ସିଏ ତ ସବୁଠୁ ବଡ
କବି ସୌରଭ
ବୈଜୟନ୍ତୀ ମାଳା ମହାପାତ୍ର
କୋଠା ଘର ହୀରା ଲୀଳା ମୋତି ଭରା
ଥାଏଟି ଯାହାର ଘର
ଦାମୀଗାଡ଼ି ଆଉ ବେଶ ପୋଷାକରେ
ଦିଶଇ ଯିଏ ସୁନ୍ଦର
ତାକୁ କହିବାନି ବଡ ,
ହୃଦୟରେ ରଖି ଅଛି ଯେ ସାଇତି
ମଇଳା ଯେ କୁଢ଼ କୁଢ଼ ll
ନାମ ସହ ପଦବୀଧାରୀକୁ କେବେ
ବଡ ଆମେ କହିବାନି
ଯିଏ ଲିପ୍ତ ରହି ଆପଣା ସ୍ୱାର୍ଥରେ
ବିପଦେ ସାହା ହୁଏନି
ତାକୁ ହିଁ କହିବା ବଡ଼,
ସାଥେ ସାଥେ ଚାଲି ବିପଦେ ଆପଦେ
ସହିଥାଏ ଯିଏ ଝଡ ll
ହୃଦୟ ନିର୍ମଳ ଅଟଇ ଯାହାର
ସମାଦର ସବୁ ଠାରେ
ପର ଆପଣାର ଭେଦ ଭାବ ନାହିଁ
ସିଏ ଟି ବଡ ମହୀରେ
ତା’ ଠାରୁ କେ ନାହିଁ ବଡ,
ଅସହାୟକୁ ଯେ ସହାୟ ହୁଅଇ
ପ୍ରୀତି ଢାଳି କୁଢ଼ କୁଢ଼ ll