ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନବରଙ୍ଗପୁର ଠାରେ ଅମୃତ କାଳ ସାଂସ୍କୃତିକ ସମାରୋହ ଉଦଘାଟିତ 

ନବରଙ୍ଗପୁର ଠାରେ ଅମୃତ କାଳ ସାଂସ୍କୃତିକ ସମାରୋହ ଉଦଘାଟିତ 

ନବରଙ୍ଗପୁର:( ତା ୨୭.୫.୨୦୨୬)(ରବି ନାରାୟଣ ମହାନ୍ତି)ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟର ଆନୁକୂଲ୍ୟରେ ପୂର୍ବାଞ୍ଚଳ ସଂସ୍କୃତିକ କେନ୍ଦ୍ର, କଲିକତା ପକ୍ଷରୁ ଅମ୍ରିତ କାଳ ସାଂସ୍କୃତିକ ସମାରୋହ ଅବସରରେ ଦୁଇଦିନ ବ୍ୟାପୀ କାର୍ଯ୍ୟକ୍ରମ ତା ୨୭ ଏବଂ ୨୮ ମେ, ୨୦୨୬ ସାଇ କଲ୍ୟାଣ ମଣ୍ଡପ ଠାରେ ଆରମ୍ଭ ହୋଇଛି lଉଦଘାଟନ ସମାରୋହରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲାପାଳ ଡ ମହେଶ୍ୱର ସ୍ୱାଇଁ ଯୋଗ ଦେଇ ଅମୃତକାଳ ସାଂସ୍କୃତିକ ସମାରୋହରେ ନବରଙ୍ଗପୁର ଜିଲ୍ଲାର ସାଂସ୍କୃତିକ ବିଭବ ପ୍ରଦର୍ଶନ ଏବଂ କଳାକାର ମାନଂକ ସହଯୋଗ ଜିଲ୍ଲାର ଲୋକ ନୃତ୍ୟ,ଲୋକ ବାଦ୍ୟ ଓ ସଙ୍ଗୀତ କୁ ରୁଦ୍ଧିମନ୍ତ କରିଛି ବୋଲି କହିଥିଲେ।ସମ୍ମାନିତ ଅତିଥି ଭାବରେ ପୌରାଧ୍ୟକ୍ଷ କୁନୁ ନାୟକ,ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ମନୋଜ ବେହେରା,ଜିଲ୍ଲା ଶିଶୁ ମଙ୍ଗଳ ଅଧିକାରୀ ସୁରେଶ ପଟ୍ଟନାୟକ, ଜିଲ୍ଲା ସଂସ୍କୃତି ଅଧିକାରୀ ଘାଷିଆ ହରିଜନ ଯୋଗ ଦେଇଥିଲେ l

