ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗୋଇପିଟା ଗ୍ରାମରେ ବିଶୁଦ୍ଧ ପାନୀୟ ଜଳ ସଙ୍କଟ, ଝରଣା ଓ ନାଳ ପାଣି ପିଇବାକୁ ବାଧ୍ୟ ଗ୍ରାମବାସୀ

ଗୋଇପିଟା ଗ୍ରାମରେ ବିଶୁଦ୍ଧ ପାନୀୟ ଜଳ ସଙ୍କଟ, ଝରଣା ଓ ନାଳ ପାଣି ପିଇବାକୁ ବାଧ୍ୟ ଗ୍ରାମବାସୀ

କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ଅନ୍ତର୍ଗତ ଲାଞ୍ଜି ପଞ୍ଚାୟତର ଗୋଇପିଟା ଗ୍ରାମରେ ଦେଖାଦେଇଛି ଉତ୍କଟ ପାନୀୟ ଜଳ ସଙ୍କଟ। ଗ୍ରାମର ପ୍ରାୟ ୩୫ରୁ ଅଧିକ ପରିବାରର ୨୦୦ରୁ ଅଧିକ ଲୋକ ବିଶୁଦ୍ଧ ପାନୀୟ ଜଳରୁ ବଞ୍ଚିତ ହୋଇ ଝରଣା ଓ ନାଳର ପାଣି ପିଇବାକୁ ବାଧ୍ୟ ହେଉଛନ୍ତି। ଗ୍ରାମରେ ଥିବା ନଳକୂପରୁ କାଦୁଅ ମିଶ୍ରିତ ପାଣି ବାହାରୁଥିବାରୁ ତାହା ବ୍ୟବହାର ଯୋଗ୍ୟ ନୁହେଁ ବୋଲି ଗ୍ରାମବାସୀ କହିଛନ୍ତି।

ଜିଲ୍ଲା ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ପକ୍ଷରୁ ଗ୍ରାମରେ ଏକ ଓଭରହେଡ୍ ପାଣି ଟାଙ୍କି ନିର୍ମାଣ ସହ ପ୍ରତ୍ୟେକ ଘରକୁ ପାଇପ ସଂଯୋଗ କରାଯାଇଥିଲେ ମଧ୍ୟ, ବର୍ଷେରୁ ଅଧିକ ସମୟ ବିତିଯାଇଥିଲେ ସୁଦ୍ଧା ଜଳ ଯୋଗାଣ ଆରମ୍ଭ ହୋଇନାହିଁ। ଏନେଇ ଗ୍ରାମବାସୀ ବିଭାଗୀୟ ଅଧିକାରୀ ଓ ବିଡିଓଙ୍କୁ ବାରମ୍ବାର ଅବଗତ କରାଇଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଇନଥିବା ଅଭିଯୋଗ ହୋଇଛି। ତେଣୁ ତୁରନ୍ତ ଗୋଇପିଟା ଗ୍ରାମକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।

ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ

Related posts

ଭାସ୍କେଲ ନଦୀ ର ସୁଇଚ ସେତୁ ର ଉଦଘାଟନ

masiha

ଜଗନ୍ନାଥ ସେବା ସମିତି ପକ୍ଷରୁ ମାଗଣା ସ୍ଵାସ୍ଥ୍ୟ ଶିବିର

Sunil Chandra Nayak

ସଡ଼କ ପରିବହନ ନିଗମ ମେକାନିକଙ୍କୁ ଶ୍ରଦ୍ଧାଂଜଳି

masiha

Leave a Comment

error: Content is protected !!