ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ହିନ୍ଦୋଳରେ ହାତୀ ହତ୍ୟା ଘଟଣାରେ ନୂଆ ମୋଡ  କାର୍ଯ୍ୟାନୁଷ୍ଠାନ ଆରମ୍ଭ

ହିନ୍ଦୋଳରେ ହାତୀ ହତ୍ୟା ଘଟଣାରେ ନୂଆ ମୋଡ

 କାର୍ଯ୍ୟାନୁଷ୍ଠାନ ଆରମ୍ଭ

 ଢେଙ୍କାନାଳ –  ହିନ୍ଦୋଳ ଏନଏସିର ୧୪ ନମ୍ବର ୱାର୍ଡ ଥିବା ପ୍ରମୋଦ ରାଜ କୁବେରଙ୍କ ଫାର୍ମହାଉସ ଏକ ଗଠିତ ହାତୀର ମୃତ ଦେହ ଉଦ୍ଧାର କରାଯାଇ ଫାର୍ମହାଉସ ମାଲିକ, ତାଙ୍କ ଜେସିବି ଡ୍ରାଇଭର ଏବଂ ଫାର୍ମ ୱାଚମ୍ୟାନଙ୍କୁ ଅଟକ ରଖାଯାଇ ତଦନ୍ତ ଚାଲିଥିଲା। ଆଜି ଏହି ତିନି ଜଣଙ୍କୁ ଗିରଫ କରାଯାଇଛି ଏବଂ ହାତୀକୁ ପୋତିଥିବା ଜେସିବିକୁ ମଧ୍ୟ ଜବତ କରାଯାଇଛି । 

ଗତକାଲି ଉଦ୍ଧାର କରାଯାଇଥିବା ହାତୀକୁ ଏକ ମାଖନା ହାତୀ (ଯାହାର ଦାନ୍ତ ନ ଥାଏ) ବୋଲି ଅଭିହିତ କରାଯାଇଥିଲା ମାତ୍ର ଏହାର ଦାନ୍ତ ଥିଲା ଏବଂ ଦାନ୍ତ ପାଇଁ ହାତୀକୁ ହତ୍ୟା କରି ତାର ଦାନ୍ତ ନେଇଯିବା ପରେ ତାକୁ ପୋତି ଦିଆଯାଇଥିଲା ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି । ଏ ଦିଗରେ ତଦନ୍ତ ଆବଶ୍ୟକତା ରହିଛି ।

ଏହି ଘଟଣାକୁ ନେଇ ଢେଙ୍କାନାଳ ବନବିଭାଗ ତରଫରୁ ଢେଙ୍କାନାଳ ଡି. ଏଫ. ଓ. ହିନ୍ଦୋଳ ରେଞ୍ଜର ଫରେଷ୍ଟର ଦୀପ୍ତିରଂଜନ ଆଚାର୍ଯ୍ୟଙ୍କୁ କାର୍ଯ୍ୟରେ ଅବହେଳା ପାଇଁ ସସପେଣ୍ଡ କରିଥିବା ବେଳେ ହିନ୍ଦୋଳ ରେଞ୍ଜର ଡେପୁଟି ରେଞ୍ଜର ତ୍ରିଲୋଚନ ଦେହୁରୀଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି ଅନୁଗୁଳ ଆର୍ ସି ସି ଏଫ୍ । ସସପେଣ୍ଡ ଅଧିକାରୀଙ୍କୁ ଢେଙ୍କାନାଳ ହେଡକ୍ବାଟର ଛାଡି ନ ଯିବା ପାଇଁ ମଧ୍ୟ ନିର୍ଦ୍ଦେଶ ରହିଛି ।

