ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନିଆରା ଢଙ୍ଗ ରେ ରଜ ପାଳିଲା ସାଇ ସର୍ଗମ ମ୍ୟୁଜିକାଲ ଟ୍ରଷ୍ଟ 

ନିଆରା ଢଙ୍ଗ ରେ ରଜ ପାଳିଲା ସାଇ ସର୍ଗମ ମ୍ୟୁଜିକାଲ ଟ୍ରଷ୍ଟ  

ରାଉରକେଲା, ସାଇ ସର୍ଗମ ମ୍ୟୁଜିକାଲ ଟ୍ରଷ୍ଟ ଆଜି ନିଆରା ଢଙ୍ଗ ରେ ସ୍ଥାନୀୟ ଗୋଲଘର ଅଂଚଳରେ ରଜ ପାଳନ କରିଛି l ଟ୍ରଷ୍ଟ ର ପ୍ରତିଷ୍ଠାତ୍ରୀ ଙ୍କ ତତ୍ୱାବଧାନ ରେ ୨୦ ରୁ ଉର୍ଦ୍ଧ ବାଳିକା ମାନଙ୍କୁ ସାଜସଜ୍ଜ କରିବା ସହ ସେମାନଙ୍କୁ ଅଳତା, ବିନ୍ଦି, କୁଙ୍କୁମ, ଚୁଡ଼ି, ନଖପଲିସି ପ୍ରଭୃତି ସଜସଜ୍ଜା ସାମଗ୍ରୀ ପ୍ରଦାନ କରାଯାଇଥିଲା l ଏହାପରେ ପିଲାମାନେ ଦୋଳି ଝୁଲିବା ସହ ମିଷ୍ଟାନ ଖାଇ ଉତ୍ସାହ ର ସହ ରଜ ମନାଇ ଥିଲେ l ଏହି ଅବସରରେ ଗୋଲଘର ୱେଲଫୟାର ସଂଘ ର ସଭାପତି ଧିରେନ ସାହୁ, ଉପସଭାପତି ଅଜୟ ପାତ୍ର, ରାଉରକେଲା ବିଜେପି ଜିଲ୍ଲା ସମ୍ପାଦକ ନମ୍ରତା ବାଗ, ମୀରା ଦାସ, ବନ୍ଦିତା ବାଗ, ଗ୍ରେସୀ ଡାଭିଡ, ଅଞ୍ଜଳି ବିଶ୍ୱାଳ, ପ୍ରାଞ୍ଜଳି ନାଗ ପ୍ରମୁଖ ଅତିଥି ଭାବେ ଉପସ୍ଥିତ ରହି ପିଲାଙ୍କୁ ଉତ୍ସାହିତ କରିଥିଲେ l ଓଡିଶାର ଗଣ ପର୍ବ ରଜ ର ଐତିହ୍ୟ ଓ ସଂସ୍କୃତି ସମ୍ପର୍କ ରେ ଆଲୋଚନା କରିଥିଲେ l

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଶ୍ରୀ ଅରବିନ୍ଦଙ୍କ ଜନ୍ମ ଜୟନ୍ତୀ ପାଳନ ଏବଂ ଅ’ ପତ୍ରିକା ଉନ୍ମୋଚନ

masiha

ଇନ୍ଦିରା ନଗର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆଞ୍ଚଳିକ ସ୍ତରୀୟ ସୁରଭି ଅନୁଷ୍ଠିତ 

Sunil Chandra Nayak

ବିଜେପିର ଜନସମ୍ପର୍କ ଅଭିଯାନ ପାଇଁ ସାହାଡ଼ା ମଣ୍ଡଳରେ ପ୍ରସ୍ତୁତି ବୈଠକ

Leave a Comment

error: Content is protected !!