ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜନତା ମଇଦାନର ଏମିତି ଆକର୍ଷଣ ପ୍ରତିଭା “ହମ୍ ବସ୍ତି କେ ହସ୍ତି” 

ଜନତା ମଇଦାନର ଏମିତି ଆକର୍ଷଣ ପ୍ରତିଭା “ହମ୍ ବସ୍ତି କେ ହସ୍ତି” 

ଭୁବନେଶ୍ୱର, ୧୨ ଜୁନ: ଆଇଟ୍‌ଶା ଫାଉଣ୍ଡେସନ୍ ପକ୍ଷରୁ ଜନତା ମଇଦାନରେ “ହମ୍ ବସ୍ତି କେ ହସ୍ତି” କାର୍ଯ୍ୟକ୍ରମ ଗତକାଲି ସନ୍ଧ୍ୟାରେ ଭବ୍ୟ ଭାବେ ଅନୁଷ୍ଠିତ ହୋଇଯାଇଛି। ବସ୍ତି ଅଞ୍ଚଳର ପ୍ରତିଭାବାନ ଶିଶୁମାନଙ୍କୁ ଏକ ମଞ୍ଚ ପ୍ରଦାନ କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା।

ଏହି କାର୍ଯ୍ୟକ୍ରମକୁ ଗୁପ୍ତା ଇଭେଣ୍ଟ ଆଣ୍ଡ ମ୍ୟାନେଜମେଣ୍ଟ ଆୟୋଜନ କରିଥିବା ବେଳେ ଓଡିସି ଫାଉଣ୍ଡେସନ୍ ସାଂସ୍କୃତିକ ସହଯୋଗୀ ଏବଂ ଏମ୍‌ଡି କ୍ରିଏସନ୍ ସଙ୍ଗୀତ ସହଯୋଗୀ ଭାବେ ଯୋଗଦାନ କରିଥିଲେ।

ସନ୍ଧ୍ୟାର ଏକ ପ୍ରମୁଖ ଆକର୍ଷଣ ଥିଲା ଆଇଟ୍‌ଶା ଫାଉଣ୍ଡେସନ୍‌ର ନୂତନ ଗୀତ “ହମ୍ ବସ୍ତି କେ ହସ୍ତି” ର ଉନ୍ମୋଚନ। ଏହି ଗୀତକୁ ଏହାର ମୂଳ କଣ୍ଠଶିଳ୍ପୀ କୁଲଦୀପ ପଟ୍ଟନାୟକ ଓ ମୀରା ପ୍ରଧାନ ପରିବେଷଣ କରିଥିଲେ।

କାର୍ଯ୍ୟକ୍ରମର ଶୋ-ଷ୍ଟପର୍ ଭାବେ ସୁଗ୍ୟାନୀ ମହାପାତ୍ର ଉପସ୍ଥିତ ଥିଲେ। ଏହା ସହିତ ଗୋଲକ ମହାପାତ୍ର, ସୁକୃତି ପଟ୍ଟନାୟକ, ସୁଜାତା ନାୟକ, ରୋଜାଲିନ ପଟ୍ଟସାନୀ, ନୃସିଂହନାଥ ନନ୍ଦ, ପାୟଲ ଆଚାର୍ଯ୍ୟ ଗୁପ୍ତା ଓ ସୋନାଲିଶା ମହାପାତ୍ର ପ୍ରମୁଖ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ।

ଆଇଟ୍‌ଶା ଫାଉଣ୍ଡେସନ୍‌ର ପ୍ରତିଷ୍ଠାତ୍ରୀ ଇତିଶ୍ରୀ ମିଶ୍ର, ଅଧ୍ୟକ୍ଷ ଶାସ୍ତ୍ରୀ ବାହାଦୁର ପ୍ରଧାନ, ସଭାପତି ଅଭିଷେକ ମିଶ୍ର ଓ ନିର୍ଦ୍ଦେଶିକା ମୋନାଲିଶା ଦାସ କାର୍ଯ୍ୟକ୍ରମର ସଫଳ ପରିଚାଳନା କରିଥିଲେ।

ବିଶେଷ କରି ବସ୍ତି ଅଞ୍ଚଳର ଶିଶୁମାନଙ୍କର ଚମତ୍କାର ପ୍ରଦର୍ଶନ ଏବଂ ଏମ୍‌ଡି କ୍ରିଏସନ୍ ର ଶିଳ୍ପୀମାନଙ୍କର ସଙ୍ଗୀତ ପରିବେଷଣ ଦର୍ଶକମାନଙ୍କ ହୃଦୟ ଜିତିଥିଲା। ଏହା କାର୍ଯ୍ୟକ୍ରମକୁ ଅଧିକ ଆକର୍ଷଣୀୟ ଓ ସଫଳ କରିଥିଲା।

ଶେଷରେ ଇତଶା ଫାଉଣ୍ଡେସନ୍ ପକ୍ଷରୁ ସମସ୍ତ ଅତିଥି, ସହଯୋଗୀ ସଂସ୍ଥା, କଳାକାର, ସ୍ୱେଚ୍ଛାସେବୀ ଏବଂ ଦର୍ଶକମାନଙ୍କୁ ଧନ୍ୟବାଦ ଜଣାଯାଇଥିଲା।

ଲିପିକା ରାଣୀ ରାଉତ ଙ୍କ ରିପୋର୍ଟ୍ 

Related posts

ଛୀଲିପା ଠାରେ ସିଏଚସି ପକ୍ଷରୁ ମଶାରୀ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ

masiha

୨୦୨୬ ଉଦ୍ଯୋଗ ଓଡିଶାର ରୌପ୍ୟ ଜୟନ୍ତୀ : ଉତ୍କର୍ଷ ଓଡିଶାର ପ୍ରଥମ ବାର୍ଷିକ ୨୦୨୫

Sunil Chandra Nayak

ଜନ ସମ୍ପର୍କ ଯାତ୍ରା ଜରିଆରେ ଗାଁ ର ସମସ୍ୟା, ଲୋକଙ୍କ ସମସ୍ୟା ଶୁଣିଲେ ଧର୍ମଗଡ ବିଧାୟକ

Sunil Chandra Nayak

Leave a Comment

error: Content is protected !!