ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପଞ୍ଚାୟତ ସ୍ତରୀୟ ମିଳିତ ଜନ ଅଭିଯୋଗ ଶୁଣାଣି 

ପଞ୍ଚାୟତ ସ୍ତରୀୟ ମିଳିତ ଜନ ଅଭିଯୋଗ ଶୁଣାଣି 

ହିଞ୍ଜିଳିକାଟୁ, ତା ୧୩/୦୪ ଜିଲ୍ଲା ପ୍ରଶାସନ, ଗଞ୍ଜାମ ଆନୁକୁଲ୍ୟରେ ସୋମବାର ହିଞ୍ଜିଳିକାଟୁ ବ୍ଲକ ଅନ୍ତର୍ଗତ କଞ୍ଚୁରୁ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ପଞ୍ଚାୟତ ସ୍ତରୀୟ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି I ହିଞ୍ଜିଳିକାଟୁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସାଗରିକା ଷଢ଼ଙ୍ଗୀଙ୍କ ତତ୍ତ୍ବାବଧାନରେ ଆୟୋଜିତ ଶିବିରରେ ସରପଞ୍ଚ ମଦନମୋହନ ସେଠୀ,ସମିତି ସଭ୍ୟ, ଅତିରିକ୍ତ ତହସିଲଦାର ସୁରଜ କୁମାର ବେହେରା,ଏସଆଇ ସୁରେଶ କୁମାର ସାହୁ,ସିଡିପିଓ ବିଜୟଲଷ୍ମୀ ପାଢ଼ୀ, ଗ୍ରାମ ପଞ୍ଚାୟତ ଉନ୍ନୟନ ଅଧିକାରୀ ଜି ରବି କୁମାର,ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅରୁଣ କୁମାର ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ । ସଂପୃକ୍ତ ପଞ୍ଚାୟତରେ ସରକାରଙ୍କ ବିଭିନ୍ନ ଜନକଲ୍ୟାଣ କାରୀ ଯୋଜନାରୁ ବଞ୍ଚିତ, ଅପେକ୍ଷିତ ଓ ସରକାରୀ ସୁବିଧାରୁ ବଞ୍ଚିତ ହିତାଧିକାରୀ ବିଭାଗୀୟ ଅଧିକାରୀ ମାନଙ୍କ ନିକଟରେ ନିଜର ବିଭିନ୍ନ ଯୋଜନାରୁ ଉପକୃତ ହେବା ପାଇଁ ଅଭିଯୋଗ ଦାଖଲ କରିଥିଲେ । ଏହି ଦ୍ଵିତୀୟ ପର୍ଯ୍ୟାୟ ଜନ ଅଭିଯୋଗ ଶୁଣାଣିରେ ମୋଟ ୨୦ ଗୋଟି ଅଭିଯୋଗ ପତ୍ର ଦାଖଲ ହୋଇଥିଲା । ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ସୁଶାନ୍ତ କୁମାର ପାତ୍ର ଶିବିରକୁ ପରିଚାଳନା କରିଥିବା ବେଳେ ଯୋଗାଣ ନିରୀକ୍ଷକ ସ୍ନେହାଞ୍ଜଳି ସ୍ୱାଇଁ, ରାଜସ୍ୱ ନିରୀକ୍ଷକ ରାମଚନ୍ଦ୍ର ମହାନ୍ତି,ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତି କରଣ ବିଭାଗ ଅଧିକାରୀ ବନଶ୍ରୀ ଦାଶ,ଜଳସମ୍ପଦ ବିଭାଗର ସହକାରୀ ଯନ୍ତ୍ରୀ ଅରୁଣ କୁମାର ପଟ୍ଟନାୟକ ଏଡିଇଓ ରଞ୍ଜନ କୁମାର ରଣାଙ୍କ ସମେତ ଅନ୍ୟାନ୍ୟ ବିଭାଗର ସହକାରୀ ଯନ୍ତ୍ରୀ ଏବଂ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ସହକାରୀ ଯନ୍ତ୍ରୀ ଦୁର୍ଯ୍ୟୋଧନ ବେହେରା, ବିଏଫଟି ବିକ୍ରମ ମହାପାତ୍ର,ଯୋଗାଣ ସହାୟିକା ପିଙ୍କି ମହାନ୍ତି ପ୍ରମୁଖଙ୍କ ସମେତ ଅଙ୍ଗନବାଡି କର୍ମୀ ଉପସ୍ଥିତ ରହି ସହଯୋଗ କରିଥିଲେ ।

Related posts

ନବ ବର୍ଷ ଉପଲକ୍ଷେ ଡାଲଗୁମା ଠାରେ ଘୁମୁରା ପ୍ରତିଯୋଗିତା

Sunil Chandra Nayak

ଡ଼ଙ୍ଗରଗଡ଼ ମହୋତ୍ସବ ନଭେମ୍ବର ୨୫ରେ

Sunil Chandra Nayak

ଆଞ୍ଚଳିକ ସାଧନ କେନ୍ଦ୍ରସ୍ତରରେ ୟୁ. ଏ .ଏସ. ଟ୍ରେନିଂ କାର୍ଯ୍ୟକ୍ରମ           

masiha

Leave a Comment

error: Content is protected !!