ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗରିମା ପରିବାର ଓ ଲାୟନ୍ସ ଇଣ୍ଟରନ୍ୟାସନାଲ ମିଳିତ ସହଯୋଗରେ ରଜ ରାଜକୁମାରୀ ସିଜିନ୍-୫ ଅନୁଷ୍ଠିତ

ଗରିମା ପରିବାର ଓ ଲାୟନ୍ସ ଇଣ୍ଟରନ୍ୟାସନାଲ ମିଳିତ ସହଯୋଗରେ ରଜ ରାଜକୁମାରୀ ସିଜିନ୍-୫ ଅନୁଷ୍ଠିତ

ବିଶେଷ ଆକର୍ଷଣ ସିନେଷ୍ଟାର ଭୂମିକା ଏବଂ ପୁପିନ୍ଦର

ରାଉରକେଲା :, ଗରିମା ପରିବାର ଏବଂ ଲାୟନ୍ସ ଇଣ୍ଟରନ୍ଯାସନାଲ ରାଉରକେଲା ପକ୍ଷରୁ ରଜ ମଉଜ – ରଜ ରାଜକୁମାରୀ ସିଜିନ ୫ ସ୍ଥାନୀୟ ସିଭିକ ସେଣ୍ଟର୍ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି ।

       ଗରିମା ପରିବାରର ପ୍ରତିଷ୍ଠାତା ଶଙ୍କର ଜେନାଙ୍କ ଅଧ୍ୟକ୍ଷତାରେ ଓ ଅଧ୍ୟକ୍ଷା ନିହାରିକା ବସ୍ତିଆ ଓ ସଭାପତି ମମତା ନାୟକ ଙ୍କ ଆବାହକତ୍ଵ ତଥା ଲାୟନ୍ସ ଇଣ୍ଟରନ୍ଯାସନାଲ ଲେଡି ଲାୟନ୍ସର କର୍ମକର୍ତ୍ତାମାନେ ଉପସ୍ଥିତିରେ ରଜ ମଉଜ – ରଜ ରାଜକୁମାରୀ ସିଜିନ୍-୫ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ବିଶେଷ ଆକର୍ଷଣରେ ଓଲିଉଡ୍ ଅଭିନେତ୍ରୀ ଭୂମିକା ଏବଂ ଅଭିନେତା ପୁପିନ୍ଦରଙ୍କ ଉପସ୍ଥିତି କାର୍ଯ୍ୟକ୍ରମକୁ ଅଧିକ ଆକର୍ଷଣୀୟ କରିଥିଲା । ମୋନାଲିସା ସାହୁ ଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଆରଏସପି ସଂଚାର ବିଭାଗର ମୁଖ୍ୟ ଅର୍ଚ୍ଚନା ଶତପଥୀ, ଏନ୍ଆଇଟି କେନ୍ଦ୍ରୀୟ ବିଦ୍ୟାଳୟ ର ଅଧ୍ୟକ୍ଷା ପି ନୀରଜା ଓ ପୂର୍ତ୍ତ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ଯଶସ୍ବିନୀ ମିଶ୍ର ପ୍ରମୁଖ ଯୋଗଦେଇ ଥିଲେ। ଅତିଥି ମାନେ ଏହାକୁ ଏକ ଅନନ୍ୟ ଓ ନାରୀ ସଶକ୍ତିକରଣ ର ନିଦର୍ଶନ ବୋଲି ଅବହିତ କରିଥିଲେ। ଏହି କାର୍ଯ୍ୟକ୍ରମରେ ପୂର୍ବରୁ ଆୟୋଜିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀଙ୍କୁ ତଥା ବିଚାରକ ଦାୟିତ୍ଵ ତୁଲାଇଥିବା ବିଜୟଲକ୍ଷ୍ମୀ ପଟ୍ଟନାୟକ,ମୀରା ମିଶ୍ର,ସାଗରିକା ସେନାପତି, ନମିତା ମହାପାତ୍ର ପ୍ରମୁଖଙ୍କୁ ସମ୍ମାନିତ କରାଯାଇଥିଲା। ସେହିପରି ରଜ ରାଜକୁମାରୀ ପ୍ରତିଯୋଗିତାରେ ଶ୍ରେଷ୍ଠ ୭ ଜଣ ପ୍ରତିଯୋଗୀ ଆରାଧ୍ୟା ମିଶ୍ର,ଶ୍ରେୟସୀ ମହାନ୍ତି,ପୂଜାରାଣୀ ସାହୁ, ଅଙ୍କିତା ନାୟକ, ପ୍ରିୟଙ୍କା,ସୈ।