ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଏସ୍ ଏସ୍ ଆର୍ ଭି ଏମ୍ ଇସ୍ପାତ ବିଦ୍ୟାଳୟ ରେ କୃତ୍ରିମ ବୁଦ୍ଧିମତ୍ତାର ପ୍ରଭାବ ସମ୍ପର୍କୀୟ ସମ୍ପାନ ଅନୁଷ୍ଠିତ

ଏସ୍ ଏସ୍ ଆର୍ ଭି ଏମ୍ ଇସ୍ପାତ ବିଦ୍ୟାଳୟ ରେ କୃତ୍ରିମ ବୁଦ୍ଧିମତ୍ତାର ପ୍ରଭାବ ସମ୍ପର୍କୀୟ ସମ୍ପାନ ଅନୁଷ୍ଠିତ

ରାଉରକେଲା: ସ୍ଥାନୀୟ ଏସ୍ ଏସ୍ ଆର୍ ଭି ଏମ୍ ଇସ୍ପାତ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ସଭାଗୃହରେ ବିଦ୍ୟାଳୟ ର ଛାତ୍ରଛାତ୍ରୀ ଓ ଶିକ୍ଷକଶିକ୍ଷୟିତ୍ରୀ ଙ୍କ ପାଇଁ ‘ କୃତ୍ରିମ ବୁଦ୍ଧିମତ୍ତା:ପେଶା ଏବଂ ଶିକ୍ଷା ର ଭବିଷ୍ୟତ’ ଶୀର୍ଷକ ଏକ ସେମିନାର ଆୟୋଜିତ ହୋଇଯାଇଛି। ଶ୍ରୀ ଶ୍ରୀ ରବିଶଙ୍କର ଇସ୍ପାତ ବିଦ୍ୟାଳୟ ସମୁହ ର ନିର୍ଦ୍ଦେଶକ ଡ ଗିରିଜା ଶଙ୍କର ଦାସ ଓ ସେକ୍ଟର ୨୦ ସ୍ଥିତ ଇସ୍ପାତ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ର ଅଧ୍ୟକ୍ଷା ଖୁସୁବୁ ଜ୍ୟୋତି ଙ୍କ ଉପସ୍ଥିତିରେ ସେମିନାର ରେ ଆନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ କୃତ୍ରିମ ବୁଦ୍ଧିମତ୍ତା ବିଶେଷଜ୍ଞ, ଭାରତ ସରକାରଙ୍କ ନବ ଉଦ୍ଭାବନ ପରିଷଦ ର ପ୍ରାକ୍ତନ ସଦସ୍ୟ,ଦିଲ୍ଲୀ ଆଇ ଆଇ ଟି ର ବୈଜ୍ଞାନିକ ଡ ସୁବ୍ରତ କୁଣ୍ଡୁ ମାର୍ଗ ଦର୍ଶନ କରିଥିଲେ। ସେ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ କୃତ୍ରିମ ବୁଦ୍ଧିମତ୍ତା ର ପ୍ରବେଶ ଯୋଗୁଁ ଅଧିକାଂଶ ପାରମ୍ପରିକ ଶିକ୍ଷା ଓ ପେଶା କ୍ଷେତ୍ରରେ ବିପୁଳ ପରିବର୍ତ୍ତନ ଏବଂ ସଙ୍କଟ ଆସିବ। ସେଥିପାଇଁ ପ୍ରତ୍ୟେକ ଟି ଦେଶର ଛାତ୍ରଛାତ୍ରୀ ତଥା ଶିକ୍ଷା ବ୍ୟବସ୍ଥା ଏହି ସଙ୍କଟ ସମୂହ କୁ ସାମ୍ନା କରିବା ପାଇଁ ନିଜକୁ ପ୍ରସ୍ତୁତ କରିବା ଆବଶ୍ୟକ। କୃତ୍ରିମ ବୁଦ୍ଧିମତ୍ତା ର ପ୍ରଚଳନ ପରବର୍ତ୍ତୀ ଯୁଗରେ ପିଲାମାନେ ପାରମ୍ପରିକ ଶିକ୍ଷା ସହିତ ନିଜ ମଧ୍ୟରେ ସୃଜନଶୀଳ ପ୍ରଜ୍ଞା ର ବିକାଶ ଘଟାଇବା ନିହାତି ଆବଶ୍ୟକ ବୋଲି ଡ କୁଣ୍ଡୁ ତାଙ୍କ ବକ୍ତବ୍ୟରେ ପ୍ରକାଶ କରିଥିଲେ। ସମ୍ପାନ ରେ ଡ କୁଣ୍ଡୁ ପିଲାମାନଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇଥିଲେ ଏବଂ ଦୀର୍ଘ ସମୟଧରି ଏହି ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ପିଲାମାନଙ୍କ ପାଇଁ ଖୁବ୍ ମନଛୁଆଁ ହୋଇଥିଲା। କାର୍ଯ୍ୟକ୍ରମ ର ସଫଳତା ପାଇଁ ଶେଷରେ ବିଦ୍ୟାଳୟ ସମୁହ ର ନିର୍ଦ୍ଦେଶକ ଡକ୍ଟର ଗିରିଜା ଶଙ୍କର ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ମହାବିଦ୍ୟାଳୟ ପରିସରରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

masiha

ବ୍ଲକ ଅଧ୍ୟକ୍ଷଙ୍କ ସହାୟତାରେ ଗାଁକୁ ଫେରିଲା ମୃତ ଶରୀର

Sunil Chandra Nayak

Renounded social worker Ratikanta Paul passed away.

Sunil Chandra Nayak

Leave a Comment

error: Content is protected !!