ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଓଡ଼ିଆ ପକ୍ଷ ପାଳନ ଅବସରରେ ରକ୍ତଦାନ ଶିବିର ଅନୁଷ୍ଠିତ

ଓଡ଼ିଆ ପକ୍ଷ ପାଳନ ଅବସରରେ ରକ୍ତଦାନ ଶିବିର ଅନୁଷ୍ଠିତ

ରାଉରକେଲା : ଓଡ଼ିଆ ପକ୍ଷ ପାଳନ ଅବସରରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ସେକ୍ଟର ୪ ସ୍ଥିତ ରାଉରକେଲା କଲେଜ, ରାଉରକେଲା ଓ ହମିରପୁର ସ୍ଥିତ କଲ୍ୟାଣୀରାୟ ଡିଗ୍ରୀ ମହାବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ ରକ୍ତଦାନ ଶିବିର ରାଉରକେଲା କଲେଜ ପରିସରରେ ଅନୁଷ୍ଠିତ ହୋଇଯାଇଛି। କଲେଜର ଯୁବ ରେଡକ୍ରସ୍ ଓ ଜାତୀୟ ସେବା ଯୋଜନା ଅନ୍ତର୍ଗତ ଏହି କାର୍ଯ୍ୟକ୍ରମରେ କଲେଜର ଅଧ୍ୟକ୍ଷ ଡ଼ ରବୀନ୍ଦ୍ର କୁମାର ଜେନାଙ୍କ ଅଧ୍ୟକ୍ଷତା କରିଥିଲେ । ରଘୁନାଥପପାଲି ବିଧାୟକ ଦୁର୍ଗାଚରଣ ତନ୍ତୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି ଶିବିରକୁ ଉଦଘାଟନ କରିବା ସହ ରକ୍ତଦାନ କିପରି ମହତ ଦାନ ସେ ସମ୍ପର୍କରେ ଛାତ୍ର ଛାତ୍ରୀଙ୍କୁ ଆଶ୍ରିବଚନ ପ୍ରଦାନ କରିଥିଲେ। ଅନ୍ୟତମ ଅତିଥି ଭାବେ ସାମ୍ବାଦିକ ସତ୍ୟାନନ୍ଦ ବେହେରା ଯୋଗ ଦେଇ ରକ୍ତଦାତା ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ। ଏହି ଅବସରରେ ୬୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ପରିଚାଳନାରେ ପ୍ରାଧ୍ୟାପକ ସର୍ବଶ୍ରୀ ରଶ୍ମିରଞ୍ଜନ ରାଉତ, କରୁଣାକର ପାଟ୍ଟଶାଣୀ,ଭାରତୀ ବରୁଆ, ବନ୍ଦନା ସୋରେନ, ବୈଜୟନ୍ତୀ ବାରିକ, ମନୋଜ କୁମାର ଦଳେଇ,ଦୀପାଳୀ ପ୍ରଧାନ,ଏଲିଜା ଲୁଗୁନ, ରଞ୍ଜିତ ପ୍ରଧାନ,ତରଣୀ ନାଏକ, ଅଙ୍କିତା ପାଇକରାୟ,ଅନୁପ ଏକ୍କା, କଲ୍ୟାଣୀ ରାୟ ମହାବିଦ୍ୟାଳୟର ପ୍ର ଅଭିରାମ ସାଗରିଆ,ପ୍ର ସୈ।ମ୍ୟରଞ୍ଜନ ଦାସ ଓ ଯୁବ ରେଡକ୍ରସ୍ ତରଫରୁ ଦେବସ୍ମିତା,ଆରୁଷୀ,ଅଜୟ,କାହ୍ନା, ଅନ୍ବେଷା, ସିଦ୍ଧାର୍ଥ, ସ୍ବପ୍ନା, ଚାନ୍ଦିନୀ ପ୍ରମୁଖ ଓ ଆରଜିଏଚ ର ଡା ମାଏସା ସୋରେନ ଓ ତାଙ୍କ ଗୃପର ସଦସ୍ୟ ମାନେ ସହଯୋଗ କରିଥିଲେ।

      ସେହିପରି ରାଉରକେଲା କଲେଜ ପରିସରରେ ବହୁ ପ୍ରତିକ୍ଷିତ ଡିଜିଟାଲ ଘଡି ଉଦଘାଟନ କରାଯାଇଥିଲା। ଅଧ୍ୟକ୍ଷ ଡ ଜେନା, ବରିଷ୍ଠ ସାମ୍ବାଦିକ ସତ୍ୟାନନ୍ଦ ବେହେରା ଓ କୁଞ୍ଜବିହାରୀ ରାଉତ ଙ୍କ ଉପସ୍ଥିତିରେ ଏହି କାର୍ଯ୍ୟକ୍ରମ ସମାପନ କରାଯାଇଥିଲା। ଏଥିରେ କଲେଜର ଅଧ୍ୟାପକ ଅଧ୍ୟାପିକା ମାନେ ଉପସ୍ଥିତ ଥିଲେ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ବ୍ୟାପକ ଅବ୍ୟବସ୍ଥା ମଧ୍ୟରେ ସରିଲା ଲାଞ୍ଜିଗଡ଼ ବ୍ଲକ ଆମ ଓଡ଼ିଶା- ନବୀନ ଓଡ଼ିଶା କାର୍ଯ୍ୟକ୍ରମ: ମହିଳାମାନେ ହଇରାଣ ହେଲେ, ଗଣମାଧ୍ୟମ ପ୍ରତିନିଧିଙ୍କୁ ବି ଅଣଦେଖା

masiha

ସାହିତ୍ୟ ପରିଷଦର ଭାଗବତ ସଂଧ୍ୟା ଅନୁଷ୍ଠିତ

Sunil Chandra Nayak

ରାୟଗଡ ଜିଲ୍ଲାର ଦୁଇଟି ଆକାଂକ୍ଷି ବ୍ଲକର ଶୁଭାରମ୍ଭ

Sunil Chandra Nayak

Leave a Comment

error: Content is protected !!