ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କାଙ୍ଗାଳୀଚରଣ ସେଠୀ ଙ୍କ କବିତା ସମ୍ପର୍କ

ସମ୍ପର୍କ

ସମ୍ପର୍କତ ଶରୀର ମନର ନୁହଁ

  ନିଷ୍କପଟ ଆତ୍ମାର ମିଳିନ

ବେଦନାର ବେଦଧ୍ୱନୀ ବିରହର    

   ବାତ୍ସ୍ନା ପୁଣି ଧୈର୍ଯ୍ୟ ଆକଳନ 

ମିଳନର ମୁକ୍ତଛନ୍ଦ ବିଶ୍ୱାସର ମୁଖବନ୍ଧ

   ସତ୍ୟ ଶିବ ଚିର ସନାତନ 

ଅଶ୍ରୁର ଅମୃତସ୍ପର୍ଶ ଭାବନାର ଜୀବନ୍ୟାସ

  ଦାମ୍ଭିକ ଦମ୍ଭର କେତନ ।

ମଙ୍ଗଳ ଆରତୀ ସଜଫୁଟା ସ୍ମୃତି

  ପବିତ୍ର ଗୀତାର ଗୀତି

ଭୂରୁ ଭୂରୁ ଭାବାବେଗ ଯୁଗଳ ଅନୁରାଗ

   ମଧୁମୟ ମହାର୍ଘ ବିଭୂତି ।

ପୂର୍ଣ୍ଣିତମ ପ୍ରୀତି ଜ୍ୟୋସ୍ନାମୟ ରାତି

  ସୌମ୍ୟ ରମ୍ୟ ବୂନ୍ଦାବନ

କୈବଲ୍ୟ କଣିକା ଶ୍ରଦ୍ଧାର ମାଳିକା

   କମ୍ର ନନ୍ଦନ କାନନ ।

ନାହିଁ ଦୂନ୍ଦ ଛଟା ନାହିଁ ଘନଘଟା

  ସ୍ୱଚ୍ଛ ଶୁଭ୍ର ନମ୍ର ସମର୍ପଣ

ମିଳନର ମଧୁରାତି ବସନ୍ତ ବାସନ୍ତୀ ଗୀତି

 ରାଧାକୃଷ୍ଣ ପ୍ରେମର ଦର୍ପଣ ।

 

କାଙ୍ଗାଳୀଚରଣ ସେଠୀ

ସିନିଅର ମ୍ୟାନେଜର,ରିଟାଏଡ

ଓଡିଶା ଗ୍ରାମ୍ୟ ବ୍ୟାଙ୍କ

ଯାଜପୁର

Related posts

ଖଡିଆଳ ବ୍ଲକ ବରଗାଁରେ ଫ୍ଲଡ୍ ଲାଇଟ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦଯାପିତ

ଏକତା ଗୃପର ପ୍ରଥମ ବାର୍ଷିକୋତ୍ସବ ଅନୁଷ୍ଠିତ

Sunil Chandra Nayak

ସାପ୍ତାହିକ ହାଟରେ ଘୋଲଦହି ବାଣ୍ଟିଲେ ଯୁବାମଞ୍ଚ କାର୍ଯ୍ୟକର୍ତା

Leave a Comment

error: Content is protected !!