ରାଉରକେଲାରେ ବିଶ୍ବ ରେଡକ୍ରସ ଦିବସ ପାଳିତ
ରାଉରକେଲା : ୮/୫/୨୬ : ଭାରତୀୟ ରେଡକ୍ରସ ସୋସାଇଟି ରାଉରକେଲା ସିଟି ଶାଖା ପକ୍ଷରୁ ଆଜି ବିଶ୍ବ ରେଡକ୍ରସ ଦିବସ ପାଳିତ ହୋଇଯାଇଛି l ଏହି ଅବସରରେ ଉଦିତନଗରସ୍ଥିତ ସମନ୍ବିତ ଆଦିବାସୀ ଉନ୍ନୟନସଂସ୍ଥା ର ସମ୍ମିଳନୀ କକ୍ଷ ଠାରେ ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଅତିରିକ୍ତ ଜିଲ୍ଲାପାଳ ତଥା ରାଉରକେଲା ମହାନଗର ନିଗମ ର ଆୟୁ୍କ୍ତ ସୁଶ୍ରୀ ଦୀନା ଦସ୍ତଗୀର ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ନୋବେଲ ଶାନ୍ତି ପୁରସ୍କାରର ପ୍ରଥମ ବିଜେତା ହେନରୀ ଡୁରାଣ୍ଟ ଙ୍କୁ ସ୍ମରଣ କରିଥିଲେ ଓ କହିଥିଲେ ଯେ, ଏହି ଦିନଟି ହେନରୀ ଡୁରାଣ୍ଟ ଙ୍କ ଜନ୍ମଦିନ ଅବସରରେ ପାଳନ କରାଯାଏ। ସେ ଯୁଦ୍ଧ ସମୟରେ ଆହତ ଓ ଅସହାୟ ଲୋକଙ୍କୁ ସହାୟତା କରିବାର ମହାନ ଚିନ୍ତାଧାରାରୁ ରେଡ୍ କ୍ରସ୍ ଆନ୍ଦୋଳନର ଆରମ୍ଭ କରିଥିଲେ।
ଭାରତୀୟ ରେଡକ୍ରସ ସଂଗଠନ ରକ୍ତଦାନ ଶିବିର, ପ୍ରାକୃତିକ ବିପଦ ସମୟରେ ସହାୟତା, ପ୍ରାଥମିକ ଚିକିତ୍ସା ପ୍ରଶିକ୍ଷଣ ଓ ସ୍ୱାସ୍ଥ୍ୟ ସଚେତନତା ଭଳି ବହୁ ସେବାମୂଳକ କାର୍ଯ୍ୟ କରୁଛି।
ଆଜିର ଦିନରେ ଆମେ ସମସ୍ତେ ମାନବ ସେବା ପାଇଁ ସଦା ପ୍ରସ୍ତୁତ ରହିବାର ସଙ୍କଳ୍ପ ନେବା। ଛୋଟ ଛୋଟ ସହଯୋଗ ମଧ୍ୟ ଜଣେ ଅସହାୟ ଲୋକଙ୍କ ଜୀବନରେ ବଡ଼ ପରିବର୍ତ୍ତନ ଆଣିପାରେ । ମାନବ ଜୀବନ ମୂଲ୍ୟବାନ ନିଜ ଆଖ ପାଖରେ ଯଦି କୌଣସି ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତି ଙ୍କୁ ଦେଖିଲେ ତୁରନ୍ତ ସହଯୋଗ କରିବା ପାଇଁ ତତ୍ପରତା ଦେଖାଇ ଜୀବନ ବଂଚାଇବାରେ ସହଯୋଗ କରିବା ଉଚିତ୍ l ମାନବ ଜୀବନ ବଞ୍ଚେଇବା, ଦୁର୍ବଳ ସମୂହଙ୍କର ସହାୟତା କରି ସେମାନଙ୍କୁ ବଞ୍ଚିବାର ଆଶ୍ବସ୍ତି ପ୍ରଦାନ କରିବା ହେଉଛି ଆଜି ଦିନ ର ସଂକଳ୍ପ ।
