ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରଞ୍ଜିତ ଦାସଙ୍କ ବିୟୋଗରେ ଗୋପବନ୍ଧୁ ପାଠାଗାରରେ ଶୋକ ସଭା

ରଞ୍ଜିତ ଦାସଙ୍କ ବିୟୋଗରେ ଗୋପବନ୍ଧୁ ପାଠାଗାରରେ ଶୋକ ସଭା

ରାଉରକେଲା, ୬/୭/୨୬ –  ଗୋପବନ୍ଧୁ ପାଠାଗାରର ଆଜୀବନ ସଦସ୍ୟ, ରାଉରକେଲାର ପୂର୍ବତନ ବିଧାୟକ ସ୍ବର୍ଗତ ଅଜିତ ଦାସଙ୍କ ଜ୍ୟେଷ୍ଠ ପୁତ୍ର, ଯୁବ ସମାଜସେବୀ ରଞ୍ଜିତ ଦାସଙ୍କର ଅକାଳ ବିୟୋଗରେ ଗୋପବନ୍ଧୁ ପାଠାଗାରରେ ଏକ ଶୋକ ସଭା ଉପସଭାପତି ଗିରିଜା ଶଙ୍କର ଗୋସ୍ୱାମୀଙ୍କ ସଭାପତିତ୍ବରେ ପାଠାଗାରର ସଭାଗୃହରେ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଦିବଂଗତ ଆତ୍ମାଙ୍କ ସଦ୍ଗତି ପ୍ରାରମ୍ଭରେ ୧ ମିନିଟ୍ ନିରବ ପ୍ରାର୍ଥନା କରାଯିବା ପରେ ସଦସ୍ୟ ମାନେ ସ୍ବର୍ଗତ ଦାସଙ୍କ ସ୍ମୃତି ଚାରଣ କରିଥିଲେ। ଏହି ସଭାରେ ଲକ୍ଷ୍ମଣ ନାଥ ଦାସ, ଅନୀଲ ଦାସ, ଶ୍ରୀନିବାସ ରାୟ ପ୍ରମୁଖ ସ୍ବର୍ଗତ ଦାସଙ୍କ ସ୍ମୃତି ଚାରଣ କରିଥିବାବେଳେ ହରିହର ନାୟକ, ଗୋପାଳ ପ୍ରସାଦ ଜେନା, ସୁବାସ ଚନ୍ଦ୍ର ମହାପାତ୍ର, ରମେଶ ଚନ୍ଦ୍ର ସିଂହ, ପ୍ରଭାକର ସାହୁ, ଜ୍ଞାନେନ୍ଦ୍ର କୁମାର ରାୟ, ରମାକାନ୍ତ ଷଡ଼ଙ୍ଗୀ, ଅଶୋକ କୁମାର ଶୁକ୍ଳ, ନଗେନ ସାମନ୍ତରାୟ, ସଞ୍ଜୀବ କୁମାର ଦାସ, ଦେବରାଜ ଗଉଡ଼, ଗଗନ ବିହାରୀ ଜେନା, ହରିହର ନାୟକ, ରବିନାରାୟଣ ସିଂହ, ଉମେଶ ଚନ୍ଦ୍ର ଜେନା, ଅଜୟ କୁମାର ମହାନ୍ତି, ଧ୍ରୁବ ଚରଣ ନାୟକ, ରବୀନ୍ଦ୍ର କୁମାର ସରାଫ, କୈଳାସ ଚନ୍ଦ୍ର ସାମଲ, ନୃସିଂହ ଚରଣ ବିଶ୍ବାଳ, ବିବେକାନନ୍ଦ ଜେନା, ଶ୍ରୀନିବାସ ରାୟ, ବିଶ୍ବନାଥ ଜେନା ଏବଂ ସୁରେନ୍ଦ୍ର କୁମାର ପଣ୍ଡା ପ୍ରମୁଖ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଓକିଲ ସଂଘ ନିର୍ବାଚନ : ନାମାଙ୍କନ ପତ୍ର ଯାଞ୍ଚ

Sunil Chandra Nayak

ଧର୍ମଗଡ଼ ଅତିରିକ୍ତ ଜିଲ୍ଲା ଦୌରାଜଜ୍ ଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା

Sunil Chandra Nayak

ଭେଜିଗୁଡା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ପୂର୍ବତନ ଅଧିକାରୀ ଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଓ ନୂତନ ଅଧିକାରୀଙ୍କୁ ସ୍ଵାଗତ ସମାରୋହ

masiha

Leave a Comment

error: Content is protected !!