ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁର କେରଳା ପବ୍ଲିକ ଆସିଏସଇ ଇଂଲିଶ ମିଡିୟମ ସ୍କୁଲର ୧୦ ମ ବୋର୍ଡର ଶତପ୍ରତିଶତ ଛାତ୍ରଛାତ୍ରୀଙ୍କ ସଫଳତା 

ରାଇରଙ୍ଗପୁର କେରଳା ପବ୍ଲିକ ଆସିଏସଇ ଇଂଲିଶ ମିଡିୟମ ସ୍କୁଲର ୧୦ ମ ବୋର୍ଡର ଶତପ୍ରତିଶତ ଛାତ୍ରଛାତ୍ରୀଙ୍କ ସଫଳତା 

 ରାଇରଙ୍ଗପୁର – ୩୦/୦୪ — ଆଜି ICSE Board ର ଦଶମ ଶ୍ରେଣୀ ବାର୍ଷିକ ପରୀକ୍ଷାର ଫଳାଫଳ ପ୍ରକାଶ ପାଇଛି ।ରାଇରଙ୍ଗପୁର ସନ୍ନିକଟ   ଵିଜାତଳା ବ୍ଳକର ଅଶନବଣୀ ଗ୍ରାମସ୍ଥ ରାଇରଙ୍ଗପୁର କେରଳା ପବ୍ଲିକ ବିଦ୍ୟାଳୟ ବାମନଘାଟୀ ଉପଖଣ୍ଡର ପ୍ରଥମ ଓ ଏକମାତ୍ର ଆସିଏସଇ ଇଂଲିଶ ମିଡିୟମ ସ୍କୁଲ ।ଚଳିତ ବର୍ଷ ୧୦ ମ ଵୋର୍ଡ ପରୀକ୍ଷା ଫଳ ଆଜି ପ୍ରକାଶିତ ହୋଇଛି ।

ଏଥିରେ ୧୦୮ ଜଣ ଛାତ୍ରଛାତ୍ରୀ ପରୀକ୍ଷାର୍ଥି ମଧ୍ୟରୁ ଶତ ପ୍ରତିଶତ ପରୀକ୍ଷାର୍ଥୀ ଉତ୍ତିର୍ଣ ହୋଇଛନ୍ତି ।

ଏଥିରୁ ୧୨ଜଣ ଛାତ୍ରଛାତ୍ରୀ ୯୦ ଶତକଡ଼ା ଅଙ୍କ ରଖି କୃତିତ୍ଵ ହାସଲ କରିବା ସହିତ ବିଦ୍ୟାଳୟକୁ ଗୌରବାନ୍ଵିତ କରିଛନ୍ତି । ଏଥର ବିଦ୍ୟାଳୟରୁ ୭୮ ଜଣ ପ୍ରଥମ ଶ୍ରେଣୀ ,୨୪ ଜଣ ଦ୍ୱିତୀୟ ଶ୍ରେଣୀ , ତଥା ୬ ଜଣ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ବିଦ୍ୟାଳୟର ଡାଇରେକ୍ଟର ଡକ୍ଟର ଶ୍ରୀକାନ୍ତ ନାୟାର,ଅଧ୍ୟକ୍ଷା ଶ୍ରୀମତୀ ଗୀତାଞ୍ଜଳୀ ତ୍ରିପାଠୀ,ଉପାଧକ୍ଷା ସାକ୍ର ଟୁଡୁ ଓ ଅନ୍ୟ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସମସ୍ତ ଛାତ୍ରଛାତ୍ରୀଙ୍କୁ ଶୁଭକାମନା ଜଣାଇଛନ୍ତି । ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷା ,ଶିକ୍ଷକ,ଶିକ୍ଷୟତ୍ରୀଙ୍କ କଠିନ ପରିଶ୍ରମ ଶିକ୍ଷାଦାନ,ଛାତ୍ରଛାତ୍ରୀଙ୍କୁ ଭଲ ପାଇବା ଯୋଗୁଁ ଏହା ସମ୍ଭବ ହୋଇଛି । ତେଣୁ ଅଭିଭାବକମାନେ ଶିକ୍ଷାନୁଷ୍ଠାନର ସମସ୍ତ କର୍ମକର୍ତାଙ୍କୁ ସେମାନଙ୍କ ଛାତ୍ରଛାତ୍ରୀମାନଙ୍କ ପ୍ରତି ସେମାନଙ୍କ କଠିନ ପରିଶ୍ରମ ପାଇଁ ପ୍ରଶଂସା କରିଛନ୍ତି ।ପରୀକ୍ଷାରେ ଅନ୍ୟ ଅଗ୍ରଓ୍ବାଲ ଶତକଡା ୯୭.୬୦,ରାଘବ ଢଣଢଣିଆ ୯୭.୦୦,ତନିସା ଵେଜ ୯୭.୦୦,ସୁଦିପ୍ତ କିଶୋର ମହାନ୍ତ ୯୬.୮୦,ସ୍ଵସ୍ତିକ ସିଂଘଲ ୯୫.୮୦,ହାମଦାନ ହୁସେନ ୯୪.୦୦,ଆରାଧ୍ୟ ଶର୍ମା ୯୩.୮୦,ଅଶ୍ଵିନୀ କର୍ମଚାରୀ ୯୩.୬୦,କିଶାଲ ଖେମକା ୯୩.୦୦,ଆୟୂଷ କୁମାର ସାହୁ ୯୨.୮୦,ଅନ୍ବେଷା ବଳ ୯୧.୪୦,ସତ୍ୟଜିତ ବାରିକ ୯୦.୨୦ ପ୍ରମୁଖ ମାର୍କ ରଖି ସ୍କୁଲର ଗୌରଵକୁ ଦ୍ଵିଗୁଣିତ କରିଛନ୍ତି ।

ରାଇରଙ୍ଗପୁର ରୁ ଅକ୍ଷୟ ବିଶ୍ବାଳ

Related posts

ସର୍ବ ଭାରତୀୟ ଔଷଧ ବ୍ୟବସାୟୀ ସଙ୍ଘଠନ ର କାର୍ଯ୍ୟକାରିଣୀ ସମିତି କୁ ମନୋନୀତ ହେଲେ ହୃଷିକେଶ ମିଶ୍ର

Sunil Chandra Nayak

41st ‘Surtarang’ Audition Concludes Successfully in Rourkela

Sunil Chandra Nayak

କାମାକ୍ଷାନଗରରେ ରକ୍ତଦାନ ଶିବିର 

masiha

Leave a Comment

error: Content is protected !!