ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୩ ଦଫା ଦାବି ନେଇ ସମଗ୍ର ଦେଶରେ ଔଷଧ ଦୋକାନ ଵନ୍ଦ; ରାଇରଙ୍ଗପୁରରେ ମଧ୍ୟ ତାର ପ୍ରଭାବ

୩ ଦଫା ଦାବି ନେଇ ସମଗ୍ର ଦେଶରେ ଔଷଧ ଦୋକାନ ଵନ୍ଦ; ରାଇରଙ୍ଗପୁରରେ ମଧ୍ୟ ତାର ପ୍ରଭାବ

ରାଇରଙ୍ଗପୁର – ୨୦/୦୫ — କେମିଷ୍ଟ, ଫାର୍ମାସିଷ୍ଟ ଏବଂ ଔଷଧ ବିତରକଙ୍କ ପ୍ରତିନିଧିତ୍ବ କରୁଥିବା ଅଲ୍ ଇଣ୍ଡିଆ ଅର୍ଗାନାଇଜେସନ୍ ଅଫ୍ କେମିଷ୍ଟ ଏଣ୍ଡ ଡ୍ରଗିଷ୍ଟ ( ଏଆଇଓସିଡି)ଡାକରାରେ ଅଲ୍ ଓଡିଶା ଅର୍ଗାନାଇଜେସନ୍ ଅଫ୍ କେମିଷ୍ଟ ଏଣ୍ଡ ଡ୍ରଗିଷ୍ଟ ଆଜି ଦେଶଵ୍ଯାପୀ ତଥା ସମଗ୍ର ଓଡ଼ିଶାରେ ଧର୍ମଘଟ ଡାକରା ଦେଇଛି ।ଏହି ସଂଗଠନ ପକ୍ଷରୁ କୁହାଯାଇଛି ଯେ ଇ- ଫାର୍ମାସୀ ଓ ଇନଷ୍ଟାଣ୍ଟ ମେଡ଼ିସିନ୍ ଡେଲିଭରି ପ୍ଳାଟଫର୍ମଗୁଡିକୁ ପରିଚାଳନା କରୁଥିବା ନିୟମାବଳୀ ରେ ଥିବା ତ୍ରୁଟି ପ୍ରତି କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ଏହି ପ୍ରତିବାଦ କରାଯାଇଥିଲା । ଏଆଇଓସିଡି ଦାବି କରିଛି ଯେ ଏହି ତ୍ରୁଟି ଗୁଡିକ ଅନଲାଇନ୍ ଫାର୍ମାସୀ କମ୍ପାନୀଗୁଡିକୁ ପର୍ଯ୍ୟାପ୍ତ ତଦାରଖ ବିନା କାର୍ଯ୍ୟ କରିବାକୁ ଅନୁମତି ଦେଉଛି । ଆଜି ସାରା ଭାରତରେ ୮ ଲକ୍ଷରୁ ଉର୍ଦ୍ଧ୍ବ ଏବଂ ଓଡିଶାରେ ୩୦ ହଜାରରୁ ଉର୍ଦ୍ଧ୍ଵ ମେଡିସିନ ଦୋକାନ ଦୋକାନୀମାନେ ବନ୍ଦ କରି ପ୍ରତିବାଦ ଜଣାଇଛନ୍ତି ।ସଂଗଠନ ଅସନ୍ତୋଷ ପ୍ରକାଶ କରିଛି ଯେ କେନ୍ଦ୍ର ସରକାର ଦୁଇଟି ବିଜ୍ଞପ୍ତି ଜିଏସ୍ଆର୍ ୨୨୦(ଇ) ଏବଂ ଜିଏସ୍ଆର୍ ୮୧୭(ଇ)କୁ ନେଇ ହୋଇଛି ‌।ସରକାର ତୁରନ୍ତ ଉଭୟ ବିଜ୍ଞପ୍ତିକୁପ୍ରତ୍ଯାହାର କରିବା ଉଚିତ ।କାରଣ ଏହି ବ୍ୟବସ୍ଥା ଗୁଡିକ ଅନଲାଇନ୍ ଫାର୍ମାସୀ କମ୍ପାନୀମାନଙ୍କୁ ବେଆଇନ ଭାବେ କାର୍ଯ୍ୟ କରିବାକୁ ଦେଉଛି ।ଏଥିରେ ଏପରି କୌଣସି ସ୍ପଷ୍ଟ ଓ ବ୍ୟାପକ ଆଇନ ନାହିଁ ଯାହା ପ୍ରେସ କ୍ରିପସନ କିପରି ଯାଞ୍ଚ କରାଯିବ ,କେଉଁ ନିୟମ ଅନୁଯାୟୀ ଅନୁଯାୟୀ ଔଷଧ ବଣ୍ଟନ କରାଯିବ ଏବଂ ଉଲ୍ଲଂଘନ ପାଇଁ ଉତ୍ତରଦାୟିତ୍ଵ କିପରି ନିର୍ଣ୍ଣୟ କରାଯିବ ତାହା ପରିଭାଷିତ କରୁନାହିଁ ।ଅନ୍ ଲାଇନ୍ ଦ୍ଵାରା ନିଶାଔଷଧ ବିକ୍ରି ଯୁବଗୋଷ୍ଠୀକୁ ପ୍ରଭାବିତ କରିବ ।ଅନ୍ ଲାଇନ୍ ଔଷଧ ବିକ୍ରି ଦ୍ଵାରା ଔଷଧ ଦୋକାନୀ ଗୁଡ଼ିକର ବିକ୍ରୟ ପ୍ରଭାବିତ ହେବ ।ଦୋକାନୀମାନେ ଋଣ କରି ମେଡିସିନ ଦୋକାନ ଖୋଲିଥିବା ବେକାର ଶିକ୍ଷିତ ଯୁବକ ଏବଂ କର୍ମଚାରୀ ମାନେ ପ୍ରଭାବିତ ହେବେ ।ଆଜି ରାଇରଙ୍ଗପୁର ର ଔଷଧ ଦୋକାନୀମାନେ ସମସ୍ତ ଦୋକାନ ବନ୍ଦ କରିବା ସହ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ମୟୂରଭଂଜ ଜିଲ୍ଲା ଡ୍ରଗିଷ୍ଟ ଆସୋସିଏସନ୍ ସଭାପତି ବିକାଶ ମହାନ୍ତଙ୍କ ନେତୃତ୍ବରେ ଔଷଧ ଦୋକାନୀମାନେ ଉପଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ସହକାରୀ ଜିଲ୍ଲାପାଳ ସୁଧାକର ସେଠୀଙ୍କ ଜରିଆରେ ପ୍ରଧାନମନ୍ତ୍ରୀଙ୍କ ଉଦେଶ୍ଯରେ ଲିଖିତ ଦାବିପତ୍ର ପ୍ରଦାନ କରିଥିଲେ ।ଦାବିପତ୍ର ପ୍ରଦାନ ସମୟରେ ବିକାଶ ମହାନ୍ତ ଦୀପକ ପଟନାୟକ,ନରେଶ ଚନ୍ଦ୍ର ବେହେରା, ଅମଦ ମହାନ୍ତ, ଧର୍ମରାଜ ମହାନ୍ତ,ଅମର ଦେଓ ପ୍ରଧାନ ହେମ୍ବ୍ରମ,କ୍ରିଷ୍ଣା ଖେମକା, ମୁକେଶ ଅଗ୍ରଓ୍ବାଲ, ଗୌରବ ଅଗ୍ରଓ୍ବାଲ, ରମେଶ ଅଗ୍ରଓ୍ବାଲ, ତୁଷାରକାନ୍ତ ମହାନ୍ତ,ଶ୍ୟାମ ସୁନ୍ଦର ମଣ୍ଡଳ, ଆଲୋକ ଦାସ,ମୁନା ପ୍ରଧାନ ,ଅମର ପ୍ରଧାନଙ୍କ ସମେତ ଵାମନଘାଟୀ ଉପଖଣ୍ଡର ବହୁ ଔଷଧ ଦୋକାନୀ ସାମିଲ ହୋଇଥିଲେ ।

