ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଶିଷ୍ଟ ଶ୍ରମିକ ନେତା ସାଥୀ ବିଷ୍ଣୁ ମହାନ୍ତିଙ୍କ ବିୟୋଗରେ ରାଉରକେଲା ଷ୍ଟିଲ ମଜଦୂର ୟୁନିୟନ୍ ପକ୍ଷରୁ ଶୋକ ସଭା 

ବିଶିଷ୍ଟ ଶ୍ରମିକ ନେତା ସାଥୀ ବିଷ୍ଣୁ ମହାନ୍ତିଙ୍କ ବିୟୋଗରେ ରାଉରକେଲା ଷ୍ଟିଲ ମଜଦୂର ୟୁନିୟନ୍ ପକ୍ଷରୁ ଶୋକ ସଭା 

    ରାଉକେଲା: ବିଶିଷ୍ଟ ଟ୍ରେଡ୍‌ ୟୁନିଅନ ନେତା, ସି.ଆଇ.ଟି.ୟୁ ର ରାଜ୍ୟ ସାଧାରଣ ସମ୍ପାଦକ ଓ ସର୍ବଭାରତୀୟ ଉପସଭାପତି, ସିପିଆଇ(ଏମ) ଓଡ଼ିଶା ରାଜ୍ୟ ସମ୍ପାଦକମଣ୍ଡଳୀ ସଦସ୍ୟ କମ୍ରେଡ ବିଷ୍ଣୁ ମହାନ୍ତିଙ୍କ ବିୟୋଗରେ ରାଉରକେଲା ଷ୍ଟିଲ ମଜଦୂର ୟୁନିୟନ ପକ୍ଷରୁ ସେକ୍ଟର -୫ କାର୍ଯ୍ୟାଳୟ ଠାରେ ସାଧାରଣ ସମ୍ପାଦକ ରମେଶ ଚନ୍ଦ୍ର ସେଠୀଙ୍କ ଆବାହକତ୍ୱରେ ଶୋକ ସଭା ଅନୁଷ୍ଠିତ ହୋଇଯାଇଛି।ଏହି ସଭାରେ ୟୁନିୟନର କାର୍ଯ୍ୟକାରୀ ସଭାପତି ପ୍ରଦୋଷ କୁମାର ମହାନ୍ତି,ଉପସଭାପତି କୈଳାଶ ଚନ୍ଦ୍ର ନାୟକ,ଉପଦେଷ୍ଟା ସଦାନନ୍ଦ ସାହୁ,ଉପଦେଷ୍ଟା ଅର୍ଜ୍ଜୁନ ଭୋଇ, କାର୍ଯ୍ୟକାରୀ ମଣ୍ଡଳୀ ସଭ୍ୟ ରାଧେନ୍ଦ୍ର କୁମାର ତିୱାରୀ, ସୁଧାଂଶୁ ସୁତାର,ବିଷ୍ଣୁ ପ୍ରସାଦ ଦାସ,ପ୍ରମୁଖ ବକ୍ତବ୍ୟ ରଖି ସ୍ବର୍ଗତ ସାଥୀ ବିଷ୍ଣୁ ମହାନ୍ତିଙ୍କ ଶ୍ରମିକ ପ୍ରୀତି,ଶ୍ରମିକ ଆନ୍ଦୋଳନରେ ତାଙ୍କର ଭୂମିକା ଉପରେ ବକ୍ତବ୍ୟ ରଖିଥିଲେ ।ଓଡ଼ିଶାର ଶ୍ରମିକ ଆନ୍ଦୋଳନ, ବାମପନ୍ଥୀ ରାଜନୀତି ଓ ସାମ୍ୟବାଦୀ ଆନ୍ଦୋଳନର ଅପୂରଣୀୟ କ୍ଷତି ହୋଇଛି ଓ ଶ୍ରମଜୀବି ଜନସାଧାରଣଙ୍କ ସଂଗ୍ରାମ ପାଇଁ ଗଭୀର ଆଘାତ ଏବଂ ଅପୂରଣୀୟ କ୍ଷତି ଘଟିଲା ବୋଲି ବକ୍ତାମାନେ ଶୋକ ସଭାରେ କହିଥିଲେ ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ପାଣିମୁଣ୍ଡାରେ ଜଙ୍ଗଲୀ ହାତୀଙ୍କ ଉପଦ୍ରବ : ଉଜାଡିଲେ ଚାଷୀଙ୍କ ଧାନ ଫସଲ

masiha

ରାଇରଙ୍ଗପୁର ଅମଲା ଲାଇନରେ ଜବରଦଖଲ ଉଛେଦ

Sunil Chandra Nayak

ପ୍ରାଥମିକ ଶିକ୍ଷକ (ନୂତନ ପେନସନ ଭୁକ୍ତ) ସଂଘ ତରଫରୁ ଅବସର କାଳୀନ ସମ୍ବର୍ଦ୍ଧନା ସଭା 

masiha

Leave a Comment

error: Content is protected !!