ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭାରତ ବିକାଶ ପରିଷଦ,ଶହୀଦ ବାଜିରାଉତ ଶାଖା, ଢେଙ୍କାନାଳର ଶାଖା ସ୍ତରୀୟ କର୍ମଶାଳା -୨୦୨୬ ଅନୁଷ୍ଠିତ  ସମ୍ପର୍କ ସହଯୋଗ ସଂସ୍କାର ସେବା ସମର୍ପଣ ହିଁ ରାଷ୍ଟ୍ର ଗଠନର ମୂଳମନ୍ତ୍ର 

ଭାରତ ବିକାଶ ପରିଷଦ,ଶହୀଦ ବାଜିରାଉତ ଶାଖା, ଢେଙ୍କାନାଳର ଶାଖା ସ୍ତରୀୟ କର୍ମଶାଳା -୨୦୨୬ ଅନୁଷ୍ଠିତ 

ସମ୍ପର୍କ ସହଯୋଗ ସଂସ୍କାର ସେବା ସମର୍ପଣ ହିଁ ରାଷ୍ଟ୍ର ଗଠନର ମୂଳମନ୍ତ୍ର 

ରାଷ୍ଟ୍ର ଦେବୋ ଭବ ଭାବଧାରା ରାଷ୍ଟ୍ର ଭକ୍ତି ଭାବନା ଜାଗରଣ ତଥା ନୈତିକ ମୂଲ୍ୟବୋଧ ବିକାଶର ମୂଳାଧାର 

