ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଉଦ୍ୟମୀ ଓଡ଼ିଶା’ ଏମଏସଏମଇ କାର୍ଯ୍ୟକ୍ରମ ଉଦଯାପିତ

ଉଦ୍ୟମୀ ଓଡ଼ିଶା’ ଏମଏସଏମଇ କାର୍ଯ୍ୟକ୍ରମ ଉଦଯାପିତ 

ରାଉରକେଲା,: ଏମଏସଏମଇ ବିଭାଗ ଏବଂ ଜିଲ୍ଲା ଶିଳ୍ପ କେନ୍ଦ୍ର (ଡିଆଇସି), ରାଉରକେଲାର ମିଳିତ ଉଦ୍ୟମରେ ଆୟୋଜିତ ‘ଉଦ୍ୟମୀ ଓଡ଼ିଶା’ ଏମ ଏସ ଏ ମ ଇ କାର୍ଯ୍ୟକ୍ରମ ଆଜି ସଫଳତାର ସହ ସମାପ୍ତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ୩୦.୦୬.୨୦୨୬ ତାରିଖରେ ରାଉରକେଲାସ୍ଥିତ ‌ୟୁଜିଆଇଇ ଖେଳ ପଡ଼ିଆରେ ଆରମ୍ଭ ହୋଇଥିଲା।

କାର୍ଯ୍ୟକ୍ରମର ଉଦଘ।ଟନ ରାଉରକେଲାର ଅତିରିକ୍ତ ଜିଲ୍ଲାପାଳ ଦୀନା ଦସ୍ତଗୀର କରିଥିଲେ। ଏହି ମେଳାରେ ପ୍ରାୟ ୨୦ଟି ଷ୍ଟଲ୍ ସ୍ଥାପନ କରାଯାଇଥିଲା, ଯେଉଁଥିରେ ବିଭିନ୍ନ କ୍ଷୁଦ୍ର ଓ ଲଘୁ ଉଦ୍ୟୋଗ ଏବଂ ସ୍ୱୟଂ ସହାୟକ ଗୋଷ୍ଠୀମାନେ ଅଂଶଗ୍ରହଣ କରି ସେମାନଙ୍କ ଉତ୍ପାଦ ପ୍ରଦର୍ଶନ କରିଥିଲେ। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ବଜାର ସଂଯୋଗ, ଉତ୍ପାଦର ପ୍ରଚାର-ପ୍ରସାର ଏବଂ ଉତ୍ପାଦ ପ୍ରଦର୍ଶନ ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଥିଲା।ସମାପନ ଉତ୍ସବରେ ଯୁଗ୍ମ ଶ୍ରମ ଆୟୁକ୍ତ ପ୍ରଣବ ଜେନା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦ୍ୟମୀତାର ବିକାଶ ଏବଂ ଆତ୍ମନିର୍ଭର ଓଡ଼ିଶା ଗଠନରେ ଏମଏସଏମଇ କ୍ଷେତ୍ରର ଭୂମିକା ସମ୍ପର୍କରେ ମତ ରଖିଥିଲେ।

ସମ୍ମାନିତ ଅତିଥି ଭାବେ ଓ ଏ ଏସ ଏମ ଇ ର ସଚିବ ଶ୍ରୀ ସନ୍ଦୀପ କୁମାର ପାଲ, ଉଦିତନଗର ଏସ ବି ଆଇ ବ୍ୟାଙ୍କ୍ ର ଫିଲ୍ଡ ଅଫିସର ତରୁଣ କୁମାର ସେଠ, ଉଜିଆଇଇ ର ଉପାଧ୍ୟକ୍ଷ ଶ୍ରୀ ଶିଶିର କୁମାର ଦଳାଇ, ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଙ୍କ ପ୍ରତିନିଧି ଲତିକା ପଟ୍ଟନାୟକ, ସାଂସଦ ପ୍ରତିନିଧି ପ୍ରକାଶ ପାସୱାନ , ଡିଆଇସିର ମହାପ୍ରବନ୍ଧକ ସ୍ମୃତି ରଞ୍ଜନ ରାଉତରାୟ ଉପସ୍ଥିତ ଥିଲେ।

ଏହି ଅବସରରେ ପାଞ୍ଚଜଣ ଉଦ୍ୟମୀଙ୍କୁ CM-SRIM ଯୋଜନା ଅନ୍ତର୍ଗତ ଚେକ୍ ପ୍ରଦାନ କରାଯାଇଥିଲା। ସେହିପରି ଦୁଇଜଣ ସଫଳ ଉଦ୍ୟମୀଙ୍କୁ ସେମାନଙ୍କର ଉଲ୍ଲେଖନୀୟ ଅବଦାନ ପାଇଁ ସମ୍ମାନିତ ଓ ପୁରସ୍କୃତ କରାଯାଇଥିଲା। ଛାତ୍ରଛାତ୍ରୀଙ୍କ ପାଇଁ ଆୟୋଜିତ କୁଇଜ୍, ଚିତ୍ରାଙ୍କନ ଓ ବିତର୍କ ପ୍ରତିଯୋଗିତାର ବିଜେତାମାନଙ୍କୁ ମଧ୍ୟ ପୁରସ୍କାର ବିତରଣ କରାଯାଇଥିଲା।କାର୍ଯ୍ୟକ୍ରମ ଶେଷରେ ଉପସ୍ଥିତ ଅତିଥି, ଉଦ୍ୟମୀ, ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ ଅଂଶଗ୍ରହଣକାରୀମାନଙ୍କୁ ଧନ୍ୟବାଦ ଜଣାଇବା ସହ ଭବିଷ୍ୟତରେ ଏଭଳି କାର୍ଯ୍ୟକ୍ରମ ମାଧ୍ୟମରେ ରାଜ୍ୟରେ ଉଦ୍ୟମୀତାକୁ ଆହୁରି ସୁଦୃଢ଼ କରିବାର ଆଶା ବ୍ୟକ୍ତ କରାଯାଇଥିଲା।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଜିଲ୍ଲା ଆଇନଶୃଙ୍ଖଳା ପରିଚାଳନା ବୈଠକ

Sunil Chandra Nayak

ଜିଲ୍ଲା ସ୍ତରୀୟ ଓଡିଶା ରାଜ୍ୟ ବିପର୍ଯୟ ପ୍ରସ୍ତୁତି ଦିବସ ପାଳିତ

masiha

ଧର୍ମଗଡ଼ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ଯୁବ ଓଡିଶା ନବୀନ ଓଡିଶା ର ଉଦଯାପନୀ ଉତ୍ସବ

masiha

Leave a Comment

error: Content is protected !!