ଏଠାରେ ମନରେ ସ୍ବତଃ ପ୍ରଶ୍ନ ଆସେ ଯେ ହିନ୍ଦୋଳରେ ପ୍ରାୟ ୧୮୦ ଟି ହାତୀ ରହୁଛନ୍ତି । ଏତେ ସଂଖ୍ୟାରେ ହାତୀ ସ୍କ୍ବାଡ ଥିବା ବେଳେ ସେମାନେ ହାତୀ ମାନଙ୍କ ଗତିବିଧି ଉପରେ ନଜର ରଖି ପାରୁ ନାହାନ୍ତି କାହିଁକି ? ସରକାର ସେମାନଙ୍କ ପଛରେ ମାସିକ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଥିବାବେଳେ ହିନ୍ଦୋଳ ରେ ସର୍ବାଧିକ ଲୋକ ହାତୀ ଆକ୍ରମଣରେ ମୃତ୍ୟୁ ବରଣ କରୁଛନ୍ତି । ପୁଣି ଏ ଫାର୍ମ ହାଉସରେ ଚାରି ପାଞ୍ଚ ଘଣ୍ଟା ଜେସିବିରେ ମାଟି ଖୋଳି ପନ୍ଦରଫୁଟର ଗାତ ରେ ହାତୀକୁ ମାରି ପୋତି ଦିଆଗଲା କିନ୍ତୁ ବନ ବିଭାଗ ପାଖରେ ଚାରି ଦିନ ପରେ ଖବର ପହଞ୍ଚୁଛି ନିଶ୍ଚିତ ଭାବରେ ଏହା ପରିତାପର ବିଷୟ । ଏହି ଘଟଣାରେ ଫରେଷ୍ଟର ରାଜନୈତିକ ଚାପରେ ଚେପା ହୋଇଯାଇ ନ ଥିଲେ ତ ? କାରଣ ଶାସକ ବିଜେପି ଦଳର ଦୃଢ ସମର୍ଥକ ହେଉଛନ୍ତି ଏହି ଫାର୍ମହାଉସ ମାଲିକ ଏବଂ ବିଜେପି ଦଳର ବହୁ ନେତାଙ୍କ ସହ ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି ହିନ୍ଦୋଳ ଗସ୍ତ ସମୟରେ ଏଠାରେ ପ୍ରାକୃତିକ ପରିବେଶର ମଜା ନେବା ସହ ଭୋଜି ଭାତର ଆସର ଜଣାଉଥିବା ନେଇ ଲୋକଙ୍କ ମଧ୍ୟରେ ଚର୍ଚ୍ଚା ହେଉଛି । ଏଠାରେ ଚୋରା ବନ୍ଧୁକ ଏବଂ କରେଣ୍ଟେ ସାହାଯ୍ୟରେ ବହୁ ବନ୍ୟଜନ୍ତୁ ଶିକାର କରି ଭୋଜି ଭାତ ହେଉଥିଲା ବୋଲି ଅଭିଯୋଗ ହେଉଛି ଯାହା ତଦନ୍ତ ସାପେକ୍ଷ । ଅପରପାର୍ଶ୍ବରେ ଫାର୍ମହାଉସ ମାଲିକ ଯେହେତୁ ଶାସକ ଦଳର ଦୃଢ ସମର୍ଥକ ଏବଂ ବହୁନେତାଙ୍କର ଏଠାକୁ ଆତ ଜାତ ହେଉଥିଲା ସେ ଅନାୟସରେ ଅନେକ ସରକାରୀ ଜାଗା ଜୋରଜବରଦସ୍ତି ଦଖଲ କରିଥିଲେ ଏପରିକି ସେହି ଯାଗାରେ ସରକାରୀ ଅର୍ଥରେ ପୋଖରୀ କରିଥିଲେ ବୋଲି ଅଭିଯୋଗ ହେଉଛି । ପୁଣି ଏହି ଫାର୍ମହାଉସ ଭିତରେ ଗଞେଇ ଗଛ ମିଳିଛି । ଯାହା କି ନିଶା ଦ୍ରବ୍ୟ କରାବାର ହେଉଥିବାର ଦୃଢ ପ୍ରମାଣ ମିଳିଛି । ଏଭଳି ଅନେକ କେଳେଙ୍କାରୀ ଏହି ଫାର୍ମହାଉସରେ ଚାଲି ଥିଲା । ସେ ସବୁର ପୁଖାଃନୁପୁଖଃ ତଦନ୍ତର ଆବଶ୍ୟକତା ରହିଛି । ରାଜନୈତିକ ଚାପରେ ବଶବର୍ତ୍ତୀ ନ ହୋଇ ଉଚ୍ଚସ୍ତରୀୟ ତଦନ୍ତ ଦାବି ହେଉଛି ।

ପ୍ରହ୍ଲାଦ ମୁଦୁଲି ଙ୍କ ରିପୋର୍ଟ୍ 

Related posts

ବେଆଇନ ଧାନ ବୋଝେଇ ପିକଅପକୁ ଜବତ କଲା ଯୋଗାଣ ବିଭାଗ

masiha

ବ୍ରେକିଂ // ଇନ୍ଦ୍ରାବତୀ ଡାହାଣ କେନାଲ ରେ ଏକ ବୃଦ୍ଧା ଙ୍କ ମୃତ ଦେହ ଭାସୁଛି

masiha

ବନ ବିଭାଗର ଚଢାଉ ଅଟୋ ସହିତ ଲକ୍ଷାଧିକ ଟଙ୍କା ଶାଗୁଆନ ପଟା ଜବତ୍, ୨ ଗିରଫ

Sunil Chandra Nayak

Leave a Comment

error: Content is protected !!