ଢେଙ୍କାନାଳ: ତା.୧୩.୦୬.୨୦୨୬ ରିଖ : ସ୍ଥାନୀୟ ଢେଙ୍କାନାଳ ଭାରତ ବିକାଶ ପରିଷଦ,ଶହୀଦ ବାଜିରାଉତ ଶାଖାର ଅସ୍ଥାୟୀ କାର୍ଯ୍ୟାଳୟ “ଢେଙ୍କା ନୀଳୟମ୍ “ରେ ଶାଖା ସଭାପତି ଇଂ.ବାବୁଚାନ୍ଦ ମହାଳିକଙ୍କ ସଭାପତିତ୍ବରେ,ଶାଖା ସମ୍ପାଦିକା ଉଷାରାଣୀ ଦାସଙ୍କ ବଳିଷ୍ଠ ସଂଯୋଜନାରେ ଶାଖା ସ୍ତରୀୟ କର୍ମଶାଳା -୨୦୨୬ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି।ଏହି ସଭାରେ ଅନ୍ୟତମ ସମ୍ମାନିତଅତିଥି ତଥା ପ୍ରଶିକ୍ଷକ ଭାବରେ ସର୍ବଭାରତୀୟ ସ୍ତରର ମହିଳା ସହଭାଗିତା ସଦସ୍ୟା ପୁରୀର ସୁପ୍ରୀତି ରଥ,କ୍ଷେତ୍ରୀୟ ସଚିବ ପୂର୍ଣ୍ଣଚନ୍ଦ୍ର ଖୁଣ୍ଟିଆ,ପୂର୍ବପ୍ରାନ୍ତର ସଂଗଠନ ସମ୍ପାଦକ,ଢେଙ୍କାନାଳ ଶାଖା ପ୍ରଭାରୀ ରାମଚନ୍ଦ୍ର ଦଳାଇ ଓ ପୂର୍ବପ୍ରାନ୍ତୀୟ କୋଷାଧ୍ୟକ୍ଷ ତଥା ଅର୍ଥ ସଚିଵ ସଚ୍ଚିଦାନନ୍ଦ ନାୟକ ଯୋଗଦାନ କରିଥିଲେ। ମଞ୍ଚାସୀନ ବିଶିଷ୍ଟ ଅତିଥି ତଥା ପ୍ରଶିକ୍ଷକ ବୃନ୍ଦ ସ୍ୱୀୟ ସ୍ୱୀୟ ବକ୍ତବ୍ୟରେ ସମ୍ପର୍କ ସହଯୋଗ ସଂସ୍କାର ସେବା ସମର୍ପଣ ହିଁ ରାଷ୍ଟ୍ର ଗଠନର ମୂଳମନ୍ତ୍ର।ରାଷ୍ଟ୍ର ଦେବୋ ଭବ ଭାବଧାରା ରାଷ୍ଟ୍ର ଭକ୍ତି ଭାବନା ଜାଗରଣ ତଥା ନୈତିକ ମୂଲ୍ୟବୋଧ ବିକାଶର ମୂଳାଧାର ବୋଲି ଦୃଢ଼ ଅଭିବ୍ୟକ୍ତି ପ୍ରଦାନ କରିଥିଲେ। ଏହି ଅବସରରେ ଶିକ୍ଷାବିତ୍ ଡଃ.ସମିର ସାହୁ,ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଆଜୀବନ ସଦସ୍ୟ ଆଡ୍ ଭୋକେଟ୍ ଦୀପକ ପ୍ରସାଦ ପଟ୍ଟନାୟକ,ଇଂ.କିଶୋର ଚନ୍ଦ୍ର ମିଶ୍ର,ଇଂ.ମୋନାଲିସା ମାହୁନ୍ତ, କୋଷାଧ୍ୟକ୍ଷ,ସମୀର ପରିଡ଼ା,ଫକୀର ମୋହନ ସାହୁ,ମାନସ ପ୍ରଧାନ,ପ୍ରଶାନ୍ତ କୁମାର ଧଳ,ଦିଲ୍ଲୀପ କୁମାର ମୁଦୁଲି,ବିଭିନ୍ନ ଗତିବିଧିର ପ୍ରମୁଖମାନଙ୍କ ମଧ୍ୟରେ ସଂସ୍କାର ସଚିଵ ଅନିଲ କୁମାର ରାଉତ,ସେବା ସଚିଵ ନବଦୀପ ନାୟକ,ମହିଳା ସହଭାଗିତା ସଚିଵ ସବିତା ଧୀର ପ୍ରମୁଖ ବିଭିନ୍ନ ଗତିବିଧିର ପ୍ରମୁଖ ଭାବରେ ଓ ବିଶିଷ୍ଟ ଶିକ୍ଷାବିତ୍ ତଥା ଭାରତ ବିକାଶ ପରିଷଦ ମିଡ଼ିଆ ପ୍ରଭାରୀ ଡ଼ା.ଦେବୀ ପ୍ରସାଦ ମିଶ୍ର ପ୍ରମୁଖ କାର୍ଯ୍ଯକ୍ରମରେ ସକ୍ରିୟ ଅଂଶଗ୍ରହଣ କରିଥିଲେ।