ମ୍ୟଶ୍ରୀ ଦାଶ,କାଶିଶ ଲୋଗାନୀ ଙ୍କ ମଧ୍ୟରେ ବିଚାରକ ତଥା ଭୁମିକା ଓ ପୁପିନ୍ଦର ଙ୍କ ବିଭିନ୍ନ ପ୍ରଶ୍ନର ସଠିକ୍ ଉତ୍ତର ରଖି ସୈ।ମ୍ୟଶ୍ରୀ ଦାଶ ଚଳିତ ରଜ ରାଜକୁମାରୀ ସିଜିନ ୫ର ବିଜେତା ହୋଇଥିଲେ ବହୁ ପୁରସ୍କାର ଲାଭ କରିଥିଲେ। ସେହିପରି ଫାଇନାଲ କୁ ଉନ୍ନୀତ ହୋଇଥିବା ଶ୍ରେଷ୍ଠ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ଲାୟନ ଇଣ୍ଟରନ୍ୟାସନାଲ ର ଡିଷ୍ଟ୍ରିକ୍ଟ ଗଭର୍ଣ୍ଣର ମମତା ଗୈ।ତମ, ରାଧିକା ଗୈ।ତମ, ନିବେଦିତା ମିଶ୍ର,ଦୁର୍ଗେଶ ନନ୍ଦିନୀ,ଗୈ।ତମ ମିଶ୍ର,ଅରୁଣ ନାୟକ, ଦିଲ୍ଲିପ ମହାପାତ୍ର,ପି ସି ନାୟକ,ତୁହିନା,ମୀନୁ, କୁଲଦୀପ, ଇନ୍ଦ୍ରମଣି, ଆରତୀ, ରେଖା ପ୍ରମୁଖ ଉପସ୍ଥିତ ଥିଲାବେଳେ, ଗରିମା ପରିବାରର ଉପଦେଷ୍ଟା ରଶ୍ମିତ ସାହାଣୀ,ଲୁସି ଦାଶ,ପୃଷ୍ଠପୋଷକ ଡ ସମ୍ପାଦିକା ମହାନ୍ତି, ସମ୍ପାଦିକା ଡ ସରିତା ମଲ୍ଲ, ଉପାଧ୍ୟକ୍ଷା ପ୍ରଣତୀ ଜେନା, ଆବାହକ ସୁମିତା,ଶଙ୍ଖରିନା, ଶାନ୍ତିଲତା, ଶର୍ମିଲା, ରେବତୀ, ସନ୍ତୋଷୀ, ଲୀନା, ରଶ୍ମିତା, ରଶ୍ମି, ମୀନାକ୍ଷୀ, ସବିତା, ମୋନାଲିସା, ସୁନିତା,ମମତା, ଶୁଭଲକ୍ଷ୍ମୀ, ମୀନତି,ଦେବସ୍ମିତା,ଅଞ୍ଜୁ, ତପସ୍ଵିନୀ, ସସ୍ମିତା, ଗାୟତ୍ରୀ, ରଞ୍ଜିତା, ବିଷ୍ଣୁପ୍ରିୟା, ରିମି,ବ୍ରତତୀ ତଥା ସ୍ବତନ୍ତ୍ର ଅତିଥି ଭାବେ ସୁନିଲ କାୟଲ, ସନ୍ତୋଷ ଅଗ୍ରୱାଲ, ପ୍ରାକ୍ତନ ସିଆରପିଏଫ ଡିଆଇଜି ଦୟାନିଧି ତନ୍ତୀ, ସୁନ୍ଦରଗଡ ଜେଲ ଅଧିକ୍ଷକ ଜୀବନ ସିଂ ମୁଣ୍ଡା, ପ୍ରାକ୍ତନ ପ୍ରଶାସକ ମହେନ୍ଦ୍ର ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ। ସେହିପରି ବିଶିଷ୍ଟ ଅତିଥି ଭୁମିକା ଓ ପୁପିନ୍ଦର ନୃତ୍ୟ ପରିବେଷଣ କରି ଦର୍ଶକଙ୍କୁ ମନୋରଞ୍ଜନ ର ଖୋରାକ ଯୋଗାଇଥିଲେ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

କନ୍ଦାବୁଟୁରା ଗ୍ରାମ ପଞ୍ଚାୟତରେ ଯୁଗ୍ମ ଜନ ଶୁଣାଣି ଶିବିର 

Sunil Chandra Nayak

ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ଲେବ ଟେନ୍ନିସିଆନଙ୍କ ଦ୍ୱାରା ରୋଗୀ ଏବଂ ସମ୍ପର୍କୀୟ ଙ୍କୁ ଖରାପ ବ୍ୟବହାର କରୁଥିବା ଅଭିଯୋଗ

Sunil Chandra Nayak

ଚାଷିଙ୍କ ପାଇଁ ଦେବଦୂତ ସାଜିଲେ ବ୍ଲକ ଉପାଧ୍ୟକ୍ଷ, ନଦୀରୁ ୪ଶହ ମିଟର ତିଆରି କଲେ ନାଳ, ୩ଶହ ଏକଡ଼ ଚାଷ ଜମି ହେଲା ଜଳସେଚନ

masiha

Leave a Comment

error: Content is protected !!