ନବରଙ୍ଗପୁରରେ “ବିକାଶ ର ଧାରା ଓଡିଶା ସାରା” କାର୍ଯ୍ୟକ୍ରମର ଦ୍ୱିତୀୟ ଦିନ: ଜାତି ଓ ଜନଜାତି ସମ୍ବାଦ କାର୍ଯ୍ୟକ୍ରମ
ନବରଙ୍ଗପୁର :(ତା ୨୧.୬.୨୦୨୬)(ରବି ନାରାୟଣ ମହାନ୍ତି) ନବରଙ୍ଗପୁର ଜିଲ୍ଲାରେ ଆୟୋଜିତ ଜିଲ୍ଲାସ୍ତରୀୟ “ବିକାଶ ର ଧାରା ଓଡିଶା ସାରା” କାର୍ଯ୍ୟକ୍ରମର ଦ୍ୱିତୀୟ ଦିନ ଜାତି ଜନଜାତି ସମ୍ବାଦ ଓ ଆକାଂକ୍ଷା ଜିଲ୍ଲା କାର୍ଯ୍ୟକ୍ରମକୁ କେନ୍ଦ୍ର କରି ସଫଳତାର ସହ ଆୟୋଜିତ ହୋଇଥିଲା। ପ୍ରାୟ ୭୦୦ ଜଣ ଜନଜାତି ଓ ସ୍ଥାନୀୟ ଅଞ୍ଚଳର ଜନ ସାଧାରଣ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ।ଏହି ଅବସରରେ ନବରଙ୍ଗପୁର ବିଧାୟକ ଏବଂ ଜିଲ୍ଲା ଯୋଜନା ବୋର୍ଡ ର ଅଧକ୍ଷ ଗୌରୀଶଙ୍କର ମାଝି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଥିଲେ। ଏହା ସହିତ ଲୋକସଭା ସାଂସଦଙ୍କ ପ୍ରତିନିଧି ଜ୍ୟୋତି ରଞ୍ଜନ କଂସ, ମୁଖ୍ୟ ଉନ୍ନୟନ ଅଧିକାରୀ,ଜିଲ୍ଲା ପରିଷଦ ବିରଞ୍ଚି ନାରାୟଣ ଦରୱାନ, ପି ଏ,ଆଇ ଟି ଡି ଏ,ରାଜୀବ ଲୋଚନ ସାହୁ, ଜିଲ୍ଲା ମଙ୍ଗଳ ଅଧିକାରୀ ପାଲକା ରବୀନ୍ଦ୍ର ,ଡି ଆଇ ପି ଆର୍ ଓ ମନୋଜ ବେହେରା,ବିଶିଷ୍ଟ ଲେଖକ ଡ ବିଜୟ କୁମାର ମିଶ୍ର,ବି ଡି ଓ ନବରଙ୍ଗପୁର ସୁନିଲ କୁମାର ଖରା,ବି ଡି ଓ ତେନ୍ତୁଳିଖୁଣ୍ଟି ମନୋଜ ପାଣିଗ୍ରାହୀ ଓ ବି ଡି ଓ ନନ୍ଦାହାଣ୍ଡି କ୍ଷୀରୋଦ ଚନ୍ଦ୍ର ସାହୁ ଉପସ୍ଥିତ ଥିଲେ।ମୁଖ୍ୟ ଅତିଥି ତାଙ୍କ ବକ୍ତବ୍ୟରେ ଗତ ୨ ବର୍ଷରେ ଶିକ୍ଷା, ସ୍ୱାସ୍ଥ୍ୟ, ପୋଷଣ, ଜନଜାତି କଳ୍ୟାଣ ଓ ଗମନାଗମନ, ଭିତ୍ତିଭୂମି ବିକାଶ କ୍ଷେତ୍ରରେ ହୋଇଥିବା ଉନ୍ନତି ସମ୍ପର୍କରେ ଉଲ୍ଲେଖ କରିଥିଲେ। ସେ ବିଶେଷ କରି ଶହୀଦ ମାଧୋ ସିଂହ ହାତଖର୍ଚ୍ଚ ଯୋଜନା, ଏକଳବ୍ୟ ମଡେଲ ଆବାସିକ ବିଦ୍ୟାଳୟ ଏବଂ ଆଦିବାସୀ ଅଧ୍ୟୁଷିତ ଗ୍ରାମ ର ସର୍ବାଙ୍ଗୀନ ବିକାଶ ଉପରେ ଗୁରୁତ୍ୱ ଦେଇ କହିଥିଲେ।