ମଞ୍ଚାସୀନ ବିଶିଷ୍ଟ ସମ୍ମାନିତଅତିଥି ତଥା ପ୍ରଶିକ୍ଷକବୃନ୍ଦ ସ୍ଵୀୟ ବକ୍ତବ୍ୟରେ ଭାରତ ବିକାଶ ପରିଷଦର ଲକ୍ଷ୍ୟ,ଉଦ୍ଦେଶ୍ୟ,ଆଭିମୁଖ୍ୟ ସହିତ ଏହାର ସଭ୍ୟା,ସଭ୍ୟ ମାନଙ୍କର ଦାୟିତ୍ଵ ଓ କର୍ତ୍ତବ୍ୟ ସମ୍ପର୍କରେ ସବିଶେଷ ସୂଚନା ପ୍ରଦାନ କରି ଆମେ ସମ୍ପର୍କ,ସହଯୋଗ, ସଂସ୍କାର,ସେବା ଓ ସମର୍ପଣର ମୂର୍ତ୍ତିମନ୍ତ ପ୍ରତୀକ ସାଜି,ସମ୍ମିଳିତ ଭାବରେ କାର୍ଯ୍ୟକରି ସମଗ୍ର ବିଶ୍ଵରେ ପରିବର୍ତ୍ତନର ସୂତ୍ରଧାର ସାଜିବାରେ ପ୍ରମୁଖ ଭୂମିକା ଗ୍ରହଣ କରିପାରିବା ବୋଲି ଦୃଢ଼ୋକ୍ତି ପ୍ରକାଶ କରିଥିଲେ।ସେମାନେ ପ୍ରଶିକ୍ଷଣ ବିନ୍ଦୁଗୁଡ଼ିକ ଯଥା ସଂଗଠନର ଲକ୍ଷ୍ୟ,ଉଦ୍ଦେଶ୍ୟ,ଆଭିମୁଖ୍ୟ,ଆଦର୍ଶ, ପାରିବାରିକ ସଂଗଠନ,ସସ୍ତ୍ରିକ ସଭ୍ୟା,ସଭ୍ୟ ଚୟନ, କାର୍ଯ୍ୟକାରିଣୀ ସମିତି,ସାଧାରଣ ପରିଷଦ,ବିଭିନ୍ନ ଗତିବିଧି ପ୍ରମୁଖ,ଟୋଲି ଗଠନ ଓ କାର୍ଯ୍ୟକାରିତା,ଶୁଳ୍କ,ମୋବାଇଲ୍ ଆପ୍ ରେ ନାମ ପଞ୍ଜିକରଣ,ପ୍ରୋଟୋକଲ,କାର୍ଯ୍ଯକ୍ରମର ସ୍ୱରୂପ, ସଭାକାର୍ଯ୍ୟ,୫ ଟି ଆୟାମ ଯଥା ସମ୍ପର୍କ,ସଂସ୍କାର,ସେବା, ସମର୍ପଣ ଓ ସହଯୋଗ,ପରିବେଶ,ପର୍ଯ୍ୟାବରଣ ସୁରକ୍ଷା, ଜଳ,ବାୟୁ,ମୃତ୍ତିକା,ଶଦ୍ଦ ପ୍ରଦୂଷଣର ନିରାକରଣ,ଜଳ ସଂରକ୍ଷଣ,ମହିଳା ସହଭାଗୀତା,ଅର୍ଥ ପରିଚାଳନା,ସଭ୍ୟା,ସଭ୍ୟ ସଂଗ୍ରହ,ମୁକ୍ତ ଚିନ୍ତନ,ମାର୍ଗଦର୍ଶନ,ଭାବନାତ୍ମକ ଜାତୀୟତା ଭାବର ବିକାଶ,ଆଞ୍ଚଳିକ,ଜାତୀୟ ଭାବନା ଓ ବିଶ୍ୱ ଚେତନା, ସେମିନାର,ବିଷୟଚୟନ,ବିଷୟ ଶୋଧନ,ବାଳ ସଂସ୍କାର, ଅନ୍ତଃକରଣର ଶୁଦ୍ଧି,ଯୁବଶକ୍ତିର ନିର୍ମାଣ,ନିଷ୍କାମ କର୍ମ, ରକ୍ତଦାନ,ବୃକ୍ଷ ରୋପଣ,ସମୂହ ବ୍ରତୋପନୟନ ଓ ବିବାହ ଆଦି ପ୍ରମୁଖ ବିଷୟବସ୍ତୁ ସମ୍ପର୍କରେ ସବିଶେଷ ସାରଗର୍ଭକ ତଥ୍ୟ ପ୍ରଦାନ ଓ ବିଭିନ୍ନ ଉଦାହରଣ ମାଧ୍ଯମରେ ପୂର୍ଣ୍ଣାଙ୍ଗ ସଫଳ ପ୍ରଶିକ୍ଷଣ ପ୍ରଦାନ କରିଥିଲେ।ନିର୍ବାଚିତ ସମସ୍ତ ସଦସ୍ୟା,ସଦସ୍ୟ ବୃନ୍ଦ,ବିଭିନ୍ନ ଗତିବିଧିର ପ୍ରମୁଖ ବୃନ୍ଦ ଶାଖାର ଅଭିବୃଦ୍ଧି ତଥା ସଙ୍ଗଠନର ବିକାଶ ନିମନ୍ତେ ସମସ୍ତ ସଦସ୍ୟା ଓ ସଦସ୍ୟ ମାନଙ୍କର ସାହାଯ୍ୟ,ସାହଚର୍ଯ୍ୟ କାମନା କରି ସେମାନଙ୍କ ଉପରେ ପୁନଃ ଆସ୍ଥା ପ୍ରକଟ କରିଥିବାରୁ କୃତଜ୍ଞତା ଜ୍ଞାପନ କରିଥିଲେ।