ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆଦର୍ଶ ନାରୀ ପ୍ରତିଭା ଦମୟନ୍ତୀ ତ୍ରିପାଠୀଙ୍କ ଅକାଳ ବିୟୋଗରେ ଶୋକ 

ଆଦର୍ଶ ନାରୀ ପ୍ରତିଭା ଦମୟନ୍ତୀ ତ୍ରିପାଠୀଙ୍କ ଅକାଳ ବିୟୋଗରେ ଶୋକ 

କଟକ : ୪୨ ମୌଜା ଭାରଗୋଳ ନିବାସୀ ତଥା ଶ୍ରୀ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ଶିକ୍ଷାବିତ୍ ଶ୍ରୀଯୁକ୍ତ ବିଶ୍ୱରଞ୍ଜନ ତ୍ରିପାଠୀ ଜୀଙ୍କ ଧର୍ମପତ୍ନୀ ଦମୟନ୍ତୀ ତ୍ରିପାଠୀ(୩୯)ଙ୍କ ପରଲୋକ ଗମନ ଘଟିଛି । ଅକାଳ ବିୟୋଗରେ ସମଗ୍ର ୪୨ ମୌଜା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ସେ ଜଣେ ସମାଜସେବୀ, ପରୋପକାରୀ,ଧର୍ମପରାୟଣ,ସୁଗୃହିଣୀ, ମେଳାପି,କର୍ମଠ ତଥା ଆଦର୍ଶ ନାରୀ ପ୍ରତିଭା ରୂପେ ସର୍ନ ଜନ ବିଦିତ ପ୍ରତିଭା ଥିଲେ । ପୁତ୍ର ସାଇ ଅଭିମାନ ତ୍ରିପାଠୀ ମୁଖାଗ୍ନି ଦେଇଥିଲେ । ମୃତ୍ୟୁ ସମୟରେ ବଡ଼ଭାଇ ବିଶ୍ଵଜୀବନ ତ୍ରିପାଠୀ,ପୁତୁରା ଅଭିଜିତ୍ ତ୍ରିପାଠୀ, ଅରିଜିତ୍ ତ୍ରିପାଠୀ,ବିଶିଷ୍ଟ ଶିକ୍ଷାବିତ୍ ସୁମିତା ଦେବତା,ସାମାଜିକ କର୍ମୀ ରବିନ୍ଦ୍ର ଦେବତା ପ୍ରମୁଖ ଉପସ୍ଥିତ ଥିଲେ । ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ସମେତ ଗ୍ରାମବାସୀ ମୃତକଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରିବା ସହିତ ଶୋକସନ୍ତପ୍ତ ପରିବାରଙ୍କୁ ସମବେଦନା ଜଣାଇଥିଲେ ।

ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ୍ 

Related posts

ଚନ୍ଦାହାଣ୍ଡି ବ୍ଲକ ଠାରେ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଏକ ଜନଶୁଣାଣି ଶିବିର ଅନୁଷ୍ଠିତ

masiha

Felicitation ceremony of Odisha Rastravadi Sangha.

Sunil Chandra Nayak

ଉତ୍କଳ ପରିଷଦର ଉତ୍କଳ ଦିବସରେ କବିତା ପାଠ

masiha

Leave a Comment

error: Content is protected !!