ଏହା ବ୍ୟତୀତ ଅତିରିକ୍ତ ଜିଲ୍ଲାପାଳ ସୂଚନା ଦେଇଥିଲେ ଯେ ଗତ ବର୍ଷ ଜୁଲାଇ ମାସରୁ ଅଦ୍ୟାବଧି ରାଉରକେଲା ଅତିରିକ୍ତ ଜିଲ୍ଲପାଳ କାର୍ଯ୍ୟାଳୟର ରେଡକ୍ରସ ପାଣ୍ଠି ରୁ ୨୨ଜଣଙ୍କୁ ୨ ଲକ୍ଷ ୬୧ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । ଏଥିରେ ସର୍ବାଧିକ କ୍ୟାନ୍ସର ର ରୋଗୀ ଅଛନ୍ତି। ଏହା ବ୍ୟତୀତ ଟ୍ରାଫିକ ଗେଟରେ ହୋଇଥିବା ଅଗ୍ନିକାଣ୍ଡ କ୍ଷତିଗ୍ରସ୍ତ 6 ଜଣ ଦୋକାନୀ, ସ୍ବଚ୍ଛ ସାଥୀ ତଥା ନିକଟରେ ବିମାନ ଦୁର୍ଘଟଣା ରେ ମୃତକଙ୍କ ପରିବାରକୁ ମଧ୍ୟ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି ।
ଏହି କାର୍ଯ୍ୟକ୍ରମ ପୂର୍ବରୁ ସକାଳେ ରାଉରକେଲା ମହାନଗର ନିଗମ କାର୍ଯ୍ୟାଳୟ ସମ୍ମୁଖରୁ ଏକ ସଚେତନତା ଶୋଭାଯାତ୍ରା ବାହାରି ଥିଲା l ଏହି ଶୋଭା ଯାତ୍ରା ରେ ସିଭିଲ ଡିଫେନ୍ସ ଭୋଲେନଟିଅର ସାମିଲ ହୋଇଥିଲେ ା ଅତିରିକ୍ତ ଜିଲ୍ଳାପାଳ ସବୁଜ ପତାକା ଦେଖାଇ ଏହାର ଶୁଭାରମ୍ଭ କରାଇଥିଲେ l ଏହି ସଚେତନତା ରାଲି ରାଉରକେଲା ମହାନଗରନିଗମ କାର୍ଯ୍ୟାଳୟ ରୁ ଆରମ୍ଭ କରି ଆମ୍ବେଦକର ଛକ ଦେଇ ଆଇଟିଡି ଏ ସମ୍ମିଳନୀ କକ୍ଷ ପର୍ଯ୍ୟନ୍ତ ଯାଇଥିଲା ।
ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ଉପଜିଲ୍ଲାପାଳ ଚନ୍ଦ୍ରକାନ୍ତ ମଲ୍ଲିକ ,ଅତିରିକ୍ତ ଉପ ଜିଲ୍ଲାପାଳ ଚାନ୍ଦିନୀ, ରାଉରକେଲା ମହାନଗର ନିଗମର ଯୁଗ୍ମ ଆୟୁକ୍ତ ପଲ୍ଳବୀ ନାୟକ , ପି ଏ ଆଇ ଟି ଡି ଏ ପାନପୋଷ ବିକ୍ରଣୀ କିସପୋଟ୍ଟl ଡେପୁଟି କମିଶନର ଚନ୍ଦ୍ରକାନ୍ତ ,ଡେପୁଟି କଲେ୍ଟର
ପ୍ରlରବ୍ଧା ବଡ଼ପଣ୍ଡା ସମେତ ଅତିରିକ୍ତ ଜିଲ୍ଳାପାଳ କାର୍ଯ୍ୟାଳୟର କର୍ମଚାରୀ, ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ l ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ରାଉରକେଲା ସୀମା ଫାତିମା ଏକ୍କା କାର୍ଯ୍ୟକ୍ରମ ର ପରିଚାଳନା କରିଥିଲେ l
କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍

