାର

କଣ୍ଟାବାଞ୍ଜି: କଣ୍ଟାବାଞ୍ଜି ଅଞ୍ଚଳରେ ସରକାରୀ ଜମି ଜବରଦଖଲ ଘଟଣା ପୁଣିଥରେ ସମ୍ମୁଖକୁ ଆସିଛି । ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ଏହି ଅଞ୍ଚଳରେ ଗୋଚର ଓ ସର୍ବସାଧାରଣ ଜମି ଦଖଲ କରିବା କିଛି ନୂଆ କଥା ନୁହେଁ, ବରଂ ବର୍ଷୋଧିକ ଧରି ଏହା ଚାଲିଆସୁଛି ।

ଦୁର୍ନୀତି ଓ ମିଳିତ ଚକ୍ରାନ୍ତର ଅଭିଯୋଗ

ଅଭିଯୋଗ ଅନୁଯାୟୀ, କିଛି ଅଣ ଓଡ଼ିଆ ବ୍ୟକ୍ତି ଦୁର୍ନୀତିଗ୍ରସ୍ତ ତହସିଲ କର୍ମଚାରୀଙ୍କ ସହଯୋଗରେ ସରକାରୀ ଜମିର କିସମ ପରିବର୍ତ୍ତନ କରି ଏବଂ ଏହାକୁ ଅନ୍ୟ ଲୋକଙ୍କ ନାମରେ ରୟେତି କରି ପ୍ଲଟିଂ କରି ବିକ୍ରି କରୁଛନ୍ତି । ଏହି କାରବାରରେ କିଛି ରାଜନେତା ଓ ପ୍ରଶାସନିକ କର୍ମଚାରୀଙ୍କ ସଂପୃକ୍ତି ଥିବା ଅଭିଯୋଗ ମଧ୍ୟ ଆସୁଛି । ଏହାକୁ ନେଇ ସରକାର ପକ୍ଷରୁ କୌଣସି କଡ଼ା କାର୍ଯ୍ୟାନୁଷ୍ଠାନ ନ ହେବାକୁ ନେଇ ଲୋକମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି ।

ଚଟୁଆନକା ପଞ୍ଚାୟତରେ ତିବ୍ର ପ୍ରତିବାଦ

କଣ୍ଟାବାଞ୍ଜି ନିକଟସ୍ଥ ଚଟୁଆନକା ପଞ୍ଚାୟତରେ ଏହି ବିବାଦ ଆହୁରି ଗଭୀର ହୋଇଛି । ଏଠାରେ ଜଣେ ଜମି ମାଫିଆ ଅପାର୍ଟମେଣ୍ଟ ନିର୍ମାଣ ଓ ପ୍ଲଟ ବିକ୍ରି କରୁଥିବା ବେଳେ ସରକାରୀ ଜମିକୁ ମଧ୍ୟ ଜବରଦଖଲ କରି ପାଚେରୀ ନିର୍ମାଣ କରୁଥିବା ଅଭିଯୋଗ ହେଉଛି । ଏହାକୁ ବିରୋଧ କରି ଗ୍ରାମବାସୀ ମାନେ ଘଟଣାସ୍ଥଳକୁ ଯାଇ ପାଚେରୀ ନିର୍ମାଣ କାମକୁ ବନ୍ଦ କରିଦେଇଥିଲେ ।

ପଚାରାଯାଉଥିବା ବେଳେ ସେହି ବ୍ୟକ୍ତି ସବ୍-କଲେକ୍ଟରଙ୍କ ସହ କଥା ହୋଇଥିବା କହିଥିଲେ, କିନ୍ତୁ କଣ କଥା ହୋଇଛି ସେଥିପାଇଁ ସ୍ପଷ୍ଟତା ନାହିଁ ।

ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି

ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ଏହି ଜମି ମାଫିଆ ୩ ଏକର ରୁ ଅଧିକ ସରକାରୀ ଜମି ଜବରଦଖଲ କରିରଖିଛନ୍ତି । ଏହାକୁ ନେଇ ସ୍ଥାନୀୟ ଲୋକମାନେ ପ୍ରଶାସନଙ୍କୁ ଶୀଘ୍ର ତଦନ୍ତ କରି ଜମିକୁ ଜବରଦଖଲ ମୁକ୍ତ କରିବା ସହିତ ଦୋଷୀଙ୍କ ବିରୋଧରେ କଡ଼ା ପଦକ୍ଷେପ ନେବାକୁ ଦାବି କରିଛନ୍ତି ।

ମୀନ କେତନ ନିଆଲ ଙ୍କ ରିପୋର୍ଟ୍ 

Related posts

ସରକାର ବଦଳିଲା,ଇନ୍ଦ୍ରାବତୀ ଡେମ ସର୍କଲ ରେ ଚାଲୁଥିବା ପିସି ରାଜ ବନ୍ଦ ହେବ ? ଗାର୍ଡ ୱାଲ୍ ନିର୍ମାଣ ରାସ୍ତା ମରାମତି କାର୍ଯ୍ୟ ତଦାରଖ ହେଉନି:ପ୍ରଶାସନର ଦୃଷ୍ଟି ପଡୁ 

masiha

ଯୋଡ଼ା ଟାଟାଷ୍ଟିଲ ମେଡିକାଲରେ ନିଜସ୍ୱ ଆମ୍ବୁଲାନ୍ସ ନାହିଁ, ଆବଶ୍ୟକ କର୍ମଚାରୀ ନିଯୁକ୍ତି ନ କରିବା ପାଇଁ ଭଡା ଗାଡି ଚାଲିଛି କି ? 

masiha

ସେଞ୍ଚୁରିଅନରେ ବି.ଫାର୍ମା ଛାତ୍ରଛାତ୍ରୀମାନଙ୍କ ବିଦାୟ କାଳୀନ ସମାରୋହ

masiha

Leave a Comment

error: Content is protected !!