ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ହିଞ୍ଜିଳି ବିଜେଡ଼ି ପକ୍ଷରୁ ମହିଳା ନାରୀ ଅଧିକାର ଅଭିଯାନ

ହିଞ୍ଜିଳି ବିଜେଡ଼ି ପକ୍ଷରୁ ମହିଳା ନାରୀ ଅଧିକାର ଅଭିଯାନ

ହିଞ୍ଜିଳିକାଟୁ,ତା ୨୬/୦୫ ହିଞ୍ଜିଳି ନିର୍ବାଚନ ମଣ୍ଡଳୀରେ ମହିଳା ବିଜେଡ଼ି ପକ୍ଷରୁ ନାରୀ ଅଧିକାର ଅଭିଯାନ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ସାଧାରଣ ସମ୍ପାଦିକା ରଂଜିତା ସାହୁଙ୍କ ନେତୃତ୍ୱରେ ପୂର୍ବତନ ମନ୍ତ୍ରୀ ତଥା ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଓ ବରିଷ୍ଠ ନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ ଯୋଗ ଦେଇ ହିଞ୍ଜିଳି ମିନି ଷ୍ଟାଡିୟମ ଠାରୁ ଶତାଧିକ କର୍ମୀ ଓ ନାରୀ ନେତ୍ରୀ ଏକାଠି ହୋଇ ମହିଳାଙ୍କ ପାଇଁ ଆସନ ସଂରକ୍ଷଣ ଓ ସୁରକ୍ଷା ଦାବି କରିଥିଲେ । ପରେ ବିଜୁ ପଟ୍ଟନାୟକ ଛକ ଦେଇ ସହର ପରିକ୍ରମା କରି ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ବ୍ଲକ କାର୍ଯ୍ୟାଳୟ ପରିସରରେ ହିଞ୍ଜିଳି ବିଡ଼ିଓ ସାଗରୀକା ଷଡ଼ଙ୍ଗୀଙ୍କୁ ସ୍ମାରକ ପତ୍ର ପ୍ରଦାନ କରାଯାଇଥିଲା । ଏହି ଆୟୋଜିତ କାର୍ଯ୍ୟକ୍ରମରେ ହିଞ୍ଜିଳି ବିଧାୟକଙ୍କ ପ୍ରତିନିଧି ଦେବାନନ୍ଦ ମହାପାତ୍ର,ବିଜେଡି ନଗର ସଭାପତି ହୃଦାନନ୍ଦ ମହାପାତ୍ର, ପୌରପରିଷଦ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ପଲେଇ, ଉପାଧ୍ୟକ୍ଷା ସୁଚିତ୍ରା ପଣ୍ଡା,ହିଞ୍ଜିଳି ବ୍ଲକ୍ ଅଧ୍ୟକ୍ଷା କସ୍ତୁରୀ ସେଠୀ, ସାମଜସେବି ତଥା ବିଜେଡି ବରିଷ୍ଠ ନେତା ଅଜୟ କୁମାର ମହାରଣା ,ନୀଳମଣି ପଟ୍ଟନାୟକ,ତରୁଣ କୁମାର ପଣ୍ଡା ,ଏ ସୁଦର୍ଶନ,ଯୁଧିଷ୍ଠିର ସ୍ୱାଇଁ,ପ୍ୟାରୀ ମୋହନ ପାଢ଼ୀ, ବିଜେଡି ନେତା ପ୍ରଦୀପ କୁମାର ପଣ୍ଡା, ବେଲଗାଁ ସମିତି ସଭ୍ୟ ନିଳାଞ୍ଚଳ ପାଣିଗ୍ରାହୀ,କାଉନସିଲର ବିଭୁପ୍ରସାଦ ପଣ୍ଡା, ଯୁବନେତା ରୋହିତ ବିଷୋୟୀ,ଶ୍ରୀକାନ୍ତ ସାହୁ,ରବୀନ୍ଦ୍ର ବେହେରା,ସମସ୍ତ ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ/ସଭ୍ୟା ଜନ ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ ।

 

Related posts

ଆମ୍ ଆଦମୀ ପାର୍ଟି ଉତ୍ତର ଭୁବନେଶ୍ୱରର ବିଧାନସଭା ସ୍ତରୀୟ ସାଙ୍ଗଠନିକ ପ୍ରସ୍ତୁତି ବୈଠକ

Sunil Chandra Nayak

ବିଜେପି ବ୍ଲକ ସ୍ତରୀୟ ସାଙ୍ଗଠନିକ ବୈଠକ

masiha

ଏ.ବି.ଭି.ପି. ର ଛାତ୍ର ସମାବେଶ, ଜିଲ୍ଲାପାଳଙ୍କୁ ପ୍ରଦାନ କଲେ 12 ଦଫା ଦାବିପତ୍ର !

Sunil Chandra Nayak

Leave a Comment

error: Content is protected !!