ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସିଭିଲ୍ ଟାଉନସିପ୍ ଶନି ମନ୍ଦିରରେ ସ୍ଥାୟୀ ଥଣ୍ଡା ପାନୀୟ ଜଳ ବିତରଣ ଉଦ୍ଘାଟିତ

ସିଭିଲ୍ ଟାଉନସିପ୍ ଶନି ମନ୍ଦିରରେ ସ୍ଥାୟୀ ଥଣ୍ଡା ପାନୀୟ ଜଳ ବିତରଣ ଉଦ୍ଘାଟିତ

ରାଉରକେଲା: ଶିଳ୍ପପତି ଦିପ୍ତୀ ରଞ୍ଜନ ପଟ୍ଟନାୟକଙ୍କ ପିତାମାତାଙ୍କ ସ୍ମୃତିରେ ସିଭିଲ୍ ଟାଉନସିପ୍ ସ୍ଥିତ ଶନି ମନ୍ଦିରରେ ଏକ ସ୍ଥାୟୀ ଥଣ୍ଡା ପାନୀୟ ଜଳ ବିତରଣ କେନ୍ଦ୍ର ଉଦ୍ଘାଟିତ ହୋଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ପିଡବ୍ଲୁଡି ଅଧୂକାରୀ ଜସସ୍ବନୀ ମିଶ୍ର ଫିତା କାଟି ପୂଜାର୍ଚ୍ଚନା ସହ ଉଦ୍ଘାଟନ କରିଥିଲେ। ଡି.ଆର. ପଟ୍ଟନାୟକଙ୍କ ପ୍ରଶଂସକଙ୍କ ସହ ସମାଜସେବୀ ସୁରେଶ ଶର୍ମା, ଶନି ମନ୍ଦିର କମିଟି ସଭାପତି ପ୍ରକାଶ ମହାନ୍ତି, ରଜନୀକାନୁ ବିଶ୍ବାଳ, ସମାଜସେବୀ ଓ ପି ସିଂହ, ରିଷି ସେବକ ଓ ରିଙ୍କୁ ଅଗ୍ରୱାଲ ଏହି ଅବସରରେ ଉପସ୍ଥିତ ଥିଲେ। ସୁରେଶ ଶର୍ମା ସମସ୍ତ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଲଡୁ ବଣ୍ଟନ କରିଥିଲେ। ପ୍ରକାଶ ମହାନ୍ତି ମୁଖ୍ୟ ଅତିଥ୍‌ଙ୍କୁ ଶାଲ୍ ଏବଂ ଫୁଷ୍ପଗୁଚ୍ଛ ଦେଇ ସ୍ବାଗତ କରିଥିଲେ। ଶିଳ୍ପପତି ଶ୍ରୀ ପଟ୍ଟନାୟକଙ୍କ ପକ୍ଷରୁ ରାଉରକେଲାର ବିଭିନ୍ନ ସ୍ଥାନରେ ସ୍ଥାୟୀ ଥଣ୍ଡା ପାନୀୟ ଜଳ ବିତରଣ ସ୍ଥାପନ କରାଯାଇଛି ଏବଂ ଆବଶ୍ୟକ ସ୍ଥାନରେ ଆହୁରି ସ୍ଥାପନ କରାଯିବ ବୋଲି ସୂଚନା ଦିଆଯାଇଛି।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

କଂଗ୍ରେସ ବିଧାୟକ ପ୍ରାର୍ଥୀ ହିମାଂଶୁ ବେହେରାଙ୍କ ସାମ୍ବାଦିକ ସମ୍ମିଳନୀ

masiha

ପ୍ରେରଣା ତାଲିମ ଶିବିର ଉଦଯାପିତ

masiha

ଜୁନାଗଡ଼ ନବରଙ୍ଗପୁର ରେଳପଥ, ଧର୍ମଗଡ ଷ୍ଟେସନ ହେବ ବୋଲି ରେଳ ମନ୍ତ୍ରଣାଳୟ ପକ୍ଷରୁ ସୂଚନା। ରେଳପଥ ଧର୍ମଗଡ କୁ ସମ୍ପ୍ରସାରିତ ହେବା ନେଇ ଆଶା ସଂଚାର….

masiha

Leave a Comment

error: Content is protected !!