ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶାନ୍ତି ଶକ୍ତି ଭବନରେ ବିଶ୍ଵ ପର୍ଯ୍ୟାବରଣ ଦିବସ ପାଳିତ 

ଶାନ୍ତି ଶକ୍ତି ଭବନରେ ବିଶ୍ଵ ପର୍ଯ୍ୟାବରଣ ଦିବସ ପାଳିତ 

ଆସିକା, ୪/୬/୨୬ (ଶିବ ଶଙ୍କର ମିଶ୍ର ) ଆସିକା ପ୍ରଜାପିତା ବ୍ରହ୍ମକୁମାରୀ ଈଶ୍ବରୀୟ ବିଶ୍ବବିଦ୍ୟାଳୟ ଦ୍ଵାରା ବିଶ୍ଵ ପର୍ଯ୍ୟାବରଣ ଦିବସ ପାଳିତ ହୋଇଯାଇଛି l ଶାନ୍ତି ଶକ୍ତି ଭବନର ସଂଚାଳିକା ରାଜ ଯୋଗିନୀ ବ୍ରହ୍ମାକୁମାରୀ ପ୍ରଭାତୀ ଭଉଣୀଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଆସିକା ବିଧାୟକ ସରୋଜ କୁମାର ପାଢ଼ୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଈଶ୍ବରୀୟ ବିଶ୍ବବିଦ୍ୟାଳୟ ଦ୍ଵାରା ଧାରାବାହିକ ଭାବେ ଆୟୋଜିତ ବହୁମୂଖୀ କାର୍ଯ୍ୟକ୍ରମ ସମାଜର ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ସେବା ପ୍ରଦାନ କରୁଛି ଏବଂ ଏଥି ପାଇଁ ଈଶ୍ୱରୀୟ ବିଶ୍ବବିଦ୍ୟାଳୟ ର ସମସ୍ତ କାର୍ଯ୍ୟକର୍ତ୍ତା ଙ୍କୁ ସେ ସାଧୁବାଦ ଜଣାଇଥିଲେ l

ସେବା କେନ୍ଦ୍ର ସଂଚାଳିକା ରାଜ ଯୋଗିନୀ ବ୍ରହ୍ମାକୁମାରୀ ପ୍ରଭାତୀ ଭଉଣୀ ପ୍ରକାଶ କରିଥିଲେ ଯେ ଇଶ୍ବରୀୟ ବିଶ୍ବବିଦ୍ୟାଳୟ ଦ୍ଵାରା ପର୍ଯ୍ୟାବରଣ ସୁରକ୍ଷା, ସମ୍ବଳ ପରିଚାଳନା ଓ ରକ୍ଷଣାବେକ୍ଷଣକୁ ଦୃଷ୍ଟିରେ ରଖି ବିଗତ ନବେ ବର୍ଷ ଧରି ମୁଖ୍ୟାଳୟ ମାଉଣ୍ଟ ଆବୁ ଠାରେ ଯେଉଁ ସବୁ ଯୋଜନା କାର୍ଯ୍ୟକାରୀ ହେଉଛି ତାହା ଆଜି ସମଗ୍ର ବିଶ୍ୱରେ ଦକ୍ଷତା ବିକାଶ ଓ ପର୍ଯ୍ୟାବରଣ ସୁରକ୍ଷା ପାଇଁ ଉଦ୍ୟମ କରୁଥିବା ବିଭିନ୍ନ ସରକାରୀ, ବେସରକାରୀ ତଥା ସ୍ଵେଚ୍ଛାସେବୀ ଅନୁଷ୍ଠାନଙ୍କୁ ମାର୍ଗଦର୍ଶନ କରୁଅଛି l

ଏହି କାର୍ଯ୍ୟକ୍ରମର ବାବନପୁର୍ ସରପଞ୍ଚ ସଂଜୟ କୁମାର ନାୟକ ଓ ସଙ୍ଗୀତ ପାଢି ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଥିଲେ l କାର୍ଯ୍ୟକ୍ରମ ଶେଷରେ ପର୍ଯ୍ୟାବରଣର ସୁରକ୍ଷା ଦ୍ଵାରା ବିଶ୍ୱର କଲ୍ୟାଣ କାମନା କରି ପରମାତ୍ମା ଶିବ ପିତାଙ୍କ ଉଦ୍ଦେଶ୍ଯରେ ପ୍ରଦୀପ ପ୍ରଜ୍ବଳନ କରି ସମସ୍ତେ ବ୍ୟକ୍ତିଗତ ସ୍ତରରେ ପରିବେଶ ସୁରକ୍ଷା ଦିଗରେ ଯତ୍ନବାନ ହେବା ପାଇଁ ସଂକଳ୍ପ କରିଥିଲେ l କାର୍ଯ୍ୟକ୍ରମରେ ଇଶ୍ବରୀୟ ବିଶ୍ବବିଦ୍ୟାଳୟର ଶତାଧିକ ଭଉଣୀ ଭାଇ ସହରର ବରିଷ୍ଠ ନାଗରିକ ବୁଦ୍ଧିଜୀବି ଯୋଗଦେଇଥିଲେ l

Related posts

ବିଦାୟ କାଳୀନ ସମ୍ବର୍ଦ୍ଧନା ପ୍ରଦାନ

Sunil Chandra Nayak

ରାୟଗଡା ଜ଼ିଲ୍ଲାପାଳ ଙ୍କ ବଡନାଳା ଜଲ ଭଣ୍ଡାର ପରିଦର୍ଶନ 

masiha

ଡାବୁଗାଁ ରେ ମା ଦୂର୍ଗା ପୂଜା ଆରମ୍ଭ 

masiha

Leave a Comment

error: Content is protected !!