ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବ୍ରହ୍ମପୁର ବିଶ୍ବବିଦ୍ୟାଳୟରେ ନିମ୍ନମାନର ଖାଦ୍ୟକୁ ନେଇ ଛାତ୍ରଙ୍କ ମଧ୍ଯରେ ଅସନ୍ତୋଷ

ବ୍ରହ୍ମପୁର ବିଶ୍ବବିଦ୍ୟାଳୟରେ ନିମ୍ନମାନର ଖାଦ୍ୟକୁ ନେଇ ଛାତ୍ରଙ୍କ ମଧ୍ଯରେ ଅସନ୍ତୋଷ

ବ୍ରହ୍ମପୁର,ତା ୨୭/୦୪ ଦକ୍ଷିଣ ଓଡ଼ିଶାର ଶିକ୍ଷାର ପ୍ରାଣକେନ୍ଦ୍ର ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ଦିନକୁ ଦିନ କଳୁଷିତ ହେବାରେ ଲାଗିଛି । ଛାତ୍ରଛାତ୍ରୀମାନଙ୍କୁ ସୁବିଧାସୁଯୋଗ ଯୋଗାଇଦେବା ପାଇଁ ସରକାରଙ୍କ ପକ୍ଷରୁ ଶହ ଶହ କୋଟି ଖର୍ଚ୍ଚ କରାଯାଉଥିବା ବେଳେ ଏଠି ସୁବିଧା ବଦଳରେ ତାହାର ବ୍ଯତିକ୍ରମ ଦେଖିବାକୁ ମିଳୁଛି । ହଷ୍ଟେଲର ଅସ୍ବାସ୍ଥ୍ୟକର ନିମ୍ନମାନ ଖାଦ୍ୟ ବର୍ତ୍ତମାନ ଛାତ୍ରଛାତ୍ରୀଙ୍କ ଇଛାନଥିଲେ ମଧ୍ଯ ୪୦ ଗୋଟି ମିଲ ଖାଇବାକୁ ବାଧ୍ଯ କରାଯାଉଛି । ଏହାକୁ ନେଇ ବିଭିନ୍ନ ସମୟରେ କୁଳପତି ଓ ୱାଡେନଙ୍କ ପାଖେ ଅଭିଯୋଗ ହୋଇଥିଲେ ବି ଛାତ୍ରଙ୍କ କଥାକୁ ସମସ୍ଯାକୁ କେହି କର୍ଣ୍ଣପାତ କରୁନାହାନ୍ତି । ଆଲୋଚନା ଯେ ଗଣଯୋଗାଯୋଗ ବିଭାଗର ଡ. ଗଣେଶ ସେଠୀ ଯେଉଁଦିନ ଠାରୁ ହଷ୍ଟେଲ ଦାୟୀତ୍ବ ଗ୍ରହଣ କରିଛନ୍ତି । ତାପର ଠାରୁ ହଷ୍ଟେଲର ଖାଦ୍ୟ ଅତି ନିମ୍ନମାନକୁ ଚାଲିଯାଇଛି । ଛାତ୍ର ନେତା ଇଜୁ ଅମିନ ଖାନ କହନ୍ତି ଯେ ‘ ଛାତ୍ରଛାତ୍ରୀମାନେ ଅନେକ ଥର ଲିଖିତ ଅଭିଯୋଗ କରିଥିଲେ ମଧ୍ଯ ଆଜିଯାଏଁ ହଷ୍ଟେଲ ଖାଦ୍ୟର କୌଣସିପ୍ରକାର ମାନ ପରିବର୍ତ୍ତନ ହୋଇପାରିନି ବରଂ ଦିନକୁ ଦିନ ଆଉରି ଖରାପ ସ୍ଥିତିକୁ ଗତି କରୁଛି । ଯାହାଫଳରେ ଛାତ୍ରଛାତ୍ରୀ ଅନୁଭବ କରୁଛନ୍ତି, ଯେ’ ଯେତେ ଅଭିଯୋଗ କଲେ ମଧ୍ଯ ଖାଦ୍ୟର ମାନରେ କୌଣସିପ୍ରକାର ପ୍ରଭାବ ପକାଉନାହିଁ , ୱାଡେନ ଡ.ଗଣେଷ ସେଠୀ ଓ ହଷ୍ଟେଲ ମେଷ ଚାଳକଙ୍କ ମଧ୍ଯରେ ଏକପ୍ରକାର ମଧୁଚନ୍ଦ୍ରିକା ଚାଲିଥିବା ନେଇ ଚର୍ଚ୍ଚା କରାଯାଉଛି । ଯାହା ଫଳରେ ହଷ୍ଟେଲର ଖାଦ୍ୟର ମାନ ଦିନକୁ ଦିନ ନିମ୍ନମାନର ହେବାର ଲାଗିଛି । ଶିକ୍ଷାବିତ ମାନଙ୍କ ପକ୍ଷରୁ ଦାବି ଯେ ଜିଲ୍ଲାପ୍ରଶାସନ ପକ୍ଷରୁ ଏହା ଉପରେ ନିହାତି ନଜର ରଖିବା ସହ ବିଭିନ୍ନ ସମୟରେ ମେଷ ପରିଦର୍ଶନର ଆବଶ୍ୟକ ରହିଛି ।

Related posts

ଛିଲିପାମାଲ ଗ୍ରାମରେ ଧରଣୀ ମାଟି ମା ଯାତ୍ରା, ପୋଢ଼ବଳି ସହ ଉଦଯାପିତ ହେଲା ପର୍ଵ, ନାଚିଲେ ଝୁମିଲେ ଆଦିବାସୀ

masiha

ଠାକୁରାଣୀ ବେଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଅଭାବ ନେଇ ତାଲା ପକାଇଲେ ଗ୍ରାମବାସୀ

Sunil Chandra Nayak

ଜିଲ୍ଲାର ବିଭିନ୍ନ ସ୍ଥାନରେ ଗଡିଲା କୈଶଳ ରଥ

masiha

Leave a Comment

error: Content is protected !!