ଗୋଲାମୁଣ୍ଡା ଗ୍ରାମର ୧୧ ଜଣ ଯୁବକ ବିଜେପିରେ ସାମିଲ: ସଙ୍ଗଠନ ହେଲା ମଜବୁତ
ଜୁନାଗଡ଼ (ମ ନି ସ):-ଗୋଲାମୁଣ୍ଡା ବ୍ଲକ ଅଞ୍ଚଳରେ ବିଜେଡି ଓ କଂଗ୍ରେସ ଗଡ଼ରେ ସେନ୍ଦ୍ରି ମାରିଛି ଭାରତୀୟ ଜନତା ପାର୍ଟି (ବିଜେପି)। ଆଜି ଗୋଲାମୁଣ୍ଡା ଉପକଣ୍ଠର ପ୍ରାୟ ୧୧ ଜଣ ସକ୍ରିୟ ଯୁବକ ବିଜେଡି ଓ କଂଗ୍ରେସ ଦଳ ପରିତ୍ୟାଗ କରି ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିକାଶମୂଳକ ନୀତି ଓ ଦଳର ଆଦର୍ଶରେ ଅନୁପ୍ରାଣିତ ହୋଇ ଏହି ଯୁବକମାନେ ପଦ୍ମ ଶିବିରରେ ସାମିଲ ହୋଇଥିବା ପ୍ରକାଶ କରିଛନ୍ତି।ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦଙ୍କ ନେତୃତ୍ୱରେ ଆୟୋଜିତ ଏହି ମିଶ୍ରଣ ପର୍ବରେ ଗୋଲାମୁଣ୍ଡା ମଣ୍ଡଳ ସଭାପତି ବୈଶାକୁ କେତକୀ ଓ ସମ୍ପାଦକ ବେଣୁଧର ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ଦଳୀୟ ପଦାଧିକାରୀମାନେ ନୂତନ ସଦସ୍ୟମାନଙ୍କୁ ଦଳୀୟ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ଦଳକୁ ସ୍ୱାଗତ କରିଥିଲେ।ବିଜେପିରେ ସାମିଲ ହୋଇଥିବା ଯୁବକମାନେ ହେଲେ ରାଜା ବିହାରୀ,ବିଶାଳ ବିହାରୀ,ପୃଥ୍ବୀରାଜ ମଙ୍ଗରାଜ,ଫିଲିପ ବିହାରୀ,ମୋହନ ବିହାରୀ,ରୋହନ ମଙ୍ଗରାଜ,ଆମୋସ ସିପକା,ରାହୁଲ ବିହାରୀ,ପ୍ରିନ୍ସ ନାଗ,ଅନନ୍ତ ବିହାରୀ,ଦୀପକ ବିହାରୀ ।ଏହି ଅବସରରେ ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ କହିଛନ୍ତି ଯେ, ଯୁବକମାନଙ୍କର ଏହି ଯୋଗଦାନ ଫଳରେ ସ୍ଥାନୀୟ ଅଞ୍ଚଳରେ ବିଜେପିର ସଙ୍ଗଠନ ଆହୁରି ସୁଦୃଢ଼ ଓ ଗତିଶୀଳ ହେବ। ଆଗାମୀ ଦିନରେ ଏହି ଯୁବଶକ୍ତି ଅଞ୍ଚଳର ପ୍ରଗତି ତଥା ଦଳୀୟ କାର୍ଯ୍ୟକୁ ଆଗକୁ ନେବାରେ ପ୍ରମୁଖ ଭୂମିକା ଗ୍ରହଣ କରିବେ ବୋଲି ସେ ଦୃଢ଼ ଆଶାବ୍ୟକ୍ତ କରିଛନ୍ତି। ଯୁବକମାନଙ୍କର ଏହି ଦଳବଦଳ ସ୍ଥାନୀୟ ରାଜନୀତିରେ ଏକ ବଡ଼ ପରିବର୍ତ୍ତନର ସଙ୍କେତ ଦେଇଛି।
ଜଗଜ୍ଜିବନ ସାଙ୍କ ରିପୋର୍ଟ

