ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାରବେସାଲ ରୁ କୁସୁମ ଜୋର ରାସ୍ତା ଶୋଚନୀୟ ମରାମତି ଦାବି 

ବାରବେସାଲ ରୁ କୁସୁମ ଜୋର ରାସ୍ତା ଶୋଚନୀୟ ମରାମତି ଦାବି 

ଜୁନାଗଡ଼ ୭/୭ ( ମନୀସ ) ଜୁନାଗଡ଼ ବ୍ଲକ ଅନ୍ତର୍ଗତ ବାରବେସାଲ ଗାଁ ରୁ କୁସୁମ ଜୋର କୁ ସଂଯୋଗ କରୁଥିବା ରାସ୍ତା ଏବେ ଶୋଚନୀୟ ଅବସ୍ଥାରେ ପଡି ରହିଛି ।କହିବାକୁ ଗଲେ ଗାଁ ର ଅଧିକାଂଶ ଚାଷୀ ଏହି ରାସ୍ତା ଦେଇ ଚାଷ କାମ କରିବାକୁ ଯାଇଥାନ୍ତି ।ଏପରିକି କିଛି ଚାଷୀଙ୍କ ଏଲ ଆଇ ପଏଣ୍ଟ ରହିଛି ।ସେଠାକୁ ଯିବାକୁ ମଧ୍ୟ ଅସୁବିଧା ସୃଷ୍ଟି ହେଉଛି । ଏହି ରାସ୍ତା ଚାଷ କାମରେ କେବଳ ବ୍ୟବହାର ହେଉଥିବା ବେଳେ ପଂଚାୟତ ପକ୍ଷରୁ ଏହି ରାସ୍ତାକୁ ଦୃଷ୍ଟି ଦିଆଯାଉନାହିଁ ।ଯାହା ଫଳରେ ଚାଷୀମାନେ ଅନେକ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି ।ବର୍ଷା ସମୟରେ ଅଳ୍ପ ଟିକେ ବର୍ଷା ହେଲେ ରାସ୍ତା କାଦୁଅ ହୋଇ ମଝି ମଝିରେ ପାଣି ଜମା ହୋଇ ରହେ ।ଫାକରେ ଯାତାୟାତ ଠପ ହୋଇ ପଡେ । ବର୍ଷା ଋତୁ ଆସିଥିବାରୁ ଏହି ରାସ୍ତାରେ କିଛି ମୁରୁମ ମେଟାଲ ପକେଇଲେ ରାସ୍ତାଟି ଚାଲିବା ଉପଯୋଗୀ ହୋଇ ପାରିବ ବୋଲି ଗ୍ରାମର ଘନଶ୍ୟାମ ପୂଜାରୀ , ମହେନ୍ଦ୍ର ମେହେର ,ଜକନ୍ଧର ମାଝି , ବିଦ୍ୟାଧର ମାଝି ,ଜନେକ ମାଝି ,ଦିଗାମ୍ବର ମାଝି ,କୁମ ମାଝି ,ସତ୍ୟ ରାଉତ ,ଶିବ ମାଝି ,କୈଳାସ ମାଝି ,ଭ।ସ ମାଝି ,ଗାଦୁ ମାଝି ଏବଂ ଧନୁ ମାଝି ପ୍ରମୁଖ ସ୍ଥାନୀୟ ସରପଞ୍ଚ ଏଥି ପ୍ରତି ଦୃଷ୍ଟି ଦେବାକୁ ଦାବି କରିଛନ୍ତି ।

ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ଇସ୍ପାତ୍ ସାହିତ୍ୟ ସଂସଦ ଆନୁକୁଲ୍ୟରେ ଶ୍ରୀଜଗନ୍ନାଥ ସଂସ୍କୃତି ଉପରେ ସାହିତ୍ୟ ଆସର 

masiha

ମୁଖ୍ୟମନ୍ତ୍ରୀଙ୍କ ଗସ୍ତ କୁ ନେଇ ବ୍ଲକ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

Sunil Chandra Nayak

ଲଗାଣ ବର୍ଷାରେ ଭାଙ୍ଗିଲା ଘର 

Sunil Chandra Nayak

Leave a Comment

error: Content is protected !!