ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜୁନାଗଡ଼ରେ ଶ୍ରମିକ ଶକ୍ତିର ମହାମିଳନ: ଉତ୍ସାହର ସହ ପାଳିତ ହେଲା ୧୦୪ତମ ବିଶ୍ଵ ଶ୍ରମିକ ଦିବସ

ଜୁନାଗଡ଼ରେ ଶ୍ରମିକ ଶକ୍ତିର ମହାମିଳନ: ଉତ୍ସାହର ସହ ପାଳିତ ହେଲା ୧୦୪ତମ ବିଶ୍ଵ ଶ୍ରମିକ ଦିବସ

ଜୁନାଗଡ଼,  କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ସହରରେ ଆଜି ୧୦୪ତମ ବିଶ୍ଵ ଶ୍ରମିକ ଦିବସ ବେଶ୍ ଉତ୍ସାହ ଓ ଉଦ୍ଦୀପନା ସହ ପାଳିତ ହୋଇଯାଇଛି। ‘ମା ଲଙ୍କେଶ୍ଵରୀ ରାଜ ମିସ୍ତ୍ରୀ ଏବଂ ଶ୍ରମିକ ସଂଘ’ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶତାଧିକ ଶ୍ରମିକ ସାମିଲ ହୋଇ ନିଜର ଏକତା ଓ ଅଧିକାରର ପ୍ରଦର୍ଶନ କରିଛନ୍ତି।

ଆଜି ପୂର୍ବାହ୍ନ ୧୧ ଘଣ୍ଟା ସମୟରେ ସହରର ସାଂସ୍କୃତିକ ଭବନ ପରିସରରୁ ଏକ ବିଶାଳ ଶୋଭାଯାତ୍ରା ବାହାରିଥିଲା। ଶ୍ରମିକମାନେ ହାତରେ ସଂଘର ପତାକା ଧରି ଶ୍ରମିକ ଏକତା ଜିନ୍ଦାବାଦର ସ୍ଲୋଗାନ ଦେଇ ସହର ପରିକ୍ରମା କରିଥିଲେ। ଏହି ଶୋଭାଯାତ୍ରା ସହରର ମୁଖ୍ୟ ରାସ୍ତା ଦେଇ ପୁନର୍ବାର ସାଂସ୍କୃତିକ ଭବନରେ ପହଞ୍ଚିବା ପରେ ସେଠାରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା।

ସଂଘର ସଭାପତି ସୀତାକାନ୍ତ ନାଏକ ସଭାରେ ଅଧ୍ୟକ୍ଷତା କରି ଶ୍ରମିକମାନଙ୍କର ବିଭିନ୍ନ ସମସ୍ୟା ଓ ସେମାନଙ୍କର ହକ୍ ବିଷୟରେ ଦୃଢ଼ ଯୁକ୍ତି ଉପସ୍ଥାପନ କରିଥିଲେ। ଶ୍ରମିକମାନେ ଦେଶ ଗଠନର ମେରୁଦଣ୍ଡ, ତେଣୁ ସେମାନଙ୍କର ସାମାଜିକ ଓ ଅର୍ଥନୈତିକ ସୁରକ୍ଷା ପ୍ରତି ସରକାର ଓ ପ୍ରଶାସନ ସଜାଗ ରହିବା ଉଚିତ୍ ବୋଲି ସେ ମତବ୍ୟକ୍ତ କରିଥିଲେ।

ବରିଷ୍ଠ ସାମ୍ବାଦିକ ଖଗେଶ୍ବର ଧଙ୍ଗଡମାଝି ଏହି ସଭାର ପରିଚାଳନା କରିଥିଲେ। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସୁଧାଂଶୁ ଶେଖର ବାରାଡ, ଅଶୋକ ପଟ୍ଟନାୟକ ଏବଂ ବିଶିଷ୍ଟ ସମାଜସେବୀ ଉଦ୍ଧବ ଚରଣ ସାହୁ ଯୋଗଦେଇ ଶ୍ରମିକମାନଙ୍କୁ ଉତ୍ସାହିତ କରିବା ସହ ସମାଜରେ ସେମାନଙ୍କର ଅବଦାନ ଅତୁଳନୀୟ ବୋଲି କହିଥିଲେ। ସମ୍ମାନୀୟ ଅତିଥି ଭାବେ ଟାଟା Tiscon ର ସମସ୍ତ କର୍ମଚାରୀ ଉପସ୍ଥିତ ରହି ଶ୍ରମିକମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ।

ଏହି ସମାବେଶ ଜୁନାଗଡ଼ ଅଞ୍ଚଳରେ ଶ୍ରମିକ ଜାଗରଣର ଏକ ନୂଆ ପରିଚୟ ସୃଷ୍ଟି କରିଛି। ସଂଘର ଶତାଧିକ ସଦସ୍ୟ ଓ ସ୍ଥାନୀୟ ବୁଦ୍ଧିଜୀବୀଙ୍କ ସହଯୋଗରେ ଏହି କାର୍ଯ୍ୟକ୍ରମ ସଫଳତାର ସହ ସମ୍ପନ୍ନ ହୋଇଛି।

ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ପଞ୍ଚାୟତ ସମିତି ବୈଠକ ପ୍ରହସନ

masiha

ମୁଖ୍ୟ ଶାସନ ସଚିବଙ୍କୁ ଭେଟିଲେ ବରିଷ୍ଠ ସାମ୍ବାଦିକ ଓ ଜଣାଶୁଣା କବି ରବିପ୍ରିୟ ଦାଶ

Sunil Chandra Nayak

ଅନ୍ତର୍ଜାତୀୟ ଆର୍ଟ ଅଫ ଗିଭିଙ୍ଗ ଡେ ପାଳନ

Leave a Comment

error: Content is protected !!