ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପୁରୁଣାପଡ଼ା ଶ୍ମଶାନ ଠାରେ ୭୬ ତମ ବନ ମହୋତ୍ସବ ଅନୁଷ୍ଠିତ

ପୁରୁଣାପଡ଼ା ଶ୍ମଶାନ ଠାରେ ୭୬ ତମ ବନ ମହୋତ୍ସବ ଅନୁଷ୍ଠିତ

ଭବାନୀପାଟଣ:ଭବାନୀପାଟଣା ସହର ଅନ୍ତର୍ଗତ ୧୫ ନମ୍ବର ୱାର୍ଡ ପୁରୁଣାପଡ଼ା ଶ୍ମଶାନ ଠାରେ କଳାହାଣ୍ଡି ଉତ୍ତର ବନଖଣ୍ଡ ଓ ପୁରୁଣା ପଡା ଶ୍ମଶାନ ସୁରକ୍ଷା ସମିତିର ମିଳିତ ସହଯୋଗରେ ଆଜି ୭୬ ତମ ବନ ମହୋତ୍ସବ ଅନୁଷ୍ଠିତ ହୋଇ ଯାଇଛି।ଶ୍ମଶାନ ସୁରକ୍ଷା ସମିତି ଅଧକ୍ଷ ଇଂ ନିରଞ୍ଜନ ପ୍ରଧାନଙ୍କ ଅଧକ୍ଷତାରେ ଅନୁଷ୍ଠିତ ବନ ମହୋତ୍ସବରେ ଉତ୍ତର ବନଖଣ୍ଡ ଅଧିକାରୀ ପ୍ରଭାକର ବର୍ମା (I.F.S) ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ବିଶ୍ୱ ଆଥଲେଟ ଆକାଶ ମୁଣ୍ଡ,ଏସିଏଫ ଲିଲି ଅମାନତ୍ୟ, ଭବାନୀପାଟଣା ପୌରାଧକ୍ଷ ବିଷ୍ଣୁ ପ୍ରଧାନ, କାଉନସିଲର ସଂଯୁକ୍ତା ପ୍ରଧାନ, ମହେନ୍ଦ୍ର ରାଉତ ଭବାନୀପାଟଣା ବନାଞ୍ଚଳ ଅଧିକାରୀ ଠଣ ସୁନ୍ଦର ଧରୁଆ, ରେଖା ରାଣୀ ମହାପାତ୍ର, ସହରାଞ୍ଚଳ ବନପାଳ ବିଶି କେଶନ କରୁଆଁ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଶ୍ମଶାନ ସୁରକ୍ଷା ସମିତିର କାର୍ଯ୍ୟକଳାପକୁ ଭୁରି ଭୁରି ପ୍ରଶଂସା କରିଥିଲେ l ଡି. ଏଫ୍.ଓ ଶ୍ରୀ ବର୍ମା ବୃକ୍ଷ ରୋପଣ ଶୁଭାରମ୍ଭ କରି ଥିଲେ l ବିଭିନ୍ନ ପ୍ରକାର ର ଔଷଧୟୀ ବୃକ୍ଷ ଉପସ୍ଥିତ ବୃକ୍ଷପ୍ରେମୀ ମାନଙ୍କ ଦ୍ୱାରା ରୋପଣ କରାଯାଇଥିଲା।ନିରନ୍ତର ବ୍ୟବଧାନରେ ଆସି ଏଭଳି ମହତ୍ କାର୍ଯ୍ୟ କରୁଥିବାରୁ ସମିତିର ସଦସ୍ୟ ମାନଙ୍କୁ ପୌରାଧ୍ୟକ୍ଷ ସାଧୁବାଦ୍ ଜଣାଇଥିଲେ l ଏହି କାର୍ଯ୍ୟକ୍ରମରେ ସୀତାକାନ୍ତ ପ୍ରଧାନ, ଦୁଃଖିଶ୍ୟାମ ପ୍ରଧାନ, ଗୋପାଳ ମହାରଣା, ସନ୍ତୋଷ ପ୍ରଧାନ, ଜୟଚନ୍ଦ୍ର ପ୍ରଧାନ, ବିକାଶ ପ୍ରଧାନ, ବିଜୟ ଲକ୍ଷ୍ମୀ ପରିଛା, ସବିତା ପ୍ରଧାନ, ଶ୍ରୀଧର ପଲେଇ, ଅଶ୍ୱିନୀ ପ୍ରଧାନ, ବରିଷ୍ଠ ବନପାଳ ଭବାନୀ ଶଙ୍କର ପରିଛାଙ୍କ ସମେତ ଶତାଧିକ ବୃକ୍ଷ ପ୍ରେମୀ ଯୋଗ ଦେଇଥିଲେ l ବିଶେଷ କରି ଇ -ଦୋସ୍ତିର ଛାତ୍ର ଛାତ୍ରୀ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ l ଲକ୍ଷ୍ମୀ ନାରାୟଣ ପଣ୍ଡା ମଞ୍ଚ ପରିଚାଳନା କରିଥିବା ବେଳେ କମ୍ବୁପାଣି ପରିଛା ଧନ୍ୟବାଦ ଅର୍ପଣ କରିଥିଲେ l

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ଇ-ଆଡ଼ମିଶନ ଟ୍ରେନିଂରେ ଥିଲେ ଅନୁପସ୍ଥିତ ଥିବାରୁ କଳାହାଣ୍ଡି ବିଶ୍ଵବିଦ୍ୟାଳୟ ସହ ୮ ଡିଗ୍ରୀ କଲେଜକୁ କାରଣ ଦର୍ଶାଅ ନୋଟିସ୍ ଜାରି

ଦଧିବାମନପୁର ଡାକଘରେ କର୍ମଚାରୀ ଅଭାବ 

masiha

ଉତ୍କଳମଣି ଙ୍କ ଜୟନ୍ତୀ ପାଳନ 

Sunil Chandra Nayak

Leave a Comment

error: Content is protected !!