ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦୀନକୃଷ୍ଣ ଭିନ୍ନକ୍ଷମ ବିଦ୍ୟାଳୟର ଅତ୍ୟାଧୁନିକ ରୋଷେଇ ଗୃହ ଓ ଭୋଜନଶାଳା ଉଦ୍ଘାଟିତ

ଦୀନକୃଷ୍ଣ ଭିନ୍ନକ୍ଷମ ବିଦ୍ୟାଳୟର ଅତ୍ୟାଧୁନିକ ରୋଷେଇ ଗୃହ ଓ ଭୋଜନଶାଳା ଉଦ୍ଘାଟିତ

ଜଳେଶ୍ଵର,୨୩/୪(ମନିସ)- ଜଳେଶ୍ଵର ବିଧାୟକ ତଥା ଓଡ଼ିଶା ସରକାରଙ୍କର ପୂର୍ବତନ ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ରଙ୍କ ଦ୍ୱାରା ଦୀନକୃଷ୍ଣ ଭିନ୍ନକ୍ଷମ ବିଦ୍ୟାଳୟକୁ ପୋଲିସ ହାଉସିଙ୍ଗ ୱେଲଫେଆର କର୍ପୋରସନଙ୍କ ଦ୍ୱାରା ପ୍ରଦତ୍ତ ଏବଂ ନିର୍ମିତ ଅତ୍ୟାଧୁନିକ ରୋଷେଇଶାଳା ଏବଂ ଭୋଜନ ଗୃହ ଉଦଘାଟିତ ହୋଇଯାଇଛି। ଏହି ଅବସରରେ ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରିଣୀ ପ୍ରତିଭା ବେହେରା ଉପସ୍ଥିତ ରହି ସଂଗଠନର ଏହିଭଳି ମହତ ଦାନକୁ ପ୍ରଶଂସା କରିଥିଲେ ଏବଂ ଜିଲ୍ଲାପାଳଙ୍କ ଜରିଆରେ ସୁବିଧା ପାଇଁ ପିଲାମାନଙ୍କର ଖାଇବା ଟେବୁଲ ଏବଂ ଚେୟାର ବ୍ୟବସ୍ଥା କରାଇବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ବିଧାୟକ ଶ୍ରୀ ପାତ୍ର ବିଦ୍ୟାଳୟର ଆବଶ୍ୟକୀୟ କାର୍ଯ୍ୟକ୍ରମକୁ ସହାୟତା ପ୍ରଦାନ କରିବାକୁ ପ୍ରତିଶୃତି ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ପରିଚାଳନା କମିଟିର ସଦସ୍ୟ କମଳ ଚକ୍ରବର୍ତ୍ତୀ,ଇ.ଲେନିନ କୁମାର ପ୍ରଧାନ ଉପସ୍ଥିତ ଥିଲେ।ଏ ସମସ୍ତ କାର୍ଯ୍ୟକ୍ରମକୁ ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ,ଅଣ- ଶିକ୍ଷକ କର୍ମଚାରୀ ସହଯୋଗ କରିଥିଲେ।ଶେଷରେ ଅନୁଷ୍ଠାନର ବରିଷ୍ଠ ହିସାବ ରକ୍ଷକ ଅଜୟ କୁମାର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।

ସୁକୁମାର ରଣା ଙ୍କ ରିପୋର୍ଟ୍ 

Related posts

ସମସ୍ୟା ଘେରରେ ପ୍ରାଣୀ ସ୍ୱାସ୍ଥ୍ୟ ସହାୟକ କେନ୍ଦ୍ର : ସମାଧାନ ପାଇଁ ସରକାରଙ୍କୁ ନିବେଦନ କଲେ ବରିଷ୍ଠ ନାଗରିକ ବୁଲେଇ ବେହେରା

କଳାହାଣ୍ଡି ବେସରକାରୀ କଲେଜ ଶିକ୍ଷକ ସଂଘତରଫରୁ ପ୍ରଫେସର ଅବନୀ ବରାଳ ଜୟନ୍ତୀ ପାଳନ

masiha

ପ୍ରଜାପିତା ବ୍ରହ୍ମକୁମାରୀ ଇଶ୍ବରୀୟ ବିଶ୍ବବିଦ୍ୟାଳୟର ବାର୍ଷିକୋତ୍ସବ 

Sunil Chandra Nayak

Leave a Comment

error: Content is protected !!