ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କାଳ ବୈଶାଖୀ ପ୍ରଭାବ ରେ ଘର ଉପରେ ପଡିଲା ଗଛ, ଅଳ୍ପକେ ବର୍ତ୍ତିଲେ 3 ଜଣ 

କାଳ ବୈଶାଖୀ ପ୍ରଭାବ ରେ ଘର ଉପରେ ପଡିଲା ଗଛ, ଅଳ୍ପକେ ବର୍ତ୍ତିଲେ 3 ଜଣ 

ଡାବୁଗାଁ, 16/5 (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଅଞ୍ଚଳ ରେ ଶନିବାର ଅପରାହ୍ନ 4 ଘ. ରେ କାଳ ପ୍ରଭାବ ରେ ଜୋର ରେ ପବନ ହେବା ସହ ବର୍ଷା ହୋଇଛି l ଜୋର ରେ ପବନ ହେବାରୁ ବିଭିନ୍ନ ସ୍ଥାନରେ ଗଛ ଭାଙ୍ଗି ପଡିଛି ତ କେଉଁଠି କାହାର ଘର ର ଛପର ଉଡି ଯାଇଛି l ଜବାଗୁଡା ଗ୍ରାମର ଦଶମନ୍ତ ଗୌଡ଼ ଙ୍କ ଘର ଉପରେ ଏକ ତେନ୍ତୁଳି ଗଛ ଉପୁଡି ପଡିଯାଇଛି l ସେହି ସମୟରେ ଘରେ ଭିତରେ ଦଶମନ୍ତ ଙ୍କ ସ୍ତ୍ରୀ ମନମତି ଗୌଡ଼, ବୋହୁ କଳାବତୀ ଗୌଡ଼ ଓ ନାତି ଯୋଗେଶ ଗୌଡ଼ (4) ଅଳ୍ପକେ ବର୍ତ୍ତୀ ଯାଇଛନ୍ତି l ଘଛ ପଡିବା ପରେ 3 ଜଣ ଘର ଭିତରୁ ବାହାରକୁ ଆସିଥିଲେ l କାହାର କୌଣସି କ୍ଷତି ହୋଇନାହିଁ l ଖବରପାଇ ଡାବୁଗାଁ ଅଗ୍ନିଶମ କର୍ମଚାରୀ ମାନେ ପହଞ୍ଚି ଗଛ କାଟିଥିଲେ l

ଡାବୁଗାଁ ରୁ ପ୍ରଜ୍ଞା ରଞ୍ଜନ ପରିଡା ଙ୍କ ରିପୋର୍ଟ

Related posts

କାମନା ଦଣ୍ଡ ଶତବାର୍ଷିକୀ ମହୋତ୍ସବ // ଲୋକ ପରମ୍ପରା ଓ ଧର୍ମୀୟଧାରା ର ମହାପ୍ରବାହ କାମନା ଦଣ୍ଡ

Sunil Chandra Nayak

ଜୁନାଗଡ଼ ସାମ୍ବାଦିକ ସଂଘର ନୂତନ କର୍ମକର୍ତା ଚୟନ

masiha

କୁକୁଡ଼ା ଚାଷ ନେଇ ତାଲିମ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!