ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଜ୍ୟ ହୋଟେଲ ମ୍ୟାନେଜମେଣ୍ଟ ଇନଷ୍ଟିଚ୍ୟୁଟରେ ପଢିବେ ୨ ଆଶ୍ରମର ବାଳିକା 

ରାଜ୍ୟ ହୋଟେଲ ମ୍ୟାନେଜମେଣ୍ଟ ଇନଷ୍ଟିଚ୍ୟୁଟରେ ପଢିବେ ୨ ଆଶ୍ରମର ବାଳିକା 

ରାଉରକେଲା: ଉଭୟ ପିତା ମାତା ହରାଇଥିବା ଓ ସେମାନଙ୍କ ଶିକ୍ଷାକୁ ସୁନିଶ୍ଚିତ ଓ ଶୈଶବ କୁ ସ୍ବଭାବିକ କରିବା ପାଇଁ ସରକାର ବିଭିନ୍ନ ଯୋଜନା କରିଛନ୍ତି। ଏହି ପରିପ୍ରେକ୍ଷୀରେ ଜଗଦା ସ୍ଥିତ ଆଶ୍ରମ ମାନବ ସେବା ପ୍ରତିଷ୍ଠାନ ର ଦୁଇ ଜଣ ବାଳିକା ସୁଶ୍ରୀ ନନ୍ଦିନୀ ନାଏକ ଓ ସୁଶ୍ରୀ ନନ୍ଦିନୀ ସାହୁ ଚୟନ ପ୍ରକ୍ରିୟା ରେ ଯୋଗ୍ୟ ବିବେଚିତ ହୋଇ ଓଡିଶା ପର୍ଯ୍ୟଟନ ବିଭାଗ ଦ୍ଵାରା ସ୍ଵୀକୃତିପ୍ରାପ୍ତ ବଲାଙ୍ଗୀର ସ୍ଥିତ ଷ୍ଟେଟ ଇନଷ୍ଟିଚ୍ୟୁଟ ଅଫ ହୋଟେଲ ମ୍ୟାନେଜମେଣ୍ଟ ରେ ନାମ ଲେଖାଇଛନ୍ତି। ଏହି ଦୁଇଜଣ ବାଳିକା ଉକ୍ତ ଅନୁଷ୍ଠାନରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଉଚ୍ଚଶିକ୍ଷା ଗ୍ରହଣ କରିବା ସହିତ ଓଡ଼ିଶା ପର୍ଯ୍ୟଟନ ବିଭାଗ ଦ୍ଵାରା ସ୍ଵୀକୃତିପ୍ରାପ୍ତ ବିଭିନ୍ନ ସଂସ୍ଥା ଓ ଶିଳ୍ପ ସଂସ୍ଥାନ ରେ ନିଯୁକ୍ତି ପାଇ ପାରିବେ। ସୂଚନାଯୋଗ୍ୟ ଯେ ସୁଶ୍ରୀ ନାଏକ ଯୁକ୍ତ ଦୁଇ ବିଜ୍ଞାନରେ ୬୦୦ ମାର୍କ ରୁ ୩୬୩ ଓ ସୁଶ୍ରୀ ସାହୁ ଯୁକ୍ତ ଦୁଇ କଳାରେ ୬୦୦ ରୁ ୪୧୯ ମାର୍କ ରଖି ଯୋଗ୍ୟ ବିବେଚିତ ହୋଇଛନ୍ତି। ପ୍ରତିଷ୍ଠାନର ର ଅଧ୍ୟକ୍ଷ ଅଞ୍ଜନ ଦେ ଓ ଆଶ୍ରମର ପରିଚାଳିକା ହେମନ୍ତା ତାଣ୍ଡିଆ ଏଥିପାଇଁ ଖୁସି ବ୍ୟକ୍ତ କରିବା ସହ ଭଲକାମ,ଭଲପାଠ ପଢି ଅନୁଷ୍ଠାନର ନାମକୁ ଉଚ୍ଚ କରିବା ସହ ନିଜେ ସ୍ବାବଲମ୍ବୀ ହୋଇ ଅନ୍ୟ ମାନଙ୍କ ପାଇଁ ପ୍ରେରଣା ହୁଅ ବୋଲି ଆଶିର୍ବାଦ କରିଥିଲେ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଓକିଲ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କୁ ସ୍ମାରକ ପ‌ତ୍ର 

masiha

ଭୁବନ ଉପ ଡାକଘରେ ମାସେ ହେଲା କମ୍ପ୍ୟୁଟର ଅଚଳ

Sunil Chandra Nayak

କଳାରୁଦ୍ର ଯୁବକ ସଂଘ ପକ୍ଷରୁ ଜଳ ସଂରକ୍ଷଣ କାର୍ଯ୍ୟକ୍ରମ

Sunil Chandra Nayak

Leave a Comment

error: Content is protected !!