ରାଇରଙ୍ଗପୁର ରୁ ଅକ୍ଷୟ ଵିଶ୍ବାଳ

Related posts

ଥୁଆମୁଳ ରାମପୁର ବ୍ଳକ ଠାରୁ ବିଛିନ୍ନାଞ୍ଚଳ ଭାବରେ ପୋଡାପଦର ଗ୍ରାମପଞ୍ଚାୟତ, ଗମନାଗମନ ସୁବିଧାରୁ ବଞ୍ଚିତ ଅଞ୍ଚଳବାସୀ

Sunil Chandra Nayak

ବିଧାୟକଙ୍କ ପ୍ରଚେଷ୍ଟାରେ ଆସିକାରେ ଦୁଇ ଦିନ ଉପଜିଲ୍ଲାପାଳଙ୍କ କ୍ୟାମ୍ପ କୋର୍ଟ ବିଧାୟକଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ 

masiha

ଉପନ୍ୟାସ ” ଅନ୍ତିମ ପରୀକ୍ଷା” ଓ ” ମମତା ” ପାଇଁ ଔପନ୍ୟାସିକ ଭାଗିରଥି ଗିରିଙ୍କୁ ସାରସ୍ବତ ସମ୍ମାନ 

masiha

Leave a Comment

error: Content is protected !!