ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଲେମ୍ବୁ, ଚିକେନ୍ ପରେ ରାଜ୍ୟରେ ଟମାଟୋ ଦର ଏବେ ଅକାଶଛୁଆଁ

ଲେମ୍ବୁ ଗୋଟାକୁ ୧୦ ଟଙ୍କା, ଚିକେନ୍ କିଲୋ ୩୦୦ ଏବଂ ଟମାଟୋ କିଲୋ ୧୦୦ ବୃଦ୍ଧି ହେବା ପରେ ଚିନ୍ତାରେ ଖାଉଟି। ଓଡ଼ିଶାରେ ନାହିଁ ଦେଶୀ ଟମାଟୋ। ବାତ୍ୟା ଭୟରେ ତିନି ଦିନ ହେଲା ଭୁବନେଶ୍ବରରେ ଟମାଟୋ ଯୋଗାଣ ବନ୍ଦ ହୋଇଥିବାରୁ ଦର ଏବେ ଆକାଶ ଛୁଆଁ ହୋଇଛି। ନାସିକ୍‌ ଓ ରାୟପୁରରୁ ଟମାଟୋ ଯୋଗାଣ ବନ୍ଦ ହେବା ଯୋଗୁଁ ଦର ଆଜି ପାଖାପାଖି ୧୨୦ ଟଙ୍କାରେ ପହଞ୍ଚିଛି। ଏଥିଯୋଗୁଁ ଗ୍ରାହକ ଦୁର୍ଦ୍ଦଶା ମଧ୍ୟ ବଢ଼ିଛି। ହୋଲ୍‌ସେଲ୍‌ରେ ଦର ଆଜି ବି ୬୦ ଟଙ୍କା ରହିଥିବା ବେଳେ ବିଭିନ୍ନ ସ୍ଥାନରେ ବ୍ୟବସାୟୀ ଜାଣିଶୁଣି ଦର ୧୦୦ରୁ ୧୨୦ ଟଙ୍କାକୁ ବଢାଇ ଦେଇଥିବା କୁହାଯାଉଛି। ଟମାଟୋ ଅତ୍ୟାବଶକୀୟ ସାମଗ୍ରୀରେ ଆସୁନଥିବାରୁ ଯୋଗାଣ ବିଭାଗ ମଧ୍ୟ ଏହାକୁ ନିୟନ୍ତ୍ରିତ କରିପାରୁ ନାହିଁ।କିଛି ମାସ ହେଲା ଆବଶ୍ୟକତା ଅନୁସାରେ ଟମାଟୋ ରାଜଧାନୀକୁ ଆସିପାରୁନାହିଁ। କେବଳ ନାସିକ ଏବଂ ରାୟପୁରରୁ ଟମାଟୋ ଭୁବନେଶ୍ବରକୁ ଆସୁଛି। ଏଥିଯୋଗୁଁ ସାଧାରଣ ଦିନଠାରୁ ଦର ବଢିଛି ଅର୍ଥାତ ୬୦ରୁ ୮୦ ଟଙ୍କା ମଧ୍ୟରେ ରହିଥିଲା। ବାତ୍ୟା ଏବଂ ବନ୍ୟା ଭୟ ଯୋଗୁଁ ଟମାଟୋ ଯୋଗାଣ ବନ୍ଦ ଥିଲା। ଏହାର ଫାଇଦା ଉଠାଇ ବିଭିନ୍ନ ସ୍ଥାନରେ ବ୍ୟବସାୟୀମାନେ ଏହାର ଦର ବଢାଇ ଦେଇଛନ୍ତି। ଆଉ କିଛି ବ୍ୟକ୍ତି କୃତ୍ରିମ ହୋର୍ଡିଂ ମଧ୍ୟ କରିଛନ୍ତି। ଆସନ୍ତାକାଲି ଠାରୁ ପୁଣି ଟମାଟୋ ମଗାଯିବ।

ରାଜଧାନୀର କଞ୍ଚା ପରିବା ସଂଘ ଅନୁସାରେ, ରାଜଧାନୀକୁ ଦୈନିକ ୧ ହଜାର କ୍ବିଣ୍ଟାଲ ଟମାଟୋ ଆସିଥାଏ। ସେଥିରୁ ସ୍ଥାନୀୟ ଚାହିଦା ୨୦୦ ଟନ୍‌। ବାକି ଟମାଟୋ ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ାକୁ ଯାଇଥାଏ। ବର୍ତ୍ତମାନ ଓଡ଼ିଶା ଫସଲ ଆସିବା ବନ୍ଦ ହୋଇଯାଇଛି। ନାସିକ, ରାୟପୁର, ବେଙ୍ଗାଲୁରୁ, ଚିନ୍ତାମଣି, କୋଲାରରୁ ଆସୁଥିବା ଟମାଟୋ ମୁଖ୍ୟତଃ ଓଡ଼ିଶା ଚାହିଦା ପୂରଣ କରେ। ବର୍ତ୍ତମାନ କେବଳ ନାସିକ ଏବଂ ରାୟପୁର ଟମାଟୋ ହିଁ ଓଡ଼ିଶାକୁ ଆସିପାରୁଛି। ଆଜି ଟମାଟୋ ରାୟପୁରରୁ ବାହାରି ସାରିଛି, ଦିନେ କିମ୍ବା ଦୁଇ ଦିନ ମଧ୍ୟରେ ପହଞ୍ଚିଯିବା ନେଇ ଆଶା କରାଯାଉଛି। ଏହାଛଡ଼ା ୨୦ ତାରିଖ ସୁଦ୍ଧା ବେଙ୍ଗାଲୁରୁ ଏବଂ କୋଲାରରୁ ଟମାଟୋ ଆସିଲେ ଦର ନିୟନ୍ତ୍ରିତ ହୋଇଯିବ ବୋଲି ବ୍ୟବସାୟୀ ସଂଘ ଆଶା କରିଛି।ରନ୍ଧନ ଗ୍ୟାସ ଦର ବୃଦ୍ଧି ସାଙ୍ଗକୁ ଏପଟେ ପେଟ୍ରୋଲ, ଡିଜେଲର ଦର ବୃଦ୍ଧି ଯୋଗୁଁ ଦରଦାମ ଉପରେ ଆଉ ନିୟନ୍ତ୍ରଣ ନାହିଁ ।

ଵିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ରାଉରକେଲା – ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ନାରାୟଣ ଦାସ ଙ୍କର ପରଲୋକ

Sunil Chandra Nayak

ଶ୍ରୀଧର ସମର୍ଲିଆ ଫାଉଣ୍ଡେସନ ପକ୍ଷରୁ ପୁରସ୍କାର ବିତରଣ

Sunil Chandra Nayak

ମୋଟର ଯାନ ଆଇନ ସଂଶୋଧିତ

Leave a Comment

error: Content is protected !!