ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଧାୟକ ଦୁର୍ଗାଚରଣ ତନ୍ତୀ ଙ୍କ ହସ୍ତକ୍ଷେପ ଫଳରେ ଉଚ୍ଛେଦ କାର୍ଯ୍ୟ ଅସ୍ଥାୟୀ ଭାବେ ସ୍ଥଗିତ

ବିଧାୟକ ଦୁର୍ଗାଚରଣ ତନ୍ତୀ ଙ୍କ ହସ୍ତକ୍ଷେପ ଫଳରେ ଉଚ୍ଛେଦ କାର୍ଯ୍ୟ ଅସ୍ଥାୟୀ ଭାବେ ସ୍ଥଗିତ

ରାଉରକେଲା : ବିଶ୍ରା ଛକରୁ ବନ୍ଧମୁଣ୍ଡା କୁ ଯାଇଥିବା ରାସ୍ତାର ଫଟା ପାଇପ ନିକଟସ୍ଥ ଶିବଶଙ୍କର ନଗର ତଥା ଏହାର ଆଖପାଖରେ ରେଲୱେ ଲାଇନ କଡରେ ଗଢି ଉଠିଥିବା ଝୁମ୍ପୁଡି ଘର ଗୁଡିକ ରେଲୱେ ବିଭାଗ ଦ୍ଵାରା ହେଉଥିବା ସମ୍ପ୍ରସାରଣ କାର୍ଯ୍ୟରେ ବାଧକ ସାଜୁଥିବା ଯୋଗୁଁ ଆଜି ରେଲୱେ ବିଭାଗ ପକ୍ଷରୁ ସ୍ଥାନୀୟ ପୋଲିସ ପ୍ରଶାସନର ସହଯୋଗରେ ଉକ୍ତ ବସ୍ତିରେ ଥିବା ସର୍ବମୋଟ ପ୍ରାୟ ୩୦/୩୫ ଟି ଘରକୁ ଭାଙ୍ଗିବା କାର୍ଯ୍ୟ ପ୍ରାରମ୍ଭ ହୋଇଥିଲା । ତେବେ କିଛି ଝୁମ୍ପୁଡି ଘରକୁ ଭଙ୍ଗା ଯାଇଥିବା ବେଳେ ଖବରପାଇ ରଘୁନାଥପଲ୍ଲୀ ବିଧାୟକ ଦୁର୍ଗା ଚରଣ ତନ୍ତୀ ଘଟଣା ସ୍ଥଳରେ ପହଞ୍ଚି ସ୍ଥାନୀୟ ଜନପ୍ରତିନିଧିଙ୍କୁ ବିଶ୍ୱାସରେ ନନେଇ ହେଉଥିବା ଉଛେଦକୁ ତୀବ୍ର ନିନ୍ଦା କରିଥିଲେ । ବିଧାୟକଙ୍କ କହିବାନୁଯାୟୀ ବିକାଶ ଏକ ନିରନ୍ତର ପ୍ରକ୍ରିୟା, ଏହା ନିଶ୍ଚିତ ହେବା ଦରକାର । ତେବେ ଯେଉଁ ଅଞ୍ଚଳରେ ଲୋକମାନେ ଦୀର୍ଘ ୫୦/୬୦ବର୍ଷ ଧଟି ଝୁମ୍ପୁଡିଟିଏ କରି ନିଜ ପରିବାରକୁ ନେଇ ରହିଆସୁଛନ୍ତି ସେମାନଙ୍କୁ ଉଚ୍ଛେଦ କରିବା ପୂର୍ବରୁ ସେମାନଙ୍କର ସୁରକ୍ଷା ଏବଂ ଘରର ଅସସବାପତ୍ରର ସୁରକ୍ଷିତ ସ୍ଥାନାନ୍ତରଣ ପାଇଁ ଅଧିକାରୀ ମାନେ ସମ୍ବେଦନଶୀଳ ହେବା ଆବଶ୍ୟକ ବୋଲି କହି ନିଜ ନିଜ ଘରର ଅସସବାପତ୍ର କୁ ଅନ୍ୟତ୍ର ସ୍ଥାନାନ୍ତର ପାଇଁ ବସ୍ତି ବାସିନ୍ଦାଙ୍କୁ କିଛି ସମୟ ଦେବା ପାଇଁ ବିଧାୟକ ଶ୍ରୀ ତନ୍ତୀ ଘଟଣା ସ୍ଥଳରେ ଉପସ୍ଥିତ ରେଲୱେ ଅଧିକାରୀ ମାନଙ୍କୁ ଆଗ୍ରହ କରିଥିଲେ । ଫଳରେ ଆଜିର ଉଚ୍ଛେଦ କାର୍ଯ୍ୟ ଅସ୍ଥାୟୀ ଭାବେ ସ୍ଥଗିତ ରଖାଯାଇଛି ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ପ୍ରଥମ ସାନେ ମାଝୀ ସ୍ମାରକୀ ଫୁଟବଲ ପ୍ରତିଯୋଗୀତା

Sunil Chandra Nayak

ଆସନ୍ତା ଉଲ-ଫିତର ,ଶ୍ରୀ ରାମ ନବମୀ , ହନୁମାନ ଜୟନ୍ତୀ ଏବଂ ମହା ବିଷୁବ ସଂକ୍ରାନ୍ତି କୁ ନେଇ ରାଜ୍ୟ ପୋଲିସ ମୁଖ୍ୟାଳୟର ପ୍ରେସ୍ ନୋଟ୍

masiha

ବନ୍ଧୁଗାଁରେ ଗଡ଼ିଲା ‘ସୁଭଦ୍ରା’ ରଥ ପତାକା ଦେଖାଇ ଶୁଭାରମ୍ଭ କଲେ ବିଡ଼ିଓ 

masiha

Leave a Comment

error: Content is protected !!