ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଧାୟକ ଦୁର୍ଗାଚରଣ ତନ୍ତୀଙ୍କ ଦ୍ୱାରା ପାନୀୟ ଜଳ ଯୋଗାଣ ବ୍ୟବସ୍ଥାର ଉଦଘାଟନ

ବିଧାୟକ ଦୁର୍ଗାଚରଣ ତନ୍ତୀଙ୍କ ଦ୍ୱାରା ପାନୀୟ ଜଳ ଯୋଗାଣ ବ୍ୟବସ୍ଥାର ଉଦଘାଟନ

ରାଉରକେଲା : ରଘୁନାଥପଲ୍ଲୀ ବିଧାନସଭା ନିର୍ବାଚନ ମଣ୍ଡଳୀ ଅଞ୍ଚଳରେ ଥିବା ଇସ୍ପାତ ସହରର ସେକ୍ଟର-୧୫/୧୬ ନିକଟରେ ଥିବା ତୁମକେଲା ବସ୍ତିରେ ରହୁଥିବା ଲୋକମାନେ ଶୁଦ୍ଧ ପାନୀୟ ଜଳ ଟୋପାଏ ପାଇବା ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଆସୁଥିଲେ । ତେବେ ଦୁର୍ଗା ଚରଣ ତନ୍ତୀ ରଘୁନାଥପଲ୍ଲୀ ବିଧାୟକ ଭାବେ ନିର୍ବାଚିତ ହେବା ପରେ ତୁମକେଲା ବାସୀ ନିଜର ଏହି ସମସ୍ୟା ସମ୍ଵନ୍ଧରେ ବିଧାୟକ ଶ୍ରୀ ତନ୍ତୀ ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ସଙ୍ଗେ ସଙ୍ଗେ ବିଧାୟକ ଶ୍ରୀ ତନ୍ତୀ ବସ୍ତିରେ ରହୁଥିବା ପ୍ରତ୍ୟେକ ପରିବାରକୁ ପାଇପ ଯୋଗେ ଶୁଦ୍ଧ ପାନୀୟ ଜଳ ଯୋଗାଇଦେବାର ବ୍ୟବସ୍ଥା କରିବା ପାଇଁ ୱାଟକୋର ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ବିଧାୟକଙ୍କ ହସ୍ତକ୍ଷେପ ଫଳରେ ୱାଟକୋ ପକ୍ଷରୁ ଉକ୍ତ ବସ୍ତିରେ ପ୍ରତ୍ୟେକ ଘରକୁ ପାଇପ ଯୋଗେ ପାନୀୟ ଜଳ ଯୋଗାଣର ବ୍ୟବସ୍ଥା କରାଯାଇଥିଲା । ଆଜି ସ୍ଥାନୀୟ ଅଞ୍ଚଳବାସୀଙ୍କ ଉପସ୍ଥିତିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଧାୟକ ଶ୍ରୀ ତନ୍ତୀ ତୁମକେଲା ବସ୍ତିରେ ପ୍ରତ୍ୟେକ ଘରକୁ ପାଇପ ଯୋଗେ ହୋଇଥିବା ଶୁଦ୍ଧ ପାନୀୟ ଜଳ ଯୋଗାଣ ବ୍ୟବସ୍ଥାର ଉଦଘାଟନ କରିଥିଲେ । ଫଳରେ ସ୍ବାଧୀନତାର ଦୀର୍ଘ ଦସନ୍ଧି ପରେ ଯାଇ ଆଜି ତୁମକେଲା ବାସି ପାଇପ ଯୋଗେ ନିଜ ଘରେ ଶୁଦ୍ଧ ପାନୀୟ ଜଳ ପାଇଛନ୍ତି ।ଆଜିର ଏହି ଉଦଘାଟନ ଉତ୍ସବରେ ୱାଟକୋର ଅଧିକାରୀ ଓ କର୍ମଚାରୀଙ୍କ ସମେତ ଭାରତୀୟ ଜନତା ପାର୍ଟିର ନେତା ଓ କର୍ମୀମାନେ ମଧ୍ୟ ଉପସ୍ଥିତ ଥିଲେ ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ପ୍ରିୟ ଦର୍ଶିନୀ ଇନ୍ଦିରା ମହାବିଦ୍ୟାଳୟ ରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

Sunil Chandra Nayak

ପାରମ୍ପରିକ ଆଞ୍ଚଳିକ ବୈଦ୍ୟସଂଘର ମାସିକ ବୈଠକ

Sunil Chandra Nayak

ଡାବୁଗାଁ କେଲିଆ ଶୈବ ପୀଠରେ ମହାଶିବରାତ୍ରି ପାଳିତ 

masiha

Leave a Comment

error: Content is protected !!