ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନୂଆପଡ଼ାରେ ଅନ୍ତର୍ଜାତୀୟ ନିଶା ଅପବ୍ୟବହାର ଏବଂ ଅବୈଧ ଚାଲାଣ ବିରୋଧୀ ଦିବସ-୨୦୨୬ ଉପଲକ୍ଷେ ସଚେତନତା ରାଲି ଅନୁଷ୍ଠିତ 

ନୂଆପଡ଼ାରେ ଅନ୍ତର୍ଜାତୀୟ ନିଶା ଅପବ୍ୟବହାର ଏବଂ ଅବୈଧ ଚାଲାଣ ବିରୋଧୀ ଦିବସ-୨୦୨୬ ଉପଲକ୍ଷେ ସଚେତନତା ରାଲି ଅନୁଷ୍ଠିତ 

ନୂଆପଡ଼ା,(ସୁଜିତ କୁମାର ପ୍ରଧାନ )ଅନ୍ତର୍ଜାତୀୟ ନିଶା ଅପବ୍ୟବହାର ଏବଂ ଅବୈଧ ଚାଲାଣ ବିରୋଧୀ ଦିବସ-୨୦୨୬ ପାଳନ ଅବସରରେ ଜ଼ିଲ୍ଲା ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ତଥା ଅବକାରୀ ବିଭାଗର ମିଳିତ ଆନୁକୂଳ୍ୟରେ ଏକ ବିଶାଳ ସଚେତନତା ରାଲି ଏବଂ ସ୍ୱାକ୍ଷର ଅଭିଯାନ ଅନୁଷ୍ଠିତ ହୋଇଯାଇଛି।

ଜିଲ୍ଲାପାଳ ମଧୁସୂଦନ ଦାଶ ଙ୍କ କାର୍ଯ୍ୟ ଲୟ ପରିସରରୁ ଶୋଭାଯାତ୍ରାକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଶୋଭାଯାତ୍ରାଟୀ ଜିଲ୍ଲାପାଳ କାର୍ଯ୍ୟଲୟରୁ ବାହାରି ଏକତା ଛକ ପର୍ଯ୍ୟନ୍ତ ପରିକ୍ରମା କରି ପୁନର୍ବାର କଲେକ୍ଟରେଟକୁ ଫେରିଥିଲା। 

ରାଲି ସମୟରେ ନିଶାଦ୍ରବ୍ୟର କୁପ୍ରଭାବ ଏବଂ ନିଶାମୁକ୍ତ ସମାଜ ଗଠନର ବାର୍ତ୍ତା ସମ୍ବଳିତ ସ୍ଲୋଗାନ ମାଧ୍ୟମରେ ସାଧାରଣ ଲୋକଙ୍କୁ ସଚେତନ କରାଯାଇଥିଲା।

ପରବର୍ତ୍ତୀ ପର୍ଯ୍ୟାୟରେ ଜିଲ୍ଲା ପାଳ କାର୍ଯ୍ୟଲୟ ପରିସରରେ ଏକ ସ୍ୱାକ୍ଷର ଅଭିଯାନ ଆୟୋଜିତ ହୋଇଥିଲା। ଉପସ୍ଥିତ ସମସ୍ତେ ନିଶାମୁକ୍ତ ସମାଜ ଗଠନ ପାଇଁ ସମୁହିକ ପ୍ରତିବଦ୍ଧତା ପ୍ରଦର୍ଶନ କରି ସ୍ୱାକ୍ଷର ପ୍ରଦାନ କରିଥିଲେ।

ଏହି ରାଲିରେ ଅତିରିକ୍ତ ଜିଲ୍ଲାପାଳ ସୁବାଷ ଚନ୍ଦ୍ର ରଇତ, ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, ଉପଜିଲ୍ଲାପାଳ ସୁର୍ମୀ ସୋରେନଙ୍କ ସମେତ ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ, ଶିକ୍ଷକ, ଛାତ୍ରଛାତ୍ରୀ, ସ୍ୱେଚ୍ଛାସେବୀ ଏବଂ ବିଭିନ୍ନ ଅଣ-ସରକାରୀ ସଂଗଠନର ପ୍ରତିନିଧିମାନେ ବହୁ ସଂଖ୍ୟାରେ ଅଂଶଗ୍ରହଣ କରିଥିଲେ।

Related posts

ଜୁନାଗଡ଼ ହାଇସ୍କୁଲ ଠାରେ ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଓ ଓଡିଶା ମିଲେଟ ପ୍ରତିଯୋଗିତା କାର୍ଯ୍ୟକ୍ରମ

masiha

କୃଷ୍ଣ ଗଡତିଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବିଜ୍ଞାନ ମେଳା 

masiha

ଆହାରଵନ୍ଧ ଗ୍ରାମରେ କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଷୋହଳ ପ୍ରହର‌ ନାମଯଞ

masiha

Leave a Comment

error: Content is protected !!