କେନ୍ଦ୍ର ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ଏବଂ ପୂର୍ବାଞ୍ଚଳ ସାଂସ୍କୃତିକ କେନ୍ଦ୍ର ଅନୁକୂଲ୍ୟରେ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଅମ୍ରିତକାଳ ସାଂସ୍କୃତିକ ସମାରୋହ ମାଧ୍ୟମରେ ଏକ ବିକଶିତ ଭାରତର ଯେଉଁ ପରିକଳ୍ପନା କରାଯାଇଛି ତାହା ଭାରତ ତଥା ଓଡ଼ିଶାର ସଂସ୍କୃତି ସମ୍ପର୍ଣ୍ଣ ନୃତ୍ୟ, ସଂଗୀତକୁ ଗରିମାମୟ କରିପାରିଛି ଏବଂ ଏହି ସମାରୋହ ମାଧ୍ୟମରେ ନବରଙ୍ଗପୁର ଜିଲ୍ଲାର କଳାକାର ଗୋଷ୍ଠୀ ନିଜର ନୃତ୍ୟ କଳା ପ୍ରଦର୍ଶନ କରୁଛନ୍ତି l ଜିଲ୍ଲାର ନିଜସ୍ୱ କଳା,ସଂସ୍କୃତି ,ନୃତ୍ୟ,ବାଦ୍ୟ ଏଭଳି ସାଂସ୍କୃତିକ କାର୍ଯ୍ୟକ୍ରମ ଦ୍ୱାରା ଏହି ଅମୃତକାଳ କୁ ଆହୁରି ରୁଦ୍ଧିମନ୍ତ କରିବ।ଜିଲ୍ଲା ପ୍ରଶାସନର ସହଯୋଗରେ ଦୁଇ ଦିନଧରି ଅନୁଷ୍ଠିତ ହେଉଥିବା ଏହି ସାଂସ୍କୃତିକ ସମାରୋହର ଉଦଘାଟନ ସନ୍ଧ୍ୟାରେ..ଓଡିଶୀ ସଂଗୀତ ଓ ନୃତ୍ୟ ଦଳ, ଜିଲ୍ଲା ସାଂସ୍କୃତିକ ସଙ୍ଘ, ନବରଙ୍ଗପୁର, ସୋନୁ ମାଝୀ ଢେମସା ନୃତ୍ୟ ଦଳ, ଡାବୁଗାଁ.ନବଝଙ୍କlର ଯୁବ ସଂଗଠନ, ନବରଙ୍ଗପୁର, ଶେଲୋଡି ନୃତ୍ୟ ଦଳ, ଗୋପାଳ ଗୁଡା, ଝରିଗ୍ରାମ,ରିନଯୋଡି ନୃତ୍ୟଦଳ , ତେନ୍ତୁଳୀଖୁଣ୍ଟି ଇତ୍ୟାଦି ସାଂସ୍କୃତିକ ଦଳ ଦ୍ୱାରା ପରାମ୍ପରୀକ ନୃତ୍ୟ କାର୍ଯ୍ୟକ୍ରମ ପ୍ରଦର୍ଶନ କରାଯାଇଥିଲା।କଳାକାର ଗ୍ରୁପ ମାନଙ୍କୁ ପୂର୍ବାଞ୍ଚଳ କ୍ଷେତ୍ରୀୟ ସାଂସ୍କୃତିକ କେନ୍ଦ୍ର ପକ୍ଷରୁ ଆର୍ଥିକ ସହାୟତା ରାଶି ମଧ୍ୟ ପ୍ରଦାନ କରାଯାଉଛି। ନବରଙ୍ଗପୁର କଳାକାର ମାନଙ୍କୁ ଉତ୍ସାହିତ କରିବାକୁ କଲିକତା ସ୍ଥିତ ପୂର୍ବାଞ୍ଚଳ କ୍ଷେତ୍ରୀୟ ସାଂସ୍କୃତିକ କେନ୍ଦ୍ର ଙ୍କ ଉଦ୍ୟମକୁ ସହଯୋଗ ଦେଇଛନ୍ତି ନବରଙ୍ଗପୁର ପ୍ରଶାସନ lଏହି ଅବସରରେ ଗୁରୁମାନଙ୍କୁ ସମ୍ମାନିତ କରାଯାଇ ଥିଲା lପୂର୍ବାଞ୍ଚଳ ସାଂସ୍କୃତିକ କେନ୍ଦ୍ର ତରଫରୁ ଉଦଘୋଷିକା ଭାବେ ଜି ଭି ବି ରଂଜିତା ମଞ୍ଚ ସଂଚାଳନ କରିଥିଲେ ଓ ବିଭୁ ପ୍ରସାଦ ମିଶ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ l

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍

Related posts

ବ୍ଲକ ସ୍ତରୀୟ ଉଦ୍ୟାନ କୃଷି କର୍ମଶାଳା ଉଦଘାଟିତ 

masiha

ଅନୁଗୁଳ ଆମ୍ବେଦକର ଭବନ ଉଚ୍ଛେଦ ନୋଟିସର ପ୍ରତିବାଦ ,  କଳାହାଣ୍ଡି ଜିଲ୍ଲାପାଳଙ୍କ ଜରିଆରେ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କଲା ବହୁଜନ ମିଳିତ ମହାସଂଘ

Sunil Chandra Nayak

ନବରଙ୍ଗପୁର ବ୍ଲକରେ ଭୀମଭୋଇ ସାମର୍ଥ୍ୟ ଶିବିର ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!