ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁର ରେ ଓଡିଶା ବିଦ୍ୟୁତ୍ କର୍ମଚାରୀ ମହାସଂଘ ତରଫରୁ ଶ୍ରମିକ ଦିବସ ପାଳିତ

ରାଇରଙ୍ଗପୁର ରେ ଓଡିଶା ବିଦ୍ୟୁତ୍ କର୍ମଚାରୀ ମହାସଂଘ ତରଫରୁ ଶ୍ରମିକ ଦିବସ ପାଳିତ

ରାଇରଙ୍ଗପୁର – ୧/୦୫ —  ଆଜି ମଇ ପହିଲା ବିଶ୍ବ ଶ୍ରମିକ ଦିବସ ।ଏହି ଅବସରରେ ସାରା ବିଶ୍ବରେ ବିଭିନ୍ନ ଶ୍ରମିକ ସଂଗଠନ ତରଫରୁ ବିଶ୍ବ ଶ୍ରମିକ ଦିବସ ପାଳନ କରାଯାଇଛି ।ରାଇରଙ୍ଗପୁର ଟିପିଏନଓଡିଏଲ କାର୍ଯ୍ୟାଳୟ ପରିସରରେ ଓଡ଼ିଶା ବିଦ୍ୟୁତ୍ କର୍ମଚାରୀ ମହାସଂଘ,ରାଇରଙ୍ଗପୁର ଶାଖା ତରଫରୁ ଉପଖଣ୍ଡ ସଂପାଦକ ଦିପକ ମହାନ୍ତଙ୍କ ନେତୃତ୍ବରେ ବିଶ୍ବ ଶ୍ରମିକ ଦିବସ ପାଳନ କରାଯାଇଛି ।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଟିପିଏନଓଡିଏଲ ର ଏକଜିଉଟିଭ ଇଞ୍ଜିନିୟର ଆଶୁତୋଷ ପଣ୍ଡା ଯୋଗ ଦେଇ ଶ୍ରମିକ ଲାଲ ପତାକା ଉତୋଳନ କରିଥିଲେ ।ଶ୍ରମିକଙ୍କ ଉଦେଶ୍ବରେ ଶ୍ରମିକମାନେ ଏକଜୁଟ ହେବା ସହ ସେମାନଙ୍କ ସାମାଜିକ ସୁରକ୍ଷା, ଅଧିକାର, ଦାୟୀତ୍ବ, ସରକାରଙ୍କ ନିୟମାବଳୀ ପ୍ରତି ଯତ୍ନବାନ ହେବା ଉଚିତ ।ସେହିଭଳି ଶ୍ରମିକ ନେତା ଉଦୟଭାନୁ ଵେହେରା କାର୍ଯ୍ୟକ୍ଷେତ୍ରରେ ଶ୍ରମିକମାନେ ଭୋଗୁଥିବା ଅସୁବିଧା, ଠିକା ଶ୍ରମିକ ଉଛେଦ, କର୍ମଚାରୀମାନଙ୍କୁ ସ୍ଥାୟୀ କରିବା, ସେମାନଙ୍କ ଦରମା ଵୃଦ୍ଧି,କାର୍ଯ୍ୟକ୍ଷେତ୍ରରେ ଆବଶ୍ୟକୀୟ ସୁରକ୍ଷା ସାମଗ୍ରୀ, କାର୍ଯ୍ୟ ନିର୍ଘଣ୍ଟ ଉପରେ ସରକାର ଯତ୍ନଶୀଳ ହେବା ଉଚିତ ବୋଲି କହିଥିଲେ ।ତେଣୁ ଶ୍ରମିକମାନଙ୍କ ମଧ୍ୟରେ ଏକତା ରହିବା ସହ ନିଜର ହକ୍ ପାଇଁ ଲଢେଇ କରିବା ଉଚିତ ।ପାଓ୍ଵାର ଏମ୍ଲୟଜ ୟୁନିଅନରେ ଥିବା ୬୦୦ କର୍ମଚାରୀ ପାଓ୍ବାୟ ଏମ୍ପଲୟଜ ୟୁନିଅନର ଛାଡି ଓଡ଼ିଶା ବିଦ୍ୟୁତ କର୍ମଚାରୀ ମହାସଂଘରେ ଯୋଗ ଦେଇଛନ୍ତି ।କାର୍ଯ୍ୟକ୍ରମ ପରିଚାଳନାରେ ଅମିୟ ସ୍ବାଇଁ, ଲମ୍ବୋଦର ମହାନ୍ତ,ମହେନ୍ଦ୍ର ମହାନ୍ତ,ଚନ୍ଦନ ରାଉତ, ଵୀରସିଂ ମାରାଣ୍ଡି, ଦିଗବିଜୟ ମହାନ୍ତ ଏବଂ ଅନ୍ୟ ମାନେ ସହଯୋଗ କରିଥିଲେ ।

ରାଇରଙ୍ଗପୁର ରୁ ଅକ୍ଷୟ ବିଶ୍ବାଳ

Related posts

ବ୍ଲକ ସ୍ତରୀୟ କଳାହାଣ୍ଡି ଉତ୍ସବ ,ଘୁମୁରା ୨୦୨୫। କଳା, କଳାକାର ଓ ଦର୍ଶକଙ୍କ ମହାମିଳନର ପର୍ବ କଳାହାଣ୍ଡି ଉତ୍ସଵ

masiha

ରକ୍ତ ରକ୍ତକୁ ବାନ୍ଧିଛି ସମ୍ପର୍କର ଡୋରୀରେ ,କଳାହାଣ୍ଡି,ନୂଆପଡା ,ବଲାଙ୍ଗିରର ଠାକୁର ବର୍ଗର କୌଶିଳ ପରିବାର ଏକତ୍ରିତ 

masiha

ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନବରଙ୍ଗପୁର ହସ୍ତକ୍ଷେପରୁ ବୃଦ୍ଧାଙ୍କୁ ମିଳିଲା ପଡ଼ି କାର୍ଡ ଓ ବାର୍ଦ୍ଧକ୍ୟଭତ୍ତା

masiha

Leave a Comment

error: Content is protected !!