ସେମାନେ ଆଗାମୀ ଦିନରେ ସାରା ବର୍ଷ ଅନେକ ଅନେକ ନୂତନ କାର୍ଯ୍ୟପନ୍ଥା ହାତକୁ ନେଇ ଭାରତ ବିକାଶ ପରିଷଦକୁ ଲୋକାଭିମୁଖୀ କରି ସର୍ବ ଜନାଦୃତ କରିବାପାଇଁ ଶପଥ ନେବା ସଙ୍ଗେ ସଙ୍ଗେ ନିଜ ନିଜର ଦାୟିତ୍ଵ ଓ କର୍ତ୍ତବ୍ୟ ସମ୍ପର୍କରେ ସ୍ଵୀୟ ଅଭିବ୍ୟକ୍ତି ପ୍ରଦାନ କରିଥିଲେ।ସଭା ପ୍ରାରମ୍ଭରେ ଭାରତମାତା,ସ୍ବାମୀ ବିବେକାନନ୍ଦ ଓ ସର୍ବ କନିଷ୍ଠ ଶହୀଦ ବାଜିରାଉତଙ୍କ ଫଟୋ ଚିତ୍ରରେ ପ୍ରଦୀପ ପ୍ରଜ୍ବଳନ, ପୁଷ୍ପ,ଧୂପ ଅର୍ପଣ କରାଯାଇ ବନ୍ଦେ ମାତରମ୍ ଗାନ କରାଯାଇ ଥିଲା।ତାପରେ ମଞ୍ଚାସୀନ ବିଶିଷ୍ଟ ଅତିଥି ବୃନ୍ଦଙ୍କୁ ପୁଷ୍ପଗୁଛ, ଉତ୍ତରୀୟ ଓ ଉପଢୌକନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା।ଭାରତ ବିକାଶ ପରିଷଦ ଶହୀଦ ବାଜିରାଉତ ଶାଖା,ଢେଙ୍କାନାଳର ସମସ୍ତ ସଦସ୍ୟା,ସଦସ୍ୟଙ୍କ ସମ୍ମିଳିତ ସହଯୋଗରେ କାର୍ଯ୍ୟକ୍ରମର ସଫଳ ରୂପାୟନ ସମ୍ଭବ ହୋଇପାରିଥିଲା।ଶାଖା ସଭାପତି ଇଂ.ବାବୁଚାନ୍ଦ ମହାଳିକ ସ୍ୱାଗତ ଭାଷଣ,ଅତିଥି ପରିଚୟ ପ୍ରଦାନ,ସମ୍ପାଦକ ଉଷାରାଣୀ ଦାସ ବଳିଷ୍ଟ ସଭା ସଂଯୋଜନା ଓ ପରିଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।ସର୍ବଶେଷରେ ସମୂହ ଜାତୀୟ ସଂଗୀତଗାନ ପରେ ସଭାପତିଙ୍କ ନିର୍ଦ୍ଦେଶରେ ସଭାକାର୍ଯ୍ୟର ପରିସମାପ୍ତି ହୋଇଥିଲା ଓ ଉପସ୍ଥିତ ସମସ୍ତେ ସମ୍ମିଳିତ ସହ ରାତ୍ରୀଭୋଜନ କରି ବିଦାୟ ନେଇଥିଲେ।

ଡ଼ା.ଦେବୀ ପ୍ରସାଦ ମିଶ୍ରଙ୍କ ରିପୋର୍ଟ୍

Related posts

ତେରେସିଂହାରେ ଫୁଟିଲା ‘ବ୍ରହ୍ମ କମଳ’ ପୁଷ୍ପ

masiha

ଦକ୍ଷତା ବିକାଶ ଓ ପ୍ରଶିକ୍ଷଣ ମିଶନ ଯୋଜନା ରେ ତିନି ଦିନିଆ କର୍ମଶାଳା

masiha

ଆମପାଣି ବ୍ଲକ ଦାବି ରେ ମେଳି ବାନ୍ଧିଲେ ୧୦ ପଞ୍ଚାୟତ ର ପ୍ରତିନିଧି, ଆଗାମୀ ଦିନ ରେ ପ୍ରଶାସନ ନିକଟରେ ଦାବି ଉପସ୍ଥାପନ ନେଇ ନିଷ୍ପତ୍ତି

masiha

Leave a Comment

error: Content is protected !!