ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଚାଷୀ ଭୁଲି ଗଲେଣି ଅଫିସ ଠିକଣା, କ୍ଷୁଦ୍ର ଜଳସେଚନ ବିଭାଗ ଅଫିସରେ ତାଲା ଝୁଲୁଛି

ଚାଷୀ ଭୁଲି ଗଲେଣି ଅଫିସ ଠିକଣା, କ୍ଷୁଦ୍ର ଜଳସେଚନ ବିଭାଗ ଅଫିସରେ ତାଲା ଝୁଲୁଛି

ଆସିକା, ୧୪/୫/୨୬ (ଶିବ ଶଙ୍କର ମିଶ୍ର ) ଦିନେ ନୁହେଁ ଦୁଇ ଦିନ ନୁହେଁ ସପ୍ତାହେ ହେଲା ଧରାକୋଟ କ୍ଷୁଦ୍ର ଜଳସେଚନ ବିଭାଗ କାର୍ଯ୍ୟଳୟ ରେ ତାଲା ଝୁଲୁଛି। ଆଶ୍ଚର୍ଯ୍ୟର କଥା ଉପରିସ୍ଥ ଅଧିକାରୀଙ୍କ ପାଖରେ ଏ ବିଷୟରେ କୌଣସି ଖବର ନାହିଁ। ଭଞ୍ଜନଗର ମାଇନର ଇରିଗେସନ ବା କ୍ଷୁଦ୍ର ଜଳସେଚନ ବିଭାଗ ଡିଭିଜନ ଅଧୀନରେ ରହିଛି ଧରାକୋଟ କ୍ଷୁଦ୍ର ଜଳସେଚନ ବିଭାଗ ସହକାରୀ ଯନ୍ତ୍ରୀ ଙ୍କ କାର୍ଯ୍ୟଳୟ । ଏହି କାର୍ଯ୍ୟଳୟ ଅଧୀନରେ ପ୍ରାୟ 45 ଗୋଟି ଏମ ଆଇ ପି ଓ ପ୍ରାୟ 13 ଗୋଟି ଚେକଡ୍ୟାମ ରହିଛି । ଏସବୁର ଦେଖାଶୁଣା କରିବା ପାଇଁ ଏଠାରେ ଜଣେ ସହକାରୀ ଯନ୍ତ୍ରୀ ଙ୍କ ସମେତ କିଛି ଖଲାସୀ ରହିଛନ୍ତି । ବର୍ତ୍ତମାନ ପ୍ରାୟ ଛଅ ଜଣ ଖଲାସୀ ଅବସର ଗ୍ରହଣ କରିସାରିଛନ୍ତି। ଏଠାରେ କାର୍ଯ୍ୟରତ ସହକାରୀ ଯନ୍ତ୍ରୀ ଙ୍କୁ ଗଜପତି ଜିଲ୍ଲା କୁ ବଦଳି ହେବାପରେ ଆସିକା କ୍ଷୁଦ୍ର ଜଳସେଚନ ବିଭାଗ ଯନ୍ତ୍ରୀଙ୍କୁ ଏଠାକାର ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଥିଲା । ସେ ସଠିକ ଭାବରେ କାର୍ଯ୍ୟଳୟ ପରିଚାଳନା ନକରିବା ଯୋଗୁଁ ଏବଂ ନୂତନ ପ୍ରକଳ୍ପ ନିର୍ମାଣ ପାଇଁ ଅନିଚ୍ଛା ଓ ପୁରାତନ ପ୍ରକଳ୍ପ ଗୁଡିକର ଅଣଦେଖା କରିବା ଯୋଗୁଁ ଏଠାରେ ସମସ୍ୟା ଧୀରେ ଧୀରେ ବିଗିଡିବା ଆରମ୍ଭ ହୋଇଥିଲା। ଏହା ମଧ୍ୟରେ ଜଣେ ନୂତନ ଯନ୍ତ୍ରୀ ଧରାକୋଟ କାର୍ଯ୍ୟଳୟରେ ଯୋଗଦେଇଥିଲେ ମଧ୍ୟ ସେ ଏଠାକୁ ନଆସି ଆସିକା ରେ ରହୁଛନ୍ତି । ଏଣୁ ଧରାକୋଟ କାର୍ଯ୍ୟଳୟ ରେ ତାଲା ଝୁଲୁଛି। କ୍ଷୁଦ୍ର ଜଳସେଚନ ବିଭାଗ ଅଧୀନରେ ରହିଥିବା ପ୍ରକଳ୍ପ ଗୁଡ଼ିକ ମଧ୍ୟରୁ ଅଧିକାଂଶ ପ୍ରକଳ୍ପର ପୁନରୁଦ୍ଧାର ଆବଶ୍ୟକତା ହେଉଥିବା ବେଳେ ନୂତନ ଚେକଡ୍ୟାମ ନିର୍ମାଣ ପାଇଁ ଚାଷୀ ଦାବୀ କରୁଛନ୍ତି। ନିଜର ସମସ୍ୟା ସମ୍ପର୍କରେ ଚାଷୀ ମାନେ ଅଭିଯୋଗ କରିବା ପାଇଁ କାର୍ଯ୍ୟଳୟ କୁ ଆସୁଥିଲେ ମଧ୍ୟ ଏଠାରେ ତାଲା ଝୁଲୁଥିବାରୁ ନିରାଶାରେ ଫେରୁଛନ୍ତି । ନିଜର ବ୍ୟକ୍ତିଗତ ସୁବିଧା ପାଇଁ ଧରାକୋଟ ରେ କ୍ୱାର୍ଟର ରହିଥିଲେ ମଧ୍ୟ ଯନ୍ତ୍ରୀ ଜଣକ ପ୍ରଭାବ ବିସ୍ତାର କରି କାହାକୁ ଭୃକ୍ଷେପ ନକରି ଆସିକା ରେ ରହୁଛନ୍ତି । ଘଟଣା ସମ୍ପର୍କରେ ଭଞ୍ଜନଗର ଅଧୀକ୍ଷଣ ଯନ୍ତ୍ରୀଙ୍କ ସହ ଯୋଗାଯୋଗ ବେଳେ ସେ ଏକଥା ଜାଣି ନଥିବା ଏବଂ ଅଭିଯୋଗ ସମ୍ପର୍କରେ ବୁଝିବେ ବୋଲି ପ୍ରକାଶ କରିଛନ୍ତି। ଆଶ୍ଚର୍ଯ୍ୟର କଥା କୃଷି ଓ କୃଷକ ସଶକ୍ତିକରଣ ସହ ଜଡ଼ିତ କ୍ଷୁଦ୍ର ଜଳସେଚନ ବିଭାଗ। କିନ୍ତୁ ଚାଷୀଙ୍କ ସମସ୍ୟା ବୁଝିବାକୁ କେହି ନାହିଁ । ମୋଟା ଅଙ୍କର ଦରମା ପାଉଛନ୍ତି ଯନ୍ତ୍ରୀ,ରହୁଛନ୍ତି ଅନ୍ୟତ୍ର । ରାଜନୈତିକ ପ୍ରଭାବ ବିସ୍ତାର କରି ଚାଷୀଙ୍କ ସମସ୍ୟାକୁ ଅଣଦେଖା କରି ଚାଲିଛନ୍ତି,ଏଣୁ ଚାଷୀ ଆଖିରୁ ଲୁହ ଝରୁଛି । ଏଠାରେ ପ୍ରଶ୍ନ ଉଠୁଛି କେବେ ଖୋଲିବ ଧରାକୋଟ କ୍ଷୁଦ୍ର ଜଳସେଚନ ବିଭାଗ କାର୍ଯ୍ୟଳୟ ର ତାଲା l

Related posts

୫ ଦଫା ଦାବି ନେଇ ଡାକଘର ସାମ୍ନାରେ ଗ୍ରାମୀଣ ଡାକ ସେବକଙ୍କ ଧାରଣା 

masiha

ଯୋଗାଣ ସହାୟକ ମାନଙ୍କ ଆନ୍ଦୋଳନ ଯୋଗୁଁ ଚାଉଳ ବଣ୍ଟନ ଓ ଅନ୍ୟନ୍ୟ କାର୍ଯ୍ୟ ଠପ 

Sunil Chandra Nayak

ମହିଳା କର୍କଟ ରୋଗୀଙ୍କୁ କେଶ ଦାନକରି ଉଦାହରଣ ପାଲଟିଲେ ମହିଳା ଓ ଯୁବତୀ

Sunil Chandra Nayak

Leave a Comment

error: Content is protected !!