ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅନ୍ତର୍ଜାତୀୟ ଧାନ ଗବେଷଣା ପ୍ରତିଷ୍ଠାନ ଦ୍ୱାରା କୁରୁମପୁରୀରେ ଯାନ୍ତ୍ରିକ ପ୍ରତ୍ୟକ୍ଷ ବିହନ ବୁଣା (mDSR) ପ୍ରଶିକ୍ଷଣ କାର୍ଯ୍ୟକ୍ରମ 

ଅନ୍ତର୍ଜାତୀୟ ଧାନ ଗବେଷଣା ପ୍ରତିଷ୍ଠାନ ଦ୍ୱାରା କୁରୁମପୁରୀରେ ଯାନ୍ତ୍ରିକ ପ୍ରତ୍ୟକ୍ଷ ବିହନ ବୁଣା (mDSR) ପ୍ରଶିକ୍ଷଣ କାର୍ଯ୍ୟକ୍ରମ 

ନୂଆପଡା -10/6 (ବିଘ୍ନରାଜ ତାଣ୍ଡି ଙ୍କ ରିପୋର୍ଟ ) ନୂଆପଡ଼ା ଜିଲ୍ଲାର କୁରୁମପୁରୀଠାରେ ୧୦ ଜୁନ ୨୦୨୬ ତାରିଖରେ ଯାନ୍ତ୍ରିକ ପ୍ରତ୍ୟକ୍ଷ ବିହନ ବୁଣା (Mechanized Direct Seeded Rice – mDSR) ସମ୍ବନ୍ଧୀୟ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ସଫଳତାର ସହ ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ଆନ୍ତର୍ଜାତୀୟ ଧାନ ଗବେଷଣା ପ୍ରତିଷ୍ଠାନ (IRRI), କୃଷି ବିଭାଗ ଏବଂ ଭରସା ଏନଜିଓର ମିଳିତ ସହଯୋଗରେ ଆୟୋଜନ କରାଯାଇଥିଲା।

ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ କୃଷି ବିଜ୍ଞାନ କେନ୍ଦ୍ର (KVK)ର ବୈଜ୍ଞାନିକମାନେ, ବ୍ଲକ କୃଷି ଅଧିକାରୀ (BAO), ସହକାରୀ କୃଷି ଅଧିକାରୀ (AAO), ଗ୍ରାମ କୃଷି କର୍ମଚାରୀ (VAW), କୃଷି ଅଧିକାରୀ (AO), ଚାଷୀ ଏବଂ ଟ୍ରାକ୍ଟର ଚାଳକମାନଙ୍କୁ ମିଶାଇ ପ୍ରାୟ ୭୦ ଜଣ ଅଂଶଗ୍ରହଣ କରିଥିଲେ।

ବୈଜ୍ଞାନିକମାନେ ଯାନ୍ତ୍ରିକ ପ୍ରତ୍ୟକ୍ଷ ବିହନ ବୁଣା ପ୍ରଣାଳୀର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ। ଏହି ପ୍ରଣାଳୀ ମାଧ୍ୟମରେ ଜଳ ଓ ଶ୍ରମ ସଞ୍ଚୟ ସହିତ ଉତ୍ପାଦନ ଖର୍ଚ୍ଚ ହ୍ରାସ ପାଇବା ଏବଂ ଧାନ ଚାଷକୁ ଅଧିକ ଲାଭଜନକ କରାଯାଇପାରିବ ବୋଲି ସେମାନେ ମତ ପ୍ରକାଶ କରିଥିଲେ। ଚାଷୀ ଓ ଟ୍ରାକ୍ଟର ଚାଳକମାନଙ୍କୁ mDSR ଯନ୍ତ୍ରର ବ୍ୟବହାର, ବିହନ ବୁଣା ପ୍ରକ୍ରିୟା ଏବଂ ଫସଲ ପରିଚାଳନା ସମ୍ବନ୍ଧରେ ବିସ୍ତୃତ ତଥ୍ୟ ପ୍ରଦାନ କରାଯାଇଥିଲା।

ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଆଧୁନିକ କୃଷି ପ୍ରଯୁକ୍ତିର ପ୍ରସାର ସହିତ ଅଞ୍ଚଳର ଚାଷୀମାନଙ୍କ ମଧ୍ୟରେ ଯାନ୍ତ୍ରିକ ପ୍ରତ୍ୟକ୍ଷ ବିହନ ବୁଣା ପ୍ରଣାଳୀ ପ୍ରତି ଆଗ୍ରହ ବୃଦ୍ଧି ପାଇବା.।

ପ୍ରକାଶ ଥାଉ କି ଭାରତ ସରକାରଙ୍କ ବିପର୍ଯୟ ପ୍ରଶମନ ବିଭାଗ, ଓଡ଼ିଆ ସରକାର ଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ଇରି ଓ ଇକ୍ରୀସାଟ ର ମିଳିତ ସହଯୋଗରେ ନୂଆପଡା ଜିଲ୍ଲା କୋମନା ବ୍ଲକର 17ଟି କାର୍ଯ୍ୟକ୍ରମ କରାଯାଉଛି.ଏହି କାର୍ଯକ୍ରମରେ ମରୁଡି ଦ୍ୱାରା ହେଉଥିବା କ୍ଷତି କମ କରିବା ସହିତ ସେମାନଙ୍କ ଜୀବନ ଜୀବିକା ର ଉନ୍ନତୀ ଘଟିବ.।

Related posts

ରାଇରଙ୍ଗପୁର ଆଦର୍ଶ ଥାନାରେ ନୂତନ ଥାନାଧିକାରିଣୀ ଭାବେ ସ୍ବର୍ଣ୍ଣଲତା ମିଞ୍ଜଙ୍କ ଯୋଗଦାନ

Sunil Chandra Nayak

ସାମ୍ବାଦିକ ମାତୃ ବିୟୋଗ 

masiha

ଢେଙ୍କାନାଳରେ ଘନ ଘନ ବିଦ୍ୟୁତ କାଟ ହେଉଥିବାବେଳେ TPCODLକୌଣସି ଅଫିସର ଏ ବାବଦରେ ନା ଶୁଣୁଛନ୍ତି ନା ଫୋନ ଉଠାଉଛନ୍ତି

Sunil Chandra Nayak

Leave a Comment

error: Content is protected !!