ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସରକାରଙ୍କ ୨ ବର୍ଷ ପୂର୍ଷିରେ ଜାତି ଜନଜାତି ସମ୍ବାଦ ବୈଠକ

ସରକାରଙ୍କ ୨ ବର୍ଷ ପୂର୍ଷିରେ ଜାତି ଜନଜାତି ସମ୍ବାଦ ବୈଠକ

ଆସିକା ୧୮/୬/୨୬ ( ଶିବ ଶଙ୍କର ମିଶ୍ର ) ଓଡ଼ିଶାରେ ମୋହନ ଚରଣ ମାଝୀଙ୍କ ନେତୃତ୍ବାଧୀନ ରାଜ୍ୟ ସରକାର ନିଜର ଦୁଇ ବର୍ଷର ସଫଳ କାର୍ଯ୍ୟକାଳ ପୂରଣ ଅବସରରେ ଆସିକା ବ୍ଲକ ପକ୍ଷରୁ ଜାତି ଜନଜାତି ସମ୍ବାଦ ବୈଠକ ଅନୁଷ୍ଠିତ ହୋଇଯାଇଛି l ସ୍ଥାନୀୟ କଲ୍ୟାଣ ମଣ୍ଡପ ଠାରେ ଆୟୋଜିତ ବୈଠକ ରେ ବିଧାୟକ ସରୋଜ କୁମାର ପାଢ଼ୀ, ବିଡ଼ିଓ ରାଜେନ୍ଦ୍ର ନାୟକ, ଏବିଡ଼ିଓ ସୁଶାନ୍ତ କୁମାର ବେହେରା,  ସିଡିପିଓ ଶାନ୍ତି ସୁଧା କର ପଟନାୟକ, ଆତ୍ମା ର ଅଧକ୍ଷ ବିଜୟ ସ୍ଵାଇଁ, ବିଧାୟକଙ୍କ ପୁତ୍ର ସଙ୍ଗୀତ ପାଢ଼ୀ ପ୍ରମୁଖ ଉପସ୍ଥିତ ଥିଲେ l ଏହି ଦୁଇ ବର୍ଷ ମଧ୍ୟରେ ସରକାର ଗରିବ କଲ୍ୟାଣ, ମହିଳା ସଶକ୍ତିକରଣ ଏବଂ ନିଯୁକ୍ତି କ୍ଷେତ୍ରରେ ଅନେକ ଗୁରୁତ୍ବପୂର୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି l ରାଜ୍ୟର ପ୍ରାୟ ୮୦ ପ୍ରତିଶତ ଜନସଂଖ୍ୟାଙ୍କୁ ଲାଭପହଞ୍ଚାଇବା ଲକ୍ଷ୍ୟରେ ଜାତୀୟ ଓ ରାଜ୍ୟ ଖାଦ୍ୟ ସୁରକ୍ଷା ହିତାଧୂକାରୀଙ୍କୁ ବିନାମୂଲ୍ୟରେ ଆଉ ୫ କିଲୋଗ୍ରାମ ଅର୍ନପୂର୍ଣ୍ଣା ଯୋଜନାରେ ଚାଉଳ ଦିଆଯାଉଛି। ରାଜ୍ୟରେ ୨୩ ଲକ୍ଷ ୫୦ ହଜାରରୁ ଗରେ ହଜାର ହଜାର ଊର୍ଦ୍ଧ୍ବ ’ଲକ୍ଷ ଲକ୍ଷପତି ଦିଦି’ ସୃଷ୍ଟି କରାଯାଇ ସମଗ୍ର ଦେଶରେ ଏକ ରେକର୍ଡ ସ୍ଥାପନ କରାଯାଇଛି। ବିଭିନ୍ନ ସରକାରୀ ବିଭାଗ ସରକାରୀ ପଦବୀ ପୂରଣ କରାଯାଇ ଯୁବବର୍ଗଙ୍କୁ ନିଯୁକ୍ତି ସୁଯୋଗ ଯାଗ ଦିଆଯାଇଛି।  ଏହାସହ ମହିଳାଙ୍କ ସାମୂହିକ ବିବାହ ପାଇଁ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ମାଧ୍ୟମରେ ସହା ରେ ସହାୟତା ପ୍ରଦାନ କରାଯାଇଛି l ରାଜ୍ୟର ବିକାଶ ଧାରାକୁ ଆଗକୁ ବଢାଇବା ପାଇଁ ଦୁଇ ବର୍ଷ ମଧ୍ୟରେ ବିଭିନ୍ନ ବିକାଶମୂଳ କାର୍ଯ୍ୟ ପାଇଁ କୋଟି କୋଟି ଟଙ୍କାର ଆର୍ଥିକ ଅନୁଦାନ ଯୋଗାଇ ଦିଆଯାଇଛି।ସରକାରଙ୍କ ଏହି ଦୁଇ ବର୍ଷ ପୂର୍ତି ସମୟରେ ବିଭିନ୍ନ କଲ୍ୟାଣକାରୀ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା।

Related posts

ନବରଙ୍ଗପୁର ଠାରେ ଜିଲ୍ଲା ଦକ୍ଷତା ବିକାଶ ମିଶନ ଓ ଜିଲ୍ଲା ଦକ୍ଷତା କମିଟି ବୈଠକ 

Sunil Chandra Nayak

ବିଜୁ ପଟ୍ଟନାୟକ ଜଣେ ଅନନ୍ୟବ୍ୟକ୍ତିତ୍ଵ 

masiha

ଜିଲ୍ଲା ସଡ଼କ ସୁରକ୍ଷା ସମିତି ବୈଠକ ଅନୁଷ୍ଠିତ

masiha

Leave a Comment

error: Content is protected !!