ଏହି କାର୍ଯ୍ୟକ୍ରମର ଅନ୍ୟତମ ଆକର୍ଷଣ ଥିଲା ସମ୍ମାନ ସମାରୋହ, ଯେଉଁଠାରେ ବୋର୍ଡ ପରୀକ୍ଷାରେ A2 ଗ୍ରେଡ୍ ପାଇଥିବା ୧୦୫ ଜଣ ଛାତ୍ରଛାତ୍ରୀଙ୍କୁ ସମ୍ମାନିତ କରାଯାଇଥିଲା। ଏହା ସହିତ ବିଭିନ୍ନ କ୍ଷେତ୍ରରେ କୃତିତ୍ଵ ହାସଲ କରିଥିବା ଓ ପ୍ରତିନିଧିତ୍ୱ କରିଥିବା ଛାତ୍ରଛାତ୍ରୀ, କୃଷକ ଓ ଆଦିବାସୀ ସଂସ୍କୃତି ଓ ଲୋକ କଳାକୁ ପ୍ରଚାର କରୁଥିବା କଳାକାରମାନଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା। କାର୍ଯ୍ୟକ୍ରମ ମଧ୍ୟରେ ମୁଖ୍ୟ ଅତିଥି ଜିଲ୍ଲାର ବିଭିନ୍ନ ପ୍ରକଳ୍ପ ପରିଦର୍ଶନରେ ” ପ୍ରକଳ୍ପ ପରିଦର୍ଶନ” ରେ ଅନ୍ତର୍ଭୁକ୍ତ ସହରର ବୁଦ୍ଧିଜୀବୀ,କର୍ମଚାରୀ,ପି ଆର୍ ଆଇ ସଭ୍ୟ,ଗଣମାଧ୍ୟମ ପ୍ରତିନିଧି ଙ୍କ ଯାନ କୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ।ଆକାଂକ୍ଷା ଜିଲ୍ଲା ଓ ବ୍ଲକ କାର୍ଯ୍ୟକ୍ରମ ସତ୍ରରେ ଗତ ୨ ବର୍ଷରେ ଶିକ୍ଷା, ସ୍ୱାସ୍ଥ୍ୟ, ପୋଷଣ, କୃଷି ଓ ମୌଳିକ ଢଞ୍ଚାରେ ହୋଇଥିବା ପ୍ରଗତି ଉପରେ ଆଲୋଚନା କରାଯାଇଥିଲା। ଜିଲ୍ଲାର ମୁଖ୍ୟ ସମସ୍ୟାବଳୀ ଓ ଆଗାମୀ ୩ ବର୍ଷ ପାଇଁ ଦୃଷ୍ଟିକୋଣ ପରିକଳ୍ପନା ପ୍ରସ୍ତୁତ କରାଯାଇଥିଲା, ଯାହାର ଲକ୍ଷ୍ୟ “ବିକଶିତ ଓଡିଶା ୨୦୩୬” ଓ “ବିକଶିତ ଭାରତ ୨୦୪୭” କୁ ସାଧ୍ୟ କରିବା।କାର୍ଯ୍ୟକ୍ରମଟି ସମାପ୍ତି ସମୟରେ ସମସ୍ତ ଅଂଶଗ୍ରାହୀଙ୍କ ମଧ୍ୟରେ ସମନ୍ୱିତ ଉଦ୍ୟମ ମାଧ୍ୟମରେ ଅନ୍ତିମ ମାଇଲ ପର୍ଯ୍ୟନ୍ତ ଉନ୍ନତିର ଲାଭ ପହଞ୍ଚାଇବା ପାଇଁ ସଙ୍କଳ୍ପ ଗ୍ରହଣ କରାଯାଇଥିଲା।
ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍

