ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବଡ ଭାଇକୁ ଟାଙ୍ଗିଆ ରେ ହାଣି ହତ୍ଯା କଲା ସାନ ଭାଇ

ଭବାନୀପାଟଣା ତା ୧୫.୫.୨୨(ମ ନି ସ) କଳାହାଣ୍ଡି ଜିଲ୍ଲା ଭବାନିପାଟଣା ସଦର ଥାନା ଅଧିନସ୍ଥ କର୍ଲାପଡା ଫାଣ୍ଡି ଅନ୍ତର୍ଗତ ପଣ୍ଡି ଗାଁ ରେ ରବିବାର ସକାଳୁ ସକାଳୁ ଅଭାବନୀୟ ଘଟଣା ଘଟିଛି ସାମାନ୍ୟ ବଚସା ରୁ ଏକ ହତ୍ୟାକାଣ୍ଡ ଘଟିଛି । ପ୍ରକାଶ ଯେ  ବଡ ଭାଇକୁ ଟାଙ୍ଗିଆ ରେ ହାଣି ହତ୍ଯା କଲା ସାନ ଭାଇ ।

ପ୍ରକାଶ ଯେ  ରବିବାର ସକାଳୁ ପଣ୍ଡି ଗାଁ ର ବଡ ବାପା ର ପୁଅ ଘାସିରାମ ଟାକରିଆ ଓ ମାରାଦେଭ ଟାକରିଆ ମଧ୍ଯ ରେ କୌଣସି କାରଣରୁ ପ୍ରଥମେ ବଚସା ହୋଇଥିଲା ପରେ ଘଟଣାଟି ଉଗ୍ର ରୂପ ନେଇଥିଲା । ବଚସା ମଧ୍ଯରେ ସାନ ଭାଇ ମାରାଦେଭ ଟାକରିଆ ଏକ ଟାଙ୍ଗିଆ ଆଣି ବଡ ଭାଇ କୁ ଆକ୍ରମଣ କରିଥିଲା ଆକ୍ରମଣ କରିବା ଫଳରେ ଘଟଣାସ୍ଥଳ ରେ ବଡଭାଇ ଘାସିରାମ ଟାକରିଆ ର ମୃତ୍ଯୁ ହୋଇଥିବା ପୁଲିସ ସୂତ୍ରରୁ ଜଣାପଡିଥିବା ବେଳେ ଘଟଣାସ୍ଥଳ ରେ ସଦର  ପୋଲିସ ପହଞ୍ଚି ଶବ ଜବତ କରିବା ସହ ଅଧିକ ତଦନ୍ତ ଜାରି ରଖିଛି ଓ ହତ୍ଯାକାରୀ ସାନ ଭାଇକୁ ପୋଲିସ ଅଟକ ରଖି ତଦନ୍ତ କରୁଥିବା ଜଣାପଡିଛି।  ତେବେ ହତ୍ଯାକାଣ୍ଡ ସମୟରେ ସାନ ଭାଇ ମାରାଦେଭ ଟାକରିଆ ର ସ୍ତ୍ରୀ ମଞ୍ଜୁଲତା ସ୍ୱାମୀ ଙ୍କୁ ଛାଡେଇବା ପାଇଁ ଚେଷ୍ଟା କରିବାରୁ ଟାଙ୍ଗିଆ ବାଜିବା ଯୋଗୁଁ ସ୍ତ୍ରୀ ମଞ୍ଜୁଲତା ଆହତ ହୋଇ ଭବାନିପାଟଣା ମୁଖ୍ଯ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ଜଣାପଡିଛି ।

 

 

Related posts

ଶ୍ରୀମତୀ କଲ୍ୟାଣୀ ନନ୍ଦ ଙ୍କ କବିତା ଆସ ମାଁ ଅବତରି ଧରା ଧାମେ

Sunil Chandra Nayak

ସାମ୍ବାଦିକଙ୍କୁ ପୋଲିସର ଆକ୍ରମଣ ଘଟଣା – ମୁଖ୍ୟମନ୍ତ୍ରୀ ଓ ପୋଲିସ ମହାନିର୍ଦ୍ଦେଶକଙ୍କ ଉଦ୍ଦେଶ୍ୟରେ ଦାବୀ ପତ୍ର ପ୍ରଦାନ କଲା ରାଇଘର ସାମ୍ବାଦିକ ସଂଘ  

Sunil Chandra Nayak

ଶ୍ରୀ ଶ୍ରୀ ରାମେଶ୍ବର ମହାଦେବଙ୍କ ୯ମ ବାର୍ଷିକ ଉତ୍ସବ ଓ ରୁଦ୍ର ମହାଯଜ୍ଞ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!