ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧରାକୋଟ ବାଜାର ରେ ଜବରଦଖଲ ରୁ ବଢୁଛି ଟ୍ରାଫିକ ସମସ୍ୟା

ଧରାକୋଟ ବାଜାର ରେ ଜବରଦଖଲ ରୁ ବଢୁଛି ଟ୍ରାଫିକ ସମସ୍ୟା

ଆସିକା, ୧୫/୪/୨୬ (ଶିବ ଶଙ୍କର ମିଶ୍ର ) ଗଞ୍ଜାମ ଜିଲ୍ଲାର ଧରାକୋଟ ରେ ରହିଛି ବ୍ଲକ ,ତହସିଲ , ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର, ଥାନା,ପଶୁ ଚିକିତ୍ସାଳୟ , ଭାରତୀୟ ଷ୍ଟେଟ ବ୍ୟାଙ୍କ , ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ, ମିଶନ ଶକ୍ତି କାର୍ଯ୍ୟଳୟ , ଆଇ ସି ଡି ଏସ କାର୍ଯ୍ୟଳୟ,ଡିଗ୍ରୀ କଲେଜ, ଏ ଏନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଦିବ୍ୟାଙ୍ଗ କେନ୍ଦ୍ର , କ୍ଷୁଦ୍ର ଜଳସେଚନ ବିଭାଗ କାର୍ଯ୍ୟଳୟ,ଦମକଳ କେନ୍ଦ୍ର, ବିଦ୍ୟୁତ ବିଭାଗ କାର୍ଯ୍ୟଳୟ ,କୃଷି ବିଭାଗ କାର୍ଯ୍ୟଳୟ , ଗ୍ରାମ୍ୟ ଉନ୍ନୟନ ବିଭାଗ କାର୍ଯ୍ୟାଳୟ,ଜଙ୍ଗଲ ବିଭାଗ କାର୍ଯ୍ୟଳୟ ,ଡାକ ବିଭାଗ କାର୍ଯ୍ୟଳୟ । ଏଣୁ ପ୍ରତିଦିନ ଏଠାକୁ ଶହ ଶହ ଲୋକ ବିଭିନ୍ନ କାର୍ଯ୍ୟ ସାଧନ ପାଇଁ ଆସନ୍ତି । ମୁଖ୍ୟତଃ ଡାକ ସେବା ,ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ,ଗ୍ୟାସ କାର୍ଯ୍ୟଳୟ ,ଖାଇବା ହୋଟେଲ ଜଳଖିଆ ଦୋକାନ ,କିରାଣୀ ଦୋକାନ ଓ ଅନ୍ୟାନ୍ୟ ଦୋକାନ ଗୁଡ଼ିକ ମୁଖ୍ୟ ବଜାର ରାସ୍ତା ଉପରେ ରହିଥିବାରୁ ଗ୍ରାହକ ମାନେ ଏହି ସବୁ ଦୋକାନକୁ ଆସି ମନଇଚ୍ଛା ମୁଖ୍ୟ ବଜାର ରାସ୍ତା ଉପରେ ନିଜର ଗାଡି,ମଟର ସାଇକେଲ ରଖିଦେଉଥିବା ଯୋଗୁଁ ପରିବହନ କ୍ଷେତ୍ରରେ ନାହିଁ ନଥିବା ସମସ୍ୟା ଦେଖାଦେଉଛି । ବ୍ରହ୍ମପୁର ଠାରୁ ସୋରଡା,ବଡଗଡ,ଓଳମ୍ବା, ଦାରିଂବାଡି ,ବାଲିଗୁଡ଼ା ଯାଉଥିବା ବସ ଗୁଡ଼ିକ ରାସ୍ତା ଉପରେ ଜବର ଦଖଲ କରି ଗାଡି ମଟର ରଖାଯାଉଥିବାରୁ ବିଳମ୍ବରେ ପହଞ୍ଚୁଛନ୍ତି । ଦୁଇ ପଟେ ଦୋକାନୀ ମାନେ ମଧ୍ୟ ଆଗକୁ ଚାଲି ଆସିଥିବାରୁ ରାସ୍ତା ଦିନକୁଦିନ ସଙ୍କୁଚିତ ହେଉଛି । ଏଣୁ ଟ୍ରାଫିକ ସମସ୍ୟା ସହିତ ଦୁର୍ଘଟଣା ବଢୁଛି । ଏଣୁ ପ୍ରଶାସନ ତରଫରୁ ତହସିଲ କାର୍ଯ୍ୟଳୟ,ପୂର୍ତ୍ତ ବିଭାଗ ଅଧିକାରୀ ଓ ପୋଲିସ ମିଳିତ ଭାବରେ ପୂରୁଣା ପଞ୍ଚାୟତ ଛକ ଠାରୁ କ୍ଷୁଦ୍ର ଜଳସେଚନ ବିଭାଗ କାର୍ଯ୍ୟଳୟ ଛକ ପର୍ଯ୍ୟନ୍ତ ମୁଖ୍ୟ ବଜାରର ଏହି ଜବରଦଖଲ ହଟାଇ ଟ୍ରାଫିକ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ପଦକ୍ଷେପ ନେବାକୁ ଦାବୀ ହେଉଛି ।

Related posts

ପଟ୍ଟାମୁଣ୍ଡାଇ ପୂର୍ତ୍ତ ବିଭାଗ ପକ୍ଷରୁ2022ର ଶେଷ ଦିନରେ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କୁ ଅବସର କାଳିନ ବିଦାୟ ସମ୍ବଦ୍ଧନା 

Sunil Chandra Nayak

ଅଖିଳ ଭାରତ କୃଷକ ସଭା ପକ୍ଷରୁ ରାଉରକେଲା ଆଞ୍ଚଳିକ ପ୍ରଦୂଷଣ ନିୟନ୍ତ୍ରଣ କାର୍ଯ୍ୟାଳୟ ଘେରାଉ 

masiha

ରାଜସ୍ବ ଅମଲା ସଂଘର ଦାବିପତ୍ର ପ୍ରଦାନ 

masiha

Leave a Comment

